Posted inଜାତୀୟ

ଗୁଗଲ ଆଣିଲା ନୂଆ ଟୁଲ, ସର୍ଚ୍ଚରୁ ହଟାଇ ହେବ ବ୍ୟକ୍ତିଗତ ସୂଚନା

ନୂଆଦିଲ୍ଲୀ,୨୪ ।୯: ୟୁଜର୍ସଙ୍କ ଗୋପନୀୟତାକୁ ନେଇ ସାରା ବିଶ୍ୱରେ ସମାଲୋଚନା ହେବା ପରେ ଏବେ ଗୁଗଲ ସର୍ଚ୍ଚରୁ ବ୍ୟକ୍ତିଗତ ସୂଚନା ହଟାଇବାକୁ ଗୁଗଲ ଏକ ନୂଆ ଟୁଲ ଆଣିଛି । ‘ରିଜଲ୍ଟସ ଏବାଉଟ ୟୁ’ ନାମକ ଏହି ଟୁଲ ଜରିଆରେ ୟୁଜର୍ସ ସିଧାସଳଖ ଗୁଗଲରୁ ମୋବାଇଲ ନମ୍ବର, ଇମେଲ ଓ ଘରର ଠିକଣା ସମେତ ବ୍ୟକ୍ତିଗତ ପରଚିୟ ଯୋଗ୍ୟ ସୂଚନା(ପିଆଇଆଇ) ହଟାଇବାକୁ ଅନୁରୋଧ କରିପାରିବେ । ଆରମ୍ଭରେ ଏହି ଫିଚର ଆଣ୍ଡ୍ରଏଡରେ ଚାଲୁଥିବା ଗୁଗଲ ଆପ ବ୍ୟବହାର କରୁଥିବା କେତେଜଣଙ୍କ ପାଇଁ ଉପଲବ୍ଧ ହେବ ।
ଗୁଗଲ ତା’ର ବାର୍ଷିକ ଡେଭଲପର କନଫରେନ୍ସ ଅବସରରେ ଏହି ଟୁଲର ଘୋଷଣା କରିଥିଲା । କମ୍ପାନୀର ସୂଚନା ଅନୁଯାୟୀ, ୟୁଜର୍ସ ପ୍ରୋଫାଇଲ ପେଜ ମାଧ୍ୟମରେ ‘ରିଜଲ୍ଟସ ଏବାଉଟ ୟୁ’ ବିକଳ୍ପକୁ ଯାଇପାରିବେ । ସେଠାରୁ ସେମାନେ ଗୁଗଲରୁ ପିଆଇଆଇ ହଟାଇବାକୁ ଅନୁରୋଧ କରିବାକୁ ଦ୍ୱିତୀୟ ପେଜରେ ରିଡାଇରେକ୍ଟ କରାଯିବ । ଏହି ସମୟରେ ପ୍ରତ୍ୟେକ ପରିଣାମର ଡାହାଣ ପଟ କୋଣରେ ଉପରି ଭାଗରେ ଦେଖାଯାଉଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ କରି ସୂଚନା ହଟାଯାଇ ପାରିବ । ସୂଚନାଯୋଗ୍ୟ, ଗୁଗଲର ନୂଆ ପ୍ରୟୋଗକୁ ନେଇ ଭଲ ସଙ୍କେତ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri