୨୧ ମାସର ସଂଘର୍ଷ ପରେ ମିଳିଲା ନ୍ୟାୟ: ମିଳିଲା…

ଭବାନୀପାଟଣା,୨୧ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ତଳଜାରିଙ୍ଗ ପଞ୍ଚାୟତ ଲବଣିପୁର ମୌଜ଼ାର ବାଘବାଡ଼ିପଡ଼ାବାସୀ ୨୧ ବର୍ଷର ସଂଘର୍ଷ ପରେ ଶେଷରେ ଜଙ୍ଗଲ ଜମି ଶିରୋନାମା ପଟ୍ଟାରୁ ରାଜସ୍ବ ପଟ୍ଟା ପାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବାଘବାଡ଼ିପଡାର ୨୨ ଜଣ ହିତାଧିକାରୀ ଜଙ୍ଗଲ ଅଧିକାର ଆଇନ -୨୦୨୫ ଅନୁଯାୟୀ ଶିରୋନାମା ପଟ୍ଟା ସ୍ବୀକୃତି ପାଇଥିଲେ। କିନ୍ତୁ ରାଜସ୍ବ ପଟ୍ଟା ହୋଇ ନ ଥିବାରୁ ଧାନ କିଣାବିକା କିମ୍ବା କୌଣସି ସରକାରୀ କାଗଜପତ୍ର, ପିଏମ୍‌ କିଷାନ ଓ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଥିଲେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପତ୍ର (ଏସ୍‌ଟି/ଏସ୍‌ସି/ଏସ୍‌ଏସ୍‌ଡି ଏବଂ ଅନ୍ୟାନ୍ୟ ସଂଖ୍ୟା-୨୦୫୨୪ ଓ ସେହି ବିଭାଗର ପତ୍ର ସଂଖ୍ୟା-୦୦୩-୨୦୧୪/୨୬ା୧୦ା୨୦୨୧ରେ ସମସ୍ତ ଜିଲାପାଳଙ୍କୁ ଜଙ୍ଗଲ ଜମି ପାଇଥିବା ଶିରୋନାମା ପଟ୍ଟାକୁ ସଂଶୋଧନ କରି ଯଥାଶୀଘ୍ର ରାଜସ୍ବ ଜମିରେ ପରିବର୍ତ୍ତନ କରି ଦେବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ତେବେ ସେତେବେଳେ ଥିବା କଳାହାଣ୍ଡି ଜିଲାପାଳ ଗାଭାଲି ପରାଗ ହର୍ଷଦ ମଧ୍ୟ ଜିଲାର ସମସ୍ତ ତହସିଲଦାର ଓ ଜିଲା ମଙ୍ଗଳ ଅଧିକାରୀ ଏ ସଂକ୍ରାନ୍ତରେ ପତ୍ର ସଂଖ୍ୟା -୩୨୬୬/ଏଫ୍‌ଆର୍‌ଏ -୧୨-୧୧-୨୦୧୮ ଜରିଆରେ ଏହା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ଏ ବିଷୟରେ ବାଘବାଡ଼ିପଡା ଗ୍ରାମବାସୀ ତଥା ଜ଼ଙ୍ଗଲ ଜମି ହିତାଧିକାରୀ ସ୍ଥାନୀୟ ଆଇନଜୀବୀ ସଞ୍ଜୀବ କୁମାର ଶତପଥିଙ୍କ ସାହାଯ୍ୟରେ ଗତ ଜାନୁୟାରୀ ୩, ୨୦୨୪ରେ କଳାହାଣ୍ଡି ଜିଲାପାଳ ଓ ଜୁନାଗଡ଼ ତହସିଲଦାରଙ୍କୁ ସମସ୍ତ ନଥିପତ୍ର ଦେଖାଇବା ସହ ରାଜସ୍ବ ପଟ୍ଟା ପାଇଁ ଦାବି କରିଥିଲେ। ଏହାର ୨୧ ମାସ ପରେ ମଙ୍ଗଳବାର ଜୁନାଗଡ଼ ତହସିଲ କାର୍ଯ୍ୟାଳୟରେ ବାଘବାଡ଼ିପଡାର ୨୨ ଜଣ ହିତାଧିକାରୀଙ୍କୁ ରାଜସ୍ବ ପଟ୍ଟା ବଣ୍ଟନ କରାଯାଇଥିଲା। ଜୁନାଗଡ଼ ତହସିଲଦାର ବିରୁପାକ୍ଷ ନନ୍ଦ, ଏଫ୍‌ଆର୍‌ଏ ସଂଯୋଜିକା ମଧୁମିତା ମହାନ୍ତି ଓ କମ୍ପ୍ୟୁଟର ସହଯୋଗୀ ହରିଶ ତପନ ଚଣ୍ଡୀ ପ୍ରମୁଖ ଉପସ୍ଥିତ ରହି ଏହା ବଣ୍ଟନ କରିଥିଲେ। ଏହି ସମୟରେ ସ୍ଥାନୀୟ ଗ୍ରାମର ଜଙ୍ଗଲ ଅଧିକାର କମିଟି ସଭାପତି ଯାଦବ ଖାଡ଼ିଆ ଓ ସମ୍ପାଦକ ମିଶ୍ର ଖାଡ଼ିଆ ତଥା ଆଦିବାସୀ ନେତା, ସାମାଜିକ କର୍ମୀ ଗୌରୀ ଶଙ୍କର ପାତ୍ର, ଗଣେଶ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?