ଡିସେମ୍ବର ୫ରେ ମିଥୁନ ରାଶିକୁ ବୃହସ୍ପତିଙ୍କ ବକ୍ର ଚଳନ: ଏସବୁ ରାଶିକୁ ଶୁଭ, ପୁରାଣ ଅନୁସାରେ ଚିନ୍ତା ବଢ଼ିଲା

ଆସନ୍ତା ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫.୧୭ ମିନିଟ୍‌ରେ ଦେବଗୁରୁ ବୃହସ୍ପତି ମିଥୁନ ରାଶିର ପୁନର୍ବସୁ ନକ୍ଷତ୍ରକୁ ବକ୍ର ଚଳନ କରିବେ। ଜ୍ୟୋତିଷମାନଙ୍କ କହିବା ଅନୁଯାୟୀ, ପୁରାଣ ଅନୁସାରେ ବୃହସ୍ପତିଙ୍କ ଏହି ଚଳନ ପୂର୍ବରୁ ବହୁ ଅଶୁଭ ଫଳ ଦେଇଆସିଛି। କିମ୍ବଦନ୍ତୀ ଅନୁସାରେ, ଜନ୍ମ ବୃହସ୍ପତିରେ ରାମଚନ୍ଦ୍ରଙ୍କ ବନବାସ, ଷଷ୍ଠ ବୃହସ୍ପତିରେ କର୍ଣ୍ଣ ବଧ ଏବଂ ଦ୍ୱାଦଶ ବୃହସ୍ପତିରେ ସଗର ରାଜା ପତନ ସଦୃଶ ଅଶୁଭଫଳ ମିଳିଥିଲା।

ତେବେ ଜ୍ୟୋତିର୍ବିତଙ୍କ ଗଣନା ଅନୁସାରେ, ଏହି ଚଳନରେ ସମସ୍ତ ରାଶି ଅଶୁଭଫଳ ପ୍ରାପ୍ତ କରିବେ ନାହିଁ। ବୃହସ୍ପତି ଶୁଦ୍ଧି ହେତୁ ବୃଷ, ସିଂହ, ଧନୁ ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କୁ ଶୁଭଫଳ ମିଳିବ। ତୁଳା ରାଶି ପାଇଁ ବୃହସ୍ପତି ଶୁଭ ଥିଲେ ମଧ୍ୟ ଚନ୍ଦ୍ର ଅଶୁଭ ଥିବାରୁ ମିଶ୍ରିତ ଶୁଭଫଳ ମିଳିବାର ସମ୍ଭାବନା ରହିଛି। ସେହିପରି ମିଥୁନ, କର୍କଟ, ବିଛା ଓ ମୀନ ରାଶିର ବ୍ୟକ୍ତିମାନେ ବୃହସ୍ପତି ଅଶୁଭ ଓ ଚନ୍ଦ୍ର ଶୁଭ ହେତୁ ମିଶ୍ରଫଳ ଭୋଗ କରିବେ।

ମାତ୍ର, ମେଷ, କନ୍ୟା ଏବଂ ମକର ରାଶିର ଗୋଚରରେ ବୃହସ୍ପତି ଏବଂ ଚନ୍ଦ୍ର ଉଭୟ ଅଶୁଭ ହେତୁ ଏହି ରାଶିମାନଙ୍କ ପାଇଁ ଏହି ଚଳନ ଅଶୁଭ ଫଳଦାୟୀ ହେବ। ତେଣୁ ମେଷ, କନ୍ୟା, ମକର ରାଶିର ବ୍ୟକ୍ତିବିଶେଷମାନଙ୍କୁ ଅଯଥା କଳହ, ଋଣ ଓ ଦେଣନେଣରୁ ଦୂରରେ ରହିବା ସହ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡିବ। ଅଶୁଭ ଫଳ ଖଣ୍ଡନ ପାଇଁ ଯଥାବିଧି ଦାନ (ସର୍କରା, ଖଣ୍ଡହଳଦୀ, ପୀତଧାନ ଇତ୍ୟାଦି) କରିବା ସହ ବ୍ରହ୍ମଯଷ୍ଠିର ଚେର ସଂଗ୍ରହ କରି ଶାନ୍ତି ହୋମ କରିବା, ଗୁରୁସେବା ଏବଂ ଶନିବାର କମ୍ବଳ ଦାନ କଲେ ଶୁଭଫଳ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

ଓଲଟା ସୂର୍ଯ୍ୟପରାଗ… ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ! କହିଲେ ଅଗଷ୍ଟ ୧୨ରେ ଭାରତରେ ଘଟିବ…

ଅଗଷ୍ଟ ୧୨ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗୁଛି। କିନ୍ତୁ ଆପଣ ଜାଣନ୍ତି କି ଏହି ସୂର୍ଯ୍ୟପରାଗ ଗୋଟିଏ ବ୍ୟାକୱାର୍ଡ ସୋଲାର ଏକ୍ଲିପ୍ସ (Backward Solar Eclipse) ଅର୍ଥାତ୍…

୧୨ ଅଗଷ୍ଟରେ ଭୟଙ୍କର ଗ୍ରହଣ ଯୋଗ: ଜ୍ୟୋତିଷଙ୍କ ବଡ଼ ଚେତାବନୀ, ୩ ରାଶି ଭୋଗିବେ କଷ୍ଟ, ପିଛା ଛାଡିବନି…

୧୨ ଅଗଷ୍ଟ ୨୦୨୬ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ସୂର୍ଯ୍ୟ, ଚନ୍ଦ୍ର, ଏବଂ ରାହୁଙ୍କ ସଂଯୋଗରୁ ସୃଷ୍ଟି ହେବ ପରାଗ। ଏହି ପରାଗ ଭାରତରେ ଦେଖାଦେବ ନାହିଁ…

ଆଜିର ରାଶିଫଳ: ସିଂହ ରାଶିରେ ବୁଧଙ୍କ ଗୋଚର, ଅଚାନକ ଏହି ୫ ରାଶିକୁ ମିଳିବ…

ବୈଦିକ ଜ୍ୟୋତିଷ ଅନୁସାରେ ବୁଧ କେବଳ ଏକ ଅତ୍ୟନ୍ତ ଶୁଭ ଗ୍ରହ ନୁହେଁ, ବରଂ ବୁଦ୍ଧି, ବାଣୀ, ତର୍କ, ବ୍ୟାପାର, ସଂଯୋଗ ଓ କୌଶଳର କାରକ ଏବଂ…

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri