Posted inଖେଳ

ଜୁନିୟର ମହିଳା ହକି ବିଶ୍ୱକପ୍‌: ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ପରାସ୍ତ

ସାଣ୍ଟିଆଗୋ, ୨।୧୨: ଏଠାରେ ଚାଲିଥିବା ଜୁନିୟର ମହିଳା ହକି ବିଶ୍ୱକପ୍‌ରେ ଭାରତ ଏହାର ଦ୍ୱିତୀୟ ମ୍ୟାଚରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଜର୍ମାନୀଠାରୁ ୩-୪ ଗୋଲରେ ହାରିଯାଇଛି। ପ୍ରଥମ ମ୍ୟାଚରେ କାନାଡା ବିପକ୍ଷରେ ୧୨-୦ ଗୋଲରେ ବିଜୟୀ ହୋଇଥିବା ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚରେ ଜର୍ମାନୀକୁ କଡ଼ା ଟକ୍କର ଦେଇଥିଲା। ମାତ୍ର ଶେଷ ଭାଗରେ ଜର୍ମାନୀ ରକ୍ଷଣାତ୍ମକ ଖେଳି ଭାରତକୁ ବରାବର ସ୍ଥିତିକୁ ଆସିବାରେ ରୋକିଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା। କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିବାବେଳେ ମ୍ୟାଚର ୧୧ତମ ମିନିଟରେ ଅନୁ ଦ୍ୱିତୀୟଟିକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରିଥିଲେ। ୧୪ତମ ମିନିଟରେ ରୋପ୍‌ନି କୁମାରୀ ପେନାଲ୍ଟି କର୍ନରରୁ ଆଉ ଏକ ଗୋଲ ସ୍କୋର କରି ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୧୭ତମ ମିନିଟରେ ସୋଫିଆ ସ୍କ୍ବାବେ ଗୋଟିଏ ଗୋଲ ପରିଶୋଧ କରିବାରୁ ଜର୍ମାନୀ ପ୍ରତ୍ୟାବର୍ତ୍ତନ କରିଥିଲା। ଲୌରା ପ୍ଲୁଥ୍‌ ୨୧ତମ ମିନିଟରେ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ୨ଟି ଯାକ ଫିଲ୍ଡଗୋଲ ଥିଲା। ତେବେ ମୁମ୍‌ତାଜ ଖାଁ ୨୪ତମ ମିନିଟରେ ଫିଲ୍ଡ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୩-୨ରେ ପହଞ୍ଚତ୍ ଯାଇଥିଲା। ତୃତୀୟ କ୍ୱାର୍ଟରରେ ଆକ୍ରମଣକୁ ଜୋରଦାର କରି ସଫଳ ହୋଇଥିଲା ଜର୍ମାନୀ। ୩୬ତମ ମିନିଟରେ ଲୌରା ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୩ୟ ଗୋଲଟି ଦେବାରୁ ମ୍ୟାଚ ୩-୩ ସ୍ଥିତିକୁ ଚାଲି ଆସିଥିଲା। ଏହାର ୨ ମିନିଟ ପରେ ଅର୍ଥାତ୍‌ ୩୮ତମ ମିନିଟରେ କାରୋଲିନ ସେଇଡେଲ ପେନାଲ୍ଟି କର୍ନରର ସଦୁପଯୋଗ କରି ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ପରବର୍ତ୍ତୀ ୨୨ ମିନିଟରେ ବିଶେଷକରି ୪ର୍ଥ କ୍ୱାର୍ଟରରେ ଭାରତ ବହୁବାର ଉଦ୍ୟମ କରିଥିଲେ ମଧ୍ୟ ଗୋଲ ପରିଶୋଧ କରିବାରେ ଅସମର୍ଥ ରହିଥିଲା। ଭାରତୀୟ ଦଳର ଗୋଲକିପର ମାଧୁରୀ କିଣ୍ଡୋ ଚମତ୍କାର ପ୍ରଦର୍ଶନ କରି ଜର୍ମାନୀର ଏକାଧିକ ଉଦ୍ୟମକୁ ପଣ୍ଡ କରିଥିଲେ। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବେଲଜିୟମ ବିପକ୍ଷରେ ଖେଳିବ। ଶନିବାର ସନ୍ଧ୍ୟା ୬ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri