ଅସ୍ଥାୟୀ ପୋଲ ନିର୍ମାଣ ପରେ ସ୍ବାଭାବିକ ହେଲା ଜୁନାଗଡ଼-ଧର୍ମଗଡ଼ ରାଜପଥ

ଭବାନୀପାଟଣା,୨୬।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ନିକଟ ହାଲେର ଯୋରରେ ବନ୍ୟା ପାଣି ଆସି ଗତ ୨୩ ତାରିଖରେ ଆପ୍ରୋଚ୍‌ ପୋଲ ଧୋଇ ହୋଇଯାଇଥିଲା। ଫଳରେ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦-ସିରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଘଟଣାର ୨ଦିନ ପରେ ଅସ୍ଥାୟୀ ପୋଲ ନିର୍ମାଣ ପରେ ସୋମବାର ସା ସାଢ଼େ ୬ଟାରୁ ଏହି ରାସ୍ତା ଦେଇ ଯାତାୟାତ ସ୍ବାଭାବିକ ହୋଇଛି। ୨ଦିନ ଧରି ମୁଖ୍ୟ ରାସ୍ତା ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହୋଇଥିଲେ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ମଧ୍ୟ ବଢି ପାଣି ଯୋଗୁ ଏହି ଆପ୍ରୋଚ୍‌ ପୋଲ ଧୋଇ ହୋଇଯାଇଥିଲା। ଫଳରେ ୪ ଦିନ ଧରି ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦ ସି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ୪ ଦିନ ପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯିବାରୁ ୧୬ ତାରିଖରୁ ଯାତାୟାତ ହୋଇଥିଲା। ହେଲେ ଏହାର ୭ ଦିନ ପରେ ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଏହା ଜାତୀୟ ରାଜପଥ ହୋଇଥିବା ବେଳେ ଏହା ଛତିଶଗଡ଼ ରାଜ୍ୟ ଦେଭୋଗକୁ ମଧ୍ୟ ସଂଯୋଗ କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ନୂତନ ପୋଲ କାମ ବିଳମ୍ବ ଓ ଅଧପନ୍ତରିଆ ହୋଇଥିବାରୁ ପାଣି ବଢ଼ିଲେ ପୁଣି ଥରେ ଏପରି ସମାନ ଅବସ୍ଥା ହେବା ସମ୍ଭାବନା ରହିଛି। ଯାହାକି ୭ ଦିନ ମଧ୍ୟରେ ୨ ଥର ଆପ୍ରୋଚ ପୋଲ ଧୋଇ ନେବା ଭଳି ଘଟଣା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?