Posted inଫୁରସତ

ସବୁ କ୍ଷେତ୍ରରେ ପାରଙ୍ଗମ ଦୃଷ୍ଟିବାଧିତ

ସୁସ୍ଥ ଲୋକ ବିଭିନ୍ନ କ୍ଷେତ୍ରରେ ସହଜରେ ସଫଳତା ହାସଲ କରିବା ସାଧାରଣ କଥା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା ପଢ଼ିବା ତଥା ଜ୍ଞାନ ଆହରଣ କରିବା ପୂର୍ବରୁ କଷ୍ଟକର ହେଉଥିଲା। ଏହି ସମସ୍ୟାର ସମାଧାନ କରିଥିଲେ ଲୁଇସ ବ୍ରେଲି। ୪ ଜାନୁଆରି ୧୮୦୯ରେ ଫ୍ରାନ୍ସରେ ଜନ୍ମ ହୋଇଥିଲେ ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ ବ୍ରେଲି ଲିପିର ସ୍ରଷ୍ଟା ହେଊଛନ୍ତି ଲୁଇସ ବ୍ରେଲି। ତାଙ୍କ ସ୍ମୃତିରେ ପ୍ରତି ବର୍ଷ ବିଶ୍ବ ବ୍ରେଲି ଦିବସ ପାଳନ କରାଯାଇଥାଏ। ଫରାସୀ ସେନାର କ୍ରିପ୍ଟୋଗ୍ରାଫର୍‌ ଚାଲର୍‌ସ ବାର୍ବିୟେଁଙ୍କ ନାଇଟ ରାଇଟିଂ ଲିପି ଦ୍ବାରା ଅନୁପ୍ରାଣିତ ହୋଇ ବ୍ରେଲି, ଦୃଷ୍ଟି ବାଧିତମାନେ ପଢ଼ିବା ପାଇଁ ସାଙ୍କେତିକ ଲିପି ଉଦ୍ଭାବନ କରିଥିଲେ। ସେତେବେଳେ ତାଙ୍କୁ ପନ୍ଦର ବର୍ଷ ହୋଇଥିଲା।
ସେ ପ୍ରଥମ ବ୍ରେଲି ପୁସ୍ତକ ଛାପିଥିଲେ। ବ୍ରେଲି ମାଧ୍ୟମରେ ଦୃଷ୍ଟିହୀନମାନେ ଯେକୌଣସି ଭାଷା ପଢ଼ିପାରିବାକୂ ସକ୍ଷମ ହୋଇଥିଲେ। ଆକାର ଦୃଷ୍ଟିରୁ ସାଧାରଣ ଲିପି ତୁଳନାରେ ବ୍ରେଲି ଲିପି ଅନ୍ୟୂନ ଦଶ ଗୁଣା ବଡ଼। ଏହି ଲିପି ବ୍ରେଲି ମେସିନରେ ପ୍ରସ୍ତୁତ କରାଯାଇଥାଏ। ଲୁଇସ ବ୍ରେଲି ଅର୍ଗାନ ଓ ସେଲୋ ବାଦ୍ୟ ବଜାଇବାରେ ପ୍ରବୀଣ ଥିଲେ। ସେ ଯେଉଁ ବିଦ୍ୟାଳୟରେ ପଢ଼ିଥିଲେ, ପରେ ସେହିଠାରେ ହିଁ ଶିକ୍ଷକତା କରିଥିଲେ। ମାତ୍ର ତେୟାଳିଶ ବର୍ଷ ବୟସରେ ରାଜଯକ୍ଷ୍ମାରେ ଆକ୍ରାନ୍ତ ହୋଇ, ତାଙ୍କର ପରଲୋକ ହୋଇଥିଲା।ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲିର ଉପଯୋଗୀତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୪ରେ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥାଏ। ଏହା ଦୃଷ୍ଟି ବାଧିତଙ୍କୁ ସବୁ କ୍ଷେତ୍ରରେ ପାରଙ୍ଗମ କରିବାରେ ସହାୟତା ପ୍ରଦାନ କରିଥାଏ।
ପାଇଁ ମାନବିକ ଅଧିକାରର ପୂର୍ଣ୍ଣ ହୃଦୟଙ୍ଗମ କରିବାରେ ଯୋଗାଯୋଗର ମାଧ୍ୟମ ଭାବରେ ବ୍ରେଲିର ମହତ୍ତ୍ୱ ବିଷୟରେ ସଚେତନତା ଲାଗି ଏହି ଦିବସ ପାଳିତ ହୁଏ। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ନଭେମ୍ବର ୨୦୧୮ରେ ଘୋଷଣା ମାଧ୍ୟମରେ ଏହି ଦିବସ ପାଳନ କରିବା ନିମନ୍ତେ ତାରିଖ ଚୟନ କରାଯାଇଥିଲା। ଦୃଷ୍ଟି ବାଧିତଙ୍କ ଲାଗି ଏହି ଲେଖା ପ୍ରଣାଳୀର ସୃଷ୍ଟିକର୍ତ୍ତା ଲୁଇସ ବ୍ରେଲିଙ୍କ ଜନ୍ମଦିନ ପାଳନ ଅବସରରେ ଏହି ଦିନ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୨୦୧୯ ଜାନୁଆରୀ ୪ରେ ପ୍ରଥମ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri