ନୂଆବର୍ଷରୁ ଜଙ୍ଗଲ ସଫାରି

ଢେଙ୍କାନାଳ ଅଫିସ,୩୦ା୧୨: ଘଞ୍ଚ ଜଙ୍ଗଲରେ ରୋମାଞ୍ଚକର ଯାତ୍ରା। ବନ୍ୟପ୍ରାଣୀଙ୍କୁ ଅତି ନିକଟରୁ ଦେଖିବାର ମିଳିବ ସୁଯୋଗ। ପରିବେଶବିତ୍‌, ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫରଙ୍କ ସମେତ ସାଧାରଣ ପର୍ଯ୍ୟଟକ ମଧ୍ୟ ନେଇପାରିବେ ଏହାର ମଜା। ଏଥିଲାଗି ରାଜ୍ୟ ସରକାରଙ୍କ ସହାୟତାରେ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ନୂଆବର୍ଷରୁ ଅର୍ଥାତ୍‌ ଜାନୁୟାରୀ ୧୫ ସୁଦ୍ଧା କପିଳାସ ଅଭୟାରଣ୍ୟରେ ଆରମ୍ଭ ହେବାକୁ ଯାଉଛି ଜଙ୍ଗଲ ସଫାରି। ଏଥିଲାଗି ୧୨ ଲକ୍ଷ ଟଙ୍କା ବ୍ୟୟରେ ଏକ ସ୍ବତନ୍ତ୍ର ଗାଡ଼ି ପ୍ରସ୍ତୁତ କରାଯାଇଛି। ଅନ୍ୟ ଏକ ଗାଡ଼ି ମଧ୍ୟ ଖୁବ୍‌ଶୀଘ୍ର ଆସିବ। ପ୍ରତି ଗାଡ଼ିରେ ଥରକେ ୧୦ ଜଣ ଭ୍ରମଣ କରିପାରିବା ଭଳି ସୁବିଧା ରହିବ। ସେହିପରି ବିପଦରେ ପଡ଼ିଥିବା ବନ୍ୟଜନ୍ତୁଙ୍କୁ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଏକ ସ୍ବତନ୍ତ୍ର ଭ୍ୟାନ୍‌ ଅଣାଯିବ। ଜିଲା ବନ ବିଭାଗ ପକ୍ଷରୁ ପ୍ରଥମ ଥର କରାଯାଇଥିବା ଏଭଳି ଅଭିନବ ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଢେଙ୍କାନାଳରେ ଜଙ୍ଗଲ ସଫାରି ଆରମ୍ଭ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରିଛି ବନ ବିଭାଗ। ପ୍ରଥମ ପର୍ଯ୍ୟାୟରେ କପିଳାସ ଅଭୟାରଣ୍ୟରେ ଏହି ଗାଡ଼ି ଗଡ଼ିବ। ସ୍ଥାନୀୟ ବନ ସଂରକ୍ଷଣ ସମିତି କିମ୍ବା ଗ୍ରାମ କମିଟିକୁ ଏହାର ଦାୟିତ୍ୱ ଦିଆଯିବ। ଗାଡ଼ିଟି କପିଳାସ ରେଞ୍ଜ୍‌ କାର୍ଯ୍ୟାଳୟରେ ରହିବ। ତେବେ ଅଭୟାରଣ୍ୟରେ ରହୁଥିବା ହାତୀପଲ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ଯେପରି ପ୍ରଭାବିତ ନ ହୁଏ, ସେଥିଲାଗି ଆବଶ୍ୟକ ଧ୍ୟାନ ନିଆଯିବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି।
ସେହିପରି ଜଙ୍ଗଲରେ ବିପଦରେ ପଡ଼ିଥିବା ପ୍ରାଣୀଙ୍କୁ ଉଦ୍ଧାର କରିବାକୁ ଏମ୍‌ଜିଏମ୍‌ କମ୍ପାନୀ ସହାୟତାରେ ଏକ ସ୍ବତନ୍ତ୍ର ଭ୍ୟାନ୍‌ ବନ ବିଭାଗକୁ ପ୍ରଦାନ କରାଯାଇଛି। ଏଥିରେ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କାର ସରଞ୍ଜାମ ଲଗାଯାଇଛି। ଉକ୍ତ ଗାଡ଼ିରେ ଜଣେ ବନ୍ୟପ୍ରାଣୀ ଚିକିତ୍ସକ, ୫ ବନ କର୍ମଚାରୀ ଓ ହାତୀ ସ୍କ୍ବାଡ୍‌ ସଦସ୍ୟ ରହିବେ। ଚିକିତ୍ସା ସମ୍ପର୍କିତ ଔଷଧ ରଖିବା ଲାଗି ଛୋଟିଆ ଫ୍ରିଜ୍‌, ଟ୍ରାଙ୍କୁଲାଇଜ୍‌ ସାମଗ୍ରୀ, କୂଅ କିମ୍ବା ଗଭୀର ଗାତରେ ପଡ଼ିଥିବା ପ୍ରାଣୀଙ୍କୁ ଉଦ୍ଧାର ଲାଗି ସ୍ବତନ୍ତ୍ର ଉପକରଣ ରହିବ। ରାତ୍ରିକାଳୀନ ଉଦ୍ଧାର କାର୍ଯ୍ୟ ଲାଗି ଉଜ୍ୱଳ ଲାଇଟ୍‌ ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ିକୁ ମଧ୍ୟ କପିଳାସ ରେଞ୍ଜ୍‌ କାର୍ଯ୍ୟାଳୟରେ ରଖାଯିବ। ସୂଚନା ମିଳିବା ପରେ ଉକ୍ତ ଗାଡ଼ି ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ବେ। କେବଳ ଢେଙ୍କାନାଳ ନୁହେଁ, ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଏହାକୁ ବାହାର ଜିଲାକୁ ମଧ୍ୟ ପଠାଯିବ। ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ଏଭଳି ଅଭିନବ ପରିକଳ୍ପନା ବିପଦରେ ପଡ଼ିଥିବା ବନ୍ୟପ୍ରାଣୀଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ କୁହନ୍ତି, ବନ୍ୟପ୍ରାଣୀ ରେସ୍‌କ୍ୟୁ ପାଇଁ ମିଳିଥିବା ଭ୍ୟାନ୍‌କୁ ଭୁବନେଶ୍ୱରରେ ବ୍ୟବସ୍ଥିତ କରାଯାଇଛି। କପିଳାସ ଅଭୟାରଣ୍ୟ, ହିନ୍ଦୋଳ ରେଞ୍ଜ୍‌ର କନ୍ଧରା, ସପ୍ତଶଯ୍ୟା ସଂରକ୍ଷିତ ଅରଣ୍ୟରେ ଜଙ୍ଗଲ ସଫାରି ହେବ। ପ୍ରଥମ ପର୍ଯ୍ୟାୟରେ କପିଳାସ ଅଭୟାରଣ୍ୟରେ ପାଇଁ ୧୦ ସିଟ୍‌ ବିଶିଷ୍ଟ ଏକ ଗାଡ଼ି ପ୍ରସ୍ତୁତ କରାଯାଇଛି। କଲରାପତରିଆ, ଦନ୍ତାହାତୀ ରହୁଥିବା ସ୍ଥାନଠାରୁ ଦୂରରେ ଗାଡ଼ିକୁ ରଖାଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ବନ କର୍ମଚାରୀ ରହିବେ। ସ୍ଥିତି ଯାଞ୍ଚ କରିବାକୁ ନିୟମିତ ବ୍ୟବଧାନରେ ପାଟ୍ରୋଲିଂ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?