ନୂଆବର୍ଷରୁ ଜଙ୍ଗଲ ସଫାରି

ଢେଙ୍କାନାଳ ଅଫିସ,୩୦ା୧୨: ଘଞ୍ଚ ଜଙ୍ଗଲରେ ରୋମାଞ୍ଚକର ଯାତ୍ରା। ବନ୍ୟପ୍ରାଣୀଙ୍କୁ ଅତି ନିକଟରୁ ଦେଖିବାର ମିଳିବ ସୁଯୋଗ। ପରିବେଶବିତ୍‌, ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫରଙ୍କ ସମେତ ସାଧାରଣ ପର୍ଯ୍ୟଟକ ମଧ୍ୟ ନେଇପାରିବେ ଏହାର ମଜା। ଏଥିଲାଗି ରାଜ୍ୟ ସରକାରଙ୍କ ସହାୟତାରେ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ନୂଆବର୍ଷରୁ ଅର୍ଥାତ୍‌ ଜାନୁୟାରୀ ୧୫ ସୁଦ୍ଧା କପିଳାସ ଅଭୟାରଣ୍ୟରେ ଆରମ୍ଭ ହେବାକୁ ଯାଉଛି ଜଙ୍ଗଲ ସଫାରି। ଏଥିଲାଗି ୧୨ ଲକ୍ଷ ଟଙ୍କା ବ୍ୟୟରେ ଏକ ସ୍ବତନ୍ତ୍ର ଗାଡ଼ି ପ୍ରସ୍ତୁତ କରାଯାଇଛି। ଅନ୍ୟ ଏକ ଗାଡ଼ି ମଧ୍ୟ ଖୁବ୍‌ଶୀଘ୍ର ଆସିବ। ପ୍ରତି ଗାଡ଼ିରେ ଥରକେ ୧୦ ଜଣ ଭ୍ରମଣ କରିପାରିବା ଭଳି ସୁବିଧା ରହିବ। ସେହିପରି ବିପଦରେ ପଡ଼ିଥିବା ବନ୍ୟଜନ୍ତୁଙ୍କୁ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଏକ ସ୍ବତନ୍ତ୍ର ଭ୍ୟାନ୍‌ ଅଣାଯିବ। ଜିଲା ବନ ବିଭାଗ ପକ୍ଷରୁ ପ୍ରଥମ ଥର କରାଯାଇଥିବା ଏଭଳି ଅଭିନବ ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଢେଙ୍କାନାଳରେ ଜଙ୍ଗଲ ସଫାରି ଆରମ୍ଭ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରିଛି ବନ ବିଭାଗ। ପ୍ରଥମ ପର୍ଯ୍ୟାୟରେ କପିଳାସ ଅଭୟାରଣ୍ୟରେ ଏହି ଗାଡ଼ି ଗଡ଼ିବ। ସ୍ଥାନୀୟ ବନ ସଂରକ୍ଷଣ ସମିତି କିମ୍ବା ଗ୍ରାମ କମିଟିକୁ ଏହାର ଦାୟିତ୍ୱ ଦିଆଯିବ। ଗାଡ଼ିଟି କପିଳାସ ରେଞ୍ଜ୍‌ କାର୍ଯ୍ୟାଳୟରେ ରହିବ। ତେବେ ଅଭୟାରଣ୍ୟରେ ରହୁଥିବା ହାତୀପଲ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ଯେପରି ପ୍ରଭାବିତ ନ ହୁଏ, ସେଥିଲାଗି ଆବଶ୍ୟକ ଧ୍ୟାନ ନିଆଯିବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି।
ସେହିପରି ଜଙ୍ଗଲରେ ବିପଦରେ ପଡ଼ିଥିବା ପ୍ରାଣୀଙ୍କୁ ଉଦ୍ଧାର କରିବାକୁ ଏମ୍‌ଜିଏମ୍‌ କମ୍ପାନୀ ସହାୟତାରେ ଏକ ସ୍ବତନ୍ତ୍ର ଭ୍ୟାନ୍‌ ବନ ବିଭାଗକୁ ପ୍ରଦାନ କରାଯାଇଛି। ଏଥିରେ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କାର ସରଞ୍ଜାମ ଲଗାଯାଇଛି। ଉକ୍ତ ଗାଡ଼ିରେ ଜଣେ ବନ୍ୟପ୍ରାଣୀ ଚିକିତ୍ସକ, ୫ ବନ କର୍ମଚାରୀ ଓ ହାତୀ ସ୍କ୍ବାଡ୍‌ ସଦସ୍ୟ ରହିବେ। ଚିକିତ୍ସା ସମ୍ପର୍କିତ ଔଷଧ ରଖିବା ଲାଗି ଛୋଟିଆ ଫ୍ରିଜ୍‌, ଟ୍ରାଙ୍କୁଲାଇଜ୍‌ ସାମଗ୍ରୀ, କୂଅ କିମ୍ବା ଗଭୀର ଗାତରେ ପଡ଼ିଥିବା ପ୍ରାଣୀଙ୍କୁ ଉଦ୍ଧାର ଲାଗି ସ୍ବତନ୍ତ୍ର ଉପକରଣ ରହିବ। ରାତ୍ରିକାଳୀନ ଉଦ୍ଧାର କାର୍ଯ୍ୟ ଲାଗି ଉଜ୍ୱଳ ଲାଇଟ୍‌ ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ିକୁ ମଧ୍ୟ କପିଳାସ ରେଞ୍ଜ୍‌ କାର୍ଯ୍ୟାଳୟରେ ରଖାଯିବ। ସୂଚନା ମିଳିବା ପରେ ଉକ୍ତ ଗାଡ଼ି ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ବେ। କେବଳ ଢେଙ୍କାନାଳ ନୁହେଁ, ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଏହାକୁ ବାହାର ଜିଲାକୁ ମଧ୍ୟ ପଠାଯିବ। ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ଏଭଳି ଅଭିନବ ପରିକଳ୍ପନା ବିପଦରେ ପଡ଼ିଥିବା ବନ୍ୟପ୍ରାଣୀଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ କୁହନ୍ତି, ବନ୍ୟପ୍ରାଣୀ ରେସ୍‌କ୍ୟୁ ପାଇଁ ମିଳିଥିବା ଭ୍ୟାନ୍‌କୁ ଭୁବନେଶ୍ୱରରେ ବ୍ୟବସ୍ଥିତ କରାଯାଇଛି। କପିଳାସ ଅଭୟାରଣ୍ୟ, ହିନ୍ଦୋଳ ରେଞ୍ଜ୍‌ର କନ୍ଧରା, ସପ୍ତଶଯ୍ୟା ସଂରକ୍ଷିତ ଅରଣ୍ୟରେ ଜଙ୍ଗଲ ସଫାରି ହେବ। ପ୍ରଥମ ପର୍ଯ୍ୟାୟରେ କପିଳାସ ଅଭୟାରଣ୍ୟରେ ପାଇଁ ୧୦ ସିଟ୍‌ ବିଶିଷ୍ଟ ଏକ ଗାଡ଼ି ପ୍ରସ୍ତୁତ କରାଯାଇଛି। କଲରାପତରିଆ, ଦନ୍ତାହାତୀ ରହୁଥିବା ସ୍ଥାନଠାରୁ ଦୂରରେ ଗାଡ଼ିକୁ ରଖାଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ବନ କର୍ମଚାରୀ ରହିବେ। ସ୍ଥିତି ଯାଞ୍ଚ କରିବାକୁ ନିୟମିତ ବ୍ୟବଧାନରେ ପାଟ୍ରୋଲିଂ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri