ଭିତର ରତ୍ନଭଣ୍ଡାରରେ କ’ଣ ରହିଛି, ଜଷ୍ଟିସ ବିଶ୍ୱନାଥ ରଥ କଲେ ଖୁଲାସା

ପୁରୀ,୧୪।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଆଜି ଖୋଲିଛି। ପ୍ରଥମେ ବାହାର ଏବଂ ପରେ ଭିତର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଏସ୍‌ଓପି ଅନୁସାରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା, ସେଥିରେ ତାଲା ଖୋଲି ପାରି ନ ଥିଲା। ଫଳରେ ତାଲା ଭଙ୍ଗାଯାଇଥିଲା। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ବାହାର ଭଣ୍ଡାରରେ ଥିବା ଅଳଙ୍କାରଗୁଡିକ ଚାଙ୍ଗଡା ଘର ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଛି।
ତେବେ ଭିତର ରତ୍ନଭଣ୍ଡାରରେ କ’ଣ ରହିଛି, ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏନେଇ ବିଶ୍ୱନାଥ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାରର ତାଲା କାଟି ଭିତରେ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଛି। ବାହୁଡା ଓ ସୁନାବେଶ ପରେ ପୁଣି ଦିନେ ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ।
ସେହିପରି ଭିତର ଅବସ୍ଥା ଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା, ସେଥିରେ ତାଲା ଖୋଲି ପାରି ନ ଥିଲା। ଫଳରେ ଏସ୍‌ଓପି ଅନୁସାରେ ତାଲା ଭଙ୍ଗାଯାଇ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ବାହାର ରତ୍ନଭଣ୍ଡାର ଅଳଙ୍କାର ଚାଙ୍ଗଡା ଘର ଏବଂ ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବା ପରେ ତାହାକୁ ସିଲ୍‌ କରାଯାଇଛି। ଭିତର ରତ୍ନଭଣ୍ଡାର ସିନ୍ଦୁକରେ ସୁନା ରହିଛି। ରଥଯାତ୍ରା ପରେ ତାହା ଗଣନା ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି, ଭିତର ଭଣ୍ଡାର ଅଳଙ୍କାର ଆଜି ଖୋଲାଗଲାନି। ବାହାର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାମ ବହୁତ ସମୟ ଲାଗିଗଲା। କାଲି ବାହୁଡ଼ା ଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି। ତେଣୁ ବାହୁଡ଼ା, ସୁନାବେଶ ପରେ ରତ୍ନଭଣ୍ଡାର ଖୋଲିବା ନେଇ ଆଉ ଏକ ଦିନ ନିର୍ଦ୍ଧାରଣ କରାଯାଇ ଖୋଲାଯିବ। ଭିତର ଭଣ୍ଡାର ଅଳଙ୍କାରକୁ ଖଟଶେଯ ଘରକୁ ସ୍ଥାନାନ୍ତର କରାଯିବ। ଅଳଙ୍କାର ସ୍ଥାନାନ୍ତରଣ ପରେ ଏଏସଆଇ ରକ୍ଷଣାବେକ୍ଷଣ କାମ ଆରମ୍ଭ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri