ପୁଣି ରାସ୍ତାରେ ୫ ଫୁଟ୍‌ର ଗର୍ତ୍ତ

କଟକ ଅଫିସ,୧୦ା୮: କଟକ ସହରର ଅନେକ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଠିକା ସଂସ୍ଥା ଜାଇକା ବିଭିନ୍ନ ଓ୍ବାର୍ଡରେ ରାସ୍ତା ମରାମତି ଆଳରେ ଖୋଳିଦେଇଛି। ବର୍ଷା ହେଲେ ସେଥିରେ ପାଣି ଜମି ରହୁଛି। ପଥଚାରୀମାନେ ସେଥିରେ ପଡି ଖଣ୍ଡିଆଖାବରା ହେଉଛନ୍ତି। ଦୀର୍ଘଦିନ ଧରି ରାସ୍ତା ମରାମତି ନ ହେବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ମଙ୍ଗଳବାର କଟକ ତୁଳସୀପୁର ପୋଲିସ ହାଇସ୍କୁଲ ନିକଟରେ ୫ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି। ଏଥିଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ଖବରପାଇ କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜାଇକା କର୍ମଚାରୀଙ୍କୁ ଡକାଇ ଖାଲ ମରାମତି କରାଇଥିଲେ। ଫଳରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଏହି ସମୟରେ ସ୍ଥାନୀୟ କର୍ପୋରେଟର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ଏହାପରେ ମେୟର ଅନେକ ବିଭାଗର ଅଧିକାରୀଙ୍କୁ ଧରି ବିଭିନ୍ନ ସ୍ଥାନରେ ହୋଇଥିବା ଖାଲ ବୁଲି ଦେଖିବା ସହ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ୧୭ ତାରିଖ ରାତିରେ ତୁଳସୀପୁର ହାଇକୋର୍ଟ କଲୋନୀ ନିକଟ ରାସ୍ତାରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ପରେ ଏହି ରାସ୍ତା ମରାମତି କରାଯାଇଥିଲା। ସେହିପରି ନିମ୍ନମାନର କାମ ଯୋଗୁ ଗତ ୩୦ ତାରିଖରେ ଚୌଧୁରୀ ବଜାର ଦୁର୍ଗାଘର ସମ୍ମୁଖ ରାସ୍ତା ମଝିରେ ପ୍ରାୟ ୫ ଫୁଟର ଗର୍ତ୍ତ ସୃଷ୍ଟି ହୋଇଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ମେୟର ପହଞ୍ଚି ନିମ୍ନମାନର କାର୍ଯ୍ୟକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଜାଇକା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ବାଲି ଭର୍ତ୍ତି କରାଯାଇ ଉକ୍ତ ଗର୍ତ୍ତ ମରାମତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ବଦଳାଇଦେଲା ମତ୍ସଜୀବୀଙ୍କ ଭାଗ୍ୟ, ଏକାଥରକେ ଲକ୍ଷପତି

ଚାନ୍ଦବାଲି ଅଫିସ,୨୩।୭: ଭଦ୍ରକ ଜିଲା ଧାମରା ଚାନ୍ଦନୀପାଳ ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୩୨ କିଲୋ ଓଜନର ତେଲିଆ ମାଛ ପଡ଼ିଛି। ଏହାକୁ ସେ ୩...

ନିମାପଡ଼ାରେ ଜବରଦଖଲ ଉଚ୍ଛେଦ

ନିମାପଡ଼ା,୧୧ା୯(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡବ୍ଲ୍ୟୁ ପି(ସି) କେସ ନଂ. ୫୪୮୪/୧୯ ଅନୁଯାୟୀ ନିମାପଡ଼ା ରାଜସ୍ବ ବିଭାଗ ପକ୍ଷରୁ ବୁଧବାର ଦୋଳବେଦି ଛକରେ ଥିବା ସରକାରୀ ଜାଗାରୁ...

ଅସ୍ଥିଶଲ୍ୟ ବିଭାଗରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଅଭିଯୋଗ କଲେ ଛାତ୍ରନେତା

ବାଲେଶ୍ୱର ଅଫିସ, ୧୦।୭- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗରେ ଜଣେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ଚିକତ୍ସା କରାଯିବା ଘଟଣା ନେଇ ଅତିରିକ୍ତ ଜିଲା ମୁଖ୍ୟ...

ଶ୍ରମିକ ଟ୍ରେନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ; ତେଲଙ୍ଗାନାରୁ ବଲାଙ୍ଗୀର ଫେରୁଥିଲେ

ଟିଟିଲାଗଡ଼, ୫।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ଠାରେ ଲିଙ୍ଗମପାଲିରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଶୁକ୍ରବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ...

ମନ୍ତ୍ରୀଙ୍କ ଏସ୍‌କର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ

ପାରଳାଖେମୁଣ୍ଡି,୧୭।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ମନ୍ତ୍ରୀଙ୍କୁ ଏସ୍‌କର୍ଟ କରି ନେଉଥିବା ଗାଡ଼ିଟି ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଦିବାସୀ ଉନ୍ନୟନ ମନ୍ତ୍ରୀ...

ବଡ଼ଚଣା ଆଇଆଇସି ନିଲମ୍ବିତ

କଟକ ଅଫିସ,୨୦ା୪: ଯାଜପୁର ଜିଲା ବଡ଼ଚଣା ଆଇଆଇସି ଦୀପକ କୁମାର ଜେନାଙ୍କୁ ସୋମବାର ନିଲମ୍ବନ କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ତାଙ୍କୁ ନିଲମ୍ବନ କରିଛନ୍ତି।...

ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ

ପାରଳାଖେମୁଣ୍ଡି:୨୪।୩(ଡି.ଏନ୍‌.ଏ.): ଗଜପତି ଜିଲା ଗୋସାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ ଏକ ଅଜଣା ଗାଡ଼ି ଧକ୍କାରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ...

ପୁରୀ ଧାମ, ମଠ ସଂସ୍କୃତିର ବିକାଶ କରାଯିବ: ଧର୍ମେନ୍ଦ୍ର

ପୁରୀ ଅଫିସ, ୬।୧୧: କେଦାରନାଥ ପୀଠରେ ଶୁକ୍ରବାର ଆଦିଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ ଅବସରରେ ପୁରୀରେ ମହୋଦଧି ପୂଜନ ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

Advertisement
Archives

Model This Week