ଅସ୍ଥାୟୀ ପୋଲ ନିର୍ମାଣ ପରେ ସ୍ବାଭାବିକ ହେଲା ଜୁନାଗଡ଼-ଧର୍ମଗଡ଼ ରାଜପଥ

ଭବାନୀପାଟଣା,୨୬।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ନିକଟ ହାଲେର ଯୋରରେ ବନ୍ୟା ପାଣି ଆସି ଗତ ୨୩ ତାରିଖରେ ଆପ୍ରୋଚ୍‌ ପୋଲ ଧୋଇ ହୋଇଯାଇଥିଲା। ଫଳରେ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦-ସିରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଘଟଣାର ୨ଦିନ ପରେ ଅସ୍ଥାୟୀ ପୋଲ ନିର୍ମାଣ ପରେ ସୋମବାର ସା ସାଢ଼େ ୬ଟାରୁ ଏହି ରାସ୍ତା ଦେଇ ଯାତାୟାତ ସ୍ବାଭାବିକ ହୋଇଛି। ୨ଦିନ ଧରି ମୁଖ୍ୟ ରାସ୍ତା ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହୋଇଥିଲେ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ମଧ୍ୟ ବଢି ପାଣି ଯୋଗୁ ଏହି ଆପ୍ରୋଚ୍‌ ପୋଲ ଧୋଇ ହୋଇଯାଇଥିଲା। ଫଳରେ ୪ ଦିନ ଧରି ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦ ସି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ୪ ଦିନ ପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯିବାରୁ ୧୬ ତାରିଖରୁ ଯାତାୟାତ ହୋଇଥିଲା। ହେଲେ ଏହାର ୭ ଦିନ ପରେ ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଏହା ଜାତୀୟ ରାଜପଥ ହୋଇଥିବା ବେଳେ ଏହା ଛତିଶଗଡ଼ ରାଜ୍ୟ ଦେଭୋଗକୁ ମଧ୍ୟ ସଂଯୋଗ କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ନୂତନ ପୋଲ କାମ ବିଳମ୍ବ ଓ ଅଧପନ୍ତରିଆ ହୋଇଥିବାରୁ ପାଣି ବଢ଼ିଲେ ପୁଣି ଥରେ ଏପରି ସମାନ ଅବସ୍ଥା ହେବା ସମ୍ଭାବନା ରହିଛି। ଯାହାକି ୭ ଦିନ ମଧ୍ୟରେ ୨ ଥର ଆପ୍ରୋଚ ପୋଲ ଧୋଇ ନେବା ଭଳି ଘଟଣା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଜଣ ଅସୁସ୍ଥଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇଲା ପ୍ରଶାସନ

ବୁଗୁଡା,୧୨।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅନ୍ତର୍ଗତ ୨ଟି କ୍ୱାରାଣ୍ଟାଇନ ସେଣ୍ଟରରୁ ସୋମବାର ରାତିରେ ୬ ଜଣ ଅସୁସ୍ଥଙ୍କୁ ସ୍ବାସ୍ଥ୍ୟପରୀକ୍ଷା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି।...

ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବ୍ୟୁରୋ)/ଦିଗପହଣ୍ଡି୧୩/୮(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିଗପହଣ୍ଡିଠାରେ ଏକ ତୁଳା ଜିନିଂ ଓ ପ୍ରେସିଂ ମିଲ୍‌ ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିଛନ୍ତି।...

ବିଉଟି ପାର୍ଲର ଖୋଲିବାକୁ ଦାବି

ଝାରସୁଗୁଡା ଅଫିସ,୨୮।୫- ଓଡିଶା ବିଉଟି ଆସୋସିଏଶନ ଝାରସୁଗୁଡା ଜିଲା ଶାଖା ପକ୍ଷରୁ ଗୁରୁବାର ସହରର ସମସ୍ତ ବିଉଟି ପାର୍ଲର ଖୋଲିବାକୁ ଦାବି କରାଯାଇଛି। ସଂଘର ସଭାନେତ୍ରୀ...

ଗଞ୍ଜାମରୁ ଆରମ୍ଭ ବିଜୁଙ୍କ ରାଜନୀତି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଗଞ୍ଜାମରୁ ଆରମ୍ଭ କରିଥିଲେ ଭୋଟ ରାଜନୀତି। ଜିଲାରୁ ଲଗାତର ଦୁଇଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ...

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌

ସମ୍ବଲପୁର,୧୬।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌ ଶୁକ୍ରବାର ବନ୍ଦ କରିଦିଆଯାଇଛି। ଏବେ  ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା...

କପିଳାସ ଚିଡିଆଖାନାକୁ ଗଲା ଉଦ୍ଧାର ହାତୀ ଛୁଆ

ବ୍ରହ୍ମପୁର ଅଫିସ,୩୧ା୧୨-ଗଞ୍ଜାମ ଜିଲା ଚିକିଟି ବ୍ଲକ ବାହୁଦା ନଦୀ ତଟ ଚିଙ୍ଗୁଡ଼ି ଘେର ଜାଲରେ ଫସିଯାଇଥିବା ହାତୀ ଛୁଆକୁ ମଙ୍ଗଳବାର ସ୍ଥାନୀୟ ଲୋକେ ଉଦ୍ଧାର କରି...

ଗୋପାଳନ ସବ୍‌ସିଡି ଯୋଜନା ବାଟବଣା

ଭଦ୍ରକ ଅଫିସ, ୧୦।୧୨- ଗୋପାଳନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଦୃଢ଼ କରିବା ପାଇଁ ସମବାୟ...

ଗଞ୍ଜାମରୁ ସୁରଟ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ୭ ଜଣଙ୍କ ଜୀବନ ଗଲା

ଗଞ୍ଜାମ,୫ା୯(ଡି.ଏନ୍‌.ଏ): ଗଞ୍ଜାମରୁ ସୁରଟ ଯାଉଥିବା ଏକ ବସ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...

Advertisement
Archives

Model This Week