Posted inଖେଳ

ବିଜୟଧାରାକୁ ଫେରିଲା ଜଗରନଟ୍ସ

ଭୁବନେଶ୍ୱର,୪ା୧ (ସରୋଜ ଜେନା): କଟକର ଜବାହରଲାଲ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ଚମତ୍କାର ଡିଫେନ୍ସ ଦେଖାଇ ବିଜୟ ଧାରାକୁ ଫେରିଛି ଓଡ଼ିଶା ଜଗରନଟ୍ସ। ବୁଧବାର ସନ୍ଧ୍ୟାର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ଓ୍ବାରିୟର୍ସକୁ ୩୨-୨୧ ପଏଣ୍ଟରେ ପରାସ୍ତ କରିଥିଲା ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ। ଦଳ ୧୦ ଡ୍ରିମ୍‌ ରନ୍‌ ପଏଣ୍ଟ ସ୍କୋର କରିଥିଲା। ପ୍ରଥମ ଟର୍ନରେ ଦଳର ଡିଫେଣ୍ଡର ୬.୨୨ ମିନିଟ ମ୍ୟାଟରେ ବିତାଇବା ସହ ୭ ଡ୍ରିମ୍‌ ରନ୍‌ ପଏଣ୍ଟ ହାସଲ କରିଥିଲେ। ପ୍ରଥମ ଥର ପାଇଁ ଡିଫେଣ୍ଡ କରୁଥିବା ଟିମ୍‌ ଅଗ୍ରଣୀ ହାସଲ କରିଥିଲା। ଟର୍ନ ୩ ବେଳକୁ ରାଜସ୍ଥାନ ମାତ୍ର ୩ ପଏଣ୍ଟରେ ଆଗୁଆ ରହିଥିଲା। ଅନ୍ତିମ ଟର୍ନରେ ଓଡ଼ିଶା ୧୪ ପଏଣ୍ଟ ସହ ସହଜ ବିଜୟ ହାସଲ କରିଥିଲା।
ପୂର୍ବରୁ ପ୍ରଥମ ମ୍ୟାଚରେ ତେଲୁଗୁ ଯୋଦ୍ଧାସ ୪୦-୨୨ରେ ମୁମ୍ବାଇ ଖିଲାଡିଜ୍‌କୁ ପରାସ୍ତ କରିଥିଲା। ପ୍ରଥମ ଟର୍ନର ଆଟାକରେ ଯୋଦ୍ଧାସ ୧୬ ପଏଣ୍ଟ ଅର୍ଜନ କରିଥିବା ବେଳେ ମୁମ୍ବାଇ ମାତ୍ର ଗୋଟିଏ ଡ୍ରିମ୍‌ ରନ୍‌ ହାସଲ କରିଥିଲା। ଏହାପରେ ଯୋଦ୍ଧାସ ଚମତ୍କାର ଡିଫେନ୍ସ ଦେଖାଇଥିଲା। ପ୍ରତୀକ ଓ୍ବାଇକାର, ଅବଧୂତ ପାଟିଲ ଓ ଆଦିତ୍ୟ ଗଣପୁଲେ ମ୍ୟାଟ୍‌ ଉପରେ ୫ ମିନିଟ ୧୭ ସେକେଣ୍ଡ ସମୟ ବିତାଇଥିଲେ। ଏହା ମଧ୍ୟରେ ୫ ଡ୍ରିମ ରନ୍‌ ସହିତ ଦଳର ଅଗ୍ରଣୀକୁ ୨୧-୭ରେ ପହଞ୍ଚାଇଥିଲେ। ତୃତୀୟ ଟର୍ନରେ ତେଲୁଗୁ ଯୋଦ୍ଧା ୨୯ ପଏଣ୍ଟରେ ଆଗୁଆ ରହିବା ସହ ବିଜୟ ନିଶ୍ଚିତ କରିଥିଲା। ଅନ୍ତିମ ଟର୍ନରେ ମୁମ୍ବାଇ ୧୧ ପଏଣ୍ଟ ଅର୍ଜନ କରିଥିଲେ ମଧ୍ୟ ୪୦-୨୨ରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?