ପ୍ରଥମ ଥର ଭୋଟ ଦେବେ ଜୁମଡାଙ୍ଗ ଗ୍ରାମବାସୀ

ମାଲକାନଗିରି,୯।୨ (ଡି.ଏନ୍‌.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଜୁମଡାଙ୍ଗ ଗ୍ରାମବାସୀ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଥମ କରି ଭୋଟ ଦେବେ। ଏଯାଏ ସେମାନେ କେବେ ମଧ୍ୟ ଭୋଟ ଦେଇ ନାହାନ୍ତି। କୋରାପୁଟ ଜିଲା କୋଟିଆ ପରି ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଥିବା ଅନେକ ଗ୍ରାମ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି ା ଓଡ଼ିଶା ପକ୍ଷରୁ ଏବେ ଜୁମଡାଙ୍ଗ ଗ୍ରାମକୁ ରାସ୍ତା ନିର୍ମାଣ ହୋଇଛି। ପୂର୍ବରୁ ଏହି ସବୁ ଅଞ୍ଚଳର ଲୋକେ ପାହିଡିଆ ରାସ୍ତା ଦେଇ ଘୋଡାରେ ଯାତାୟାତ କରୁଥିଲେ ା ଆନ୍ଧ୍ରର ଦୂରତା କମଥିବାରୁ ଆନ୍ଧ୍ର ଉପରି ନିର୍ଭର କରୁଥିଲେ ା ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏହି ଗ୍ରାମକୁ ନୂତନ ରାସ୍ତା ନିର୍ମାଣ ହୋଇଛି। ଫଳରେ ଆନ୍ଧ୍ରର ସମସ୍ତ ସୁବିଧା ସୁଯୋଗକୁ ପଛରେ ପକାଇ ଓଡ଼ିଶାରେ ସାମିଲ ହେବାକୁ ମନ ବଳାଇଥିବା ଜୁମଡାଙ୍ଗବାସୀ ପ୍ରଥମ ଥର ପାଇଁ ନିର୍ବାଚନରେ ସେମାନଙ୍କ ମତ ସାବ୍ୟସ୍ତ କରିବେ। ସୂଚନାଯୋଗ୍ୟ,ଆନ୍ଧ୍ର ଏହି ଅଧିବାସୀଙ୍କୁ ନିଜ ସପକ୍ଷରେ ନେବା ଲାଗି ସେମାନଙ୍କୁ ପାନୀୟ ଜଳ, ଭତା, ଚାଉଳ, ବିଦ୍ୟୁତ୍‌ ବ୍ୟବସ୍ଥା ଯୋଗାଇ ଦେଉଥିଲା। ଏପରିକି ସେମାନଙ୍କ ପିଲାମାନେ ପାଠ ପଢିବା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri