ଅବ୍ୟବସ୍ଥାରେ ଜୁନାଗଡ଼ ଏସ୍‌ବିଆଇ ମୁଖ୍ୟ ଶାଖା

ଭବାନୀପାଟଣା,୨୧।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ସହର କଲମପୁର ଛକରେ ଥିବା ଏସ୍‌ବିଆଇ ମୁଖ୍ୟ ଶାଖା ଏବେ ଅବ୍ୟବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଫଳରେ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବା ହଜାର ହଜାର ହିତାଧିକାରୀ, ଗ୍ରାହକ ଏବେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ବ୍ୟାଙ୍କ ଖାତା ଖୋଲିବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀ (କିରାଣି) ଏବେ କେସ୍‌ ଅଫିସର ଦାୟିତ୍ୱରେ ଥିବା ଓ ବ୍ୟାଙ୍କ ପରିଚାଳକ ଛୁଟିରେ ଥିବାରୁ ଗତ କିଛି ଦିନ ହେଲା ନୂତନ ବ୍ୟାଙ୍କ ଖାତା ଖୋଲା ଯାଇପାରୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଏହି ବ୍ୟାଙ୍କକୁ ଖାତା ଖୋଲିବାକୁ ଆସୁଥିବା ହିତାଧିକାରୀମାନେ ଖାତା ଖୋଲି ନ ପାରି ନିରାଶ ହୋଇ ଘରକୁ ଫେରୁଛନ୍ତି। ଯଦି କେହି ଖାତା ଖୋଲିବା ଜରୁରୀ ଅଛି କହିଲେ ଏସବିଆଇର ଅନ୍ୟ ବ୍ରାଞ୍ଚରେ ଯାଇ ଖାତା ଖୋଲନ୍ତୁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଟଙ୍କା ଉଠାଇବାକୁ ଆସୁଥିବା ହିତାଧିକାରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି କାଉଣ୍ଟର ଆଗରେ ଛିଡା ହେବାକୁ ପଡୁଛି। ଯଦି ୫୦ ହଜାରରୁ ଅଧିକ ଟଙ୍କା ଗ୍ରାହକ ଉଠାଇଛନ୍ତି ତାହାହେଲେ ଉକ୍ତ କାଉଣ୍ଟରରେ ଏଣ୍ଟ୍ରି କରି ସାରିଲା ପରେ ପୁଣି ଅନ୍ୟ କାଉଣ୍ଟରକୁ ଯାଇ ପାସ୍‌ କରି ଆଣିଲେ ତାପରେ ଯାଇ ଟଙ୍କା ମିଳୁଛି। ସେହିପରି ଏଠାରେ ନିୟୋଜିତ ଥିବା ସୁରକ୍ଷା କର୍ମୀମାନେ କୌଣିସ ଅବ୍ୟବସ୍ଥାକୁ ନେଇ ଯଦି କେହି ଗ୍ରାହକ ଅଭିଯୋଗ କଲେ ଓଲଟି ଗ୍ରାହକଙ୍କୁ ସେମାନେ ନିତୀବାଣୀ ଶୁଣାଉଛନ୍ତି। ଏଠାରେ କର୍ମଚାରୀ ଅଭାବ ଥିବା ସତ୍ତ୍ୱେ ମଧ୍ୟ ଏଠାକାର ଶାଖା ପରିଚାଳକ (ବିଏମ୍‌)ଙ୍କ ସମେତ ୩ କର୍ମଚାରୀ ଛୁଟିରେ ରହିଥିବା ଜଣାପଡିଛି। ଏପରି ଅବ୍ୟବସ୍ଥା ସାଙ୍ଗକୁ ଓ କାର୍ଯ୍ୟରତ କର୍ମଚାରୀଙ୍କ ଉତ୍ତମ ବ୍ୟବହାର ମିଳୁ ନ ଥିବାରୁ ଗ୍ରାହକ ଏବେ ଏସବିଆଇ ପ୍ରତି ଇଚ୍ଛା ଥିଲେ ମଧ୍ୟ ମୁହଁ ମୋଡି ବାଧ୍ୟ ହୋଇ ଅନ୍ୟ ବେସକାରୀ ବ୍ୟାଙ୍କକୁ ଯାଇ ଖାତା ଖୋଲି କାରବାର କରୁଛନ୍ତି। ଏ ନେଇ ସ୍ଥାନୀୟ ଶାଖା ପରିଚାଳକ (ବିଏମ) ମହେନ୍ଦ୍ର ଶବରଙ୍କୁ ପଚାରିବାରୁ ଏମିତି ଏକା ସିଷ୍ଟମ ଚାଲିଛି ବୋଲି କହିଥିଲେ। ଏଥିପ୍ରତି ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?