Posted inଜାତୀୟ

ବିପଦରେ ନ୍ୟାୟପାଳିକା

ନୂଆଦିଲ୍ଲୀ,୨୯ା୩(ପି.ଟି.):ଏକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ତୁଚ୍ଛ ବିତର୍କ ଏବଂ ମନ୍ଦ ରାଜନୈତିକ କାର୍ଯ୍ୟସୂଚୀ ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଇବା ସହ ଅଦାଲତକୁ ବଦନାମ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଏବଂ ଭାରତର ବାର୍‌ କାଉନ୍‌ସିଲ (ବିସିଆଇ) ଅଧ୍ୟକ୍ଷ ମନନ କୁମାର ମିଶ୍ରାଙ୍କ ସମେତ ୬୦୦ ଖ୍ୟାତନାମା ଆଇନଜୀବୀ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ମାର୍ଚ୍ଚ ୨୬ରେ ପତ୍ର ଲେଖି ଏଭଳି ଅଭିଯୋଗ କରିଛନ୍ତି। ରାଜନୈତିକ ମାମଲା ବିଶେଷ କରି ଦୁର୍ନୀତିରେ ଅଭିଯୁକ୍ତ ବଡ଼ ରାଜନେତା ସମ୍ପୃକ୍ତ ଥିବା ମାମଲାଗୁଡ଼ିକରେ ସେମାନଙ୍କର ଚାପ କୌଶଳ ଅଧିକ ସ୍ପଷ୍ଟ। ଏହି କୌଶଳଗୁଡ଼ିକ ଦେଶର ଅଦାଲତ ବ୍ୟବସ୍ଥାକୁ ନଷ୍ଟ କରିବା ସହ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଥିବା ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି। ପତ୍ରରେ ଗୋଟିଏ ଗୋଷ୍ଠୀ ଆଇନଜୀବୀଙ୍କ ନାଁ ନ ନିଆଯାଇ ସେମାନଙ୍କୁ ଟାର୍ଗେଟ କରାଯାଇଛି। ଉକ୍ତ ଆଇନଜୀବୀମାନେ ଦିନବେଳା ରାଜନେତାମାନଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ସହ ରାତିରେ ଗଣମାଧ୍ୟମ ଜରିଆରେ ବିଚାରପତିମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାନ୍ତି ବୋଲି ଅଭିଯୋଗ ହୋଇଛି।
ଉକ୍ତ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏକ ସମର୍ଥତ୍ତ ଉତ୍ତମ ଅତୀତର ମିଥ୍ୟା ବର୍ଣ୍ଣନା କରିବା ସହ ଅଦାଲତଗୁଡ଼ିକର ସୁବର୍ଣ୍ଣ ସମୟ ସମ୍ପର୍କରେ କହି ତାହାକୁ ବର୍ତ୍ତମାନ ସମୟର ଘଟଣାବଳୀ ସହ ବିଷମତାକୁ ଦର୍ଶାଇଥାନ୍ତି। ସେମାନଙ୍କର ଏଭଳି ମନ୍ତବ୍ୟର ଲକ୍ଷ୍ୟ ହେଲା କୋର୍ଟଗୁଡ଼ିକୁ ପ୍ରଭାବିତ କରିବା ଏବଂ ରାଜନୈତିକ ଫାଇଦା ପାଇଁ ସେମାନଙ୍କୁ ଲଜ୍ଜିତ କରିବା। ‘ଜୁଡିସିଆରି ଅଣ୍ଡର ଥ୍ରେଟ୍‌-ସେଫ୍‌ଗାର୍ଡିଂ ଜୁଡିସିଆରି ଫ୍ରମ୍‌ ପଲିଟିକାଲ ଆଣ୍ଡ ପ୍ରଫେଶନାଲ ପ୍ରେସର’ ଶୀର୍ଷକ ପତ୍ରରେ ଅନ୍ୟ ଯେଉଁ ପ୍ରମୁଖ ଆଇନଜୀବୀମାନେ ସ୍ବାକ୍ଷର କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଆଦୀଶ ଅଗ୍ରଓ୍ବାଲା, ଚେତନ ବମିତ୍ତଲ, ପିଙ୍କି ଆନନ୍ଦ, ହିତେଶ ଜୈନ, ଉଜ୍ଜ୍ୱଳା ପାଓ୍ବାର, ଉଦୟ ହୋଲ୍ଲା ଏବଂ ସ୍ବରୂପମା ଚତୁର୍ବେଦୀ। ଯଦିଓ ସେମାନେ କୌଣସି ନିର୍ଦ୍ଦିଷ୍ଟ ମାମଲା ସମ୍ପର୍କରେ ଉଲ୍ଲେଖ କରି ନାହାନ୍ତି, ତେବେ ଏଭଳି ଏକ ସମୟରେ ସେମାନେ ପତ୍ର ଲେଖିଛନ୍ତି, ଯେତେବେଳେ ଦୁର୍ନୀତିରେ ଜଡ଼ିତ ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ଅନେକ ହାଇପ୍ରୋଫାଇଲ ଆପରାଧିକ ମାମଲା କୋର୍ଟରେ ବିଚାର ଚାଲିଛି। କେନ୍ଦ୍ର ସରକାର ରାଜନୈତିକ ପ୍ରତିଶୋଧ ନେବାକୁ ସେମାନଙ୍କ ନେତାମାନଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଥିବାବେଳେ ଭାଜପା ତାହାକୁ ଖଣ୍ଡନ କରିଛି। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ଏହା ବିରୋଧରେ ଏକାଠି ହୋଇଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଆଇନଜୀବୀମାନେ ସମାଲୋଚକଙ୍କୁ ଟାର୍ଗେଟ କରି ସେମାନେ ଅତୀତରେ ଅଦାଲତଗୁଡ଼ିକୁ ପ୍ରଭାବିତ କରିବା ସହଜ ହେଉଥିଲା ବୋଲି ଅଭିଯୋଗ କରିଥାନ୍ତି। ଏହା ଅଦାଲତଗୁଡ଼ିକ ପ୍ରତି ରହିଥିବା ଜନସାଧାରଣଙ୍କ ଆସ୍ଥାକୁ ଦୋହଲାଇ ଦେଇଥାଏ। ସେମାନଙ୍କ ସମାଲୋଚକମାନେ ବିଶ୍ୱାସ ଏବଂ ସଦ୍‌ଭାବର ବାତାବରଣକୁ ବିଗାଡ଼ିଥାନ୍ତି ବୋଲି ସିଜେଆଇଙ୍କୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି। ସେମାନେ ‘ବେଞ୍ଚ୍‌ ଫିକିଂ’ର ଏକ ସମ୍ପୂର୍ଣ୍ଣ ସୂତ୍ରକୁ ମନରେ ସୃଷ୍ଟି କରିଥାନ୍ତି, ଯାହା କେବଳ ଅପମାନଜନକ ଏବଂ ତିରସ୍କାରପୂର୍ଣ୍ଣ ନୁହେଁ, ବରଂ ଅଦାଲତଗୁଡ଼ିକର ସମ୍ମାନ ଓ ମର୍ଯ୍ୟାଦା ପ୍ରତି ମଧ୍ୟ ଆକ୍ରମଣ ବୋଲି ପତ୍ରରେ କୁହାଯାଇଛି। ଏପରିକି ସେମାନେ ଆମ ଅଦାଲତଗୁଡ଼ିକୁ ଆଇନର ଶାସନ ନ ଥିବା ଅନ୍ୟ ଦେଶର କୋର୍ଟ ସହ ତୁଳନା କରିବା ଭଳି ସ୍ତରକୁ ଖସିଯାଇ ଆମ ବିଚାର ବ୍ୟବସ୍ଥା ଅସାଧୁ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଆଣିଥାନ୍ତି ବୋଲି ପ୍ରମୁଖ ବିଚାରପତିମାନେ ସିଜେଆଇଙ୍କ ପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି।
ଆଇନଜୀବୀମାନେ ସିଜେଆଇଙ୍କୁ ପତ୍ର ଲେଖିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅନ୍ୟମାନଙ୍କୁ ଡରେଇବା ଓ ଧମକାଇବା କଂଗ୍ରେସର ପୁରୁଣା ସଂସ୍କୃତି। ୫ ଦଶନ୍ଧି ପୂର୍ବରୁ ସେମାନେ ଏକ ଅଙ୍ଗୀକାରବଦ୍ଧ ନ୍ୟାୟପାଳିକାର ଆହ୍ବାନ ଦେଇଥିଲେ। ତେବେ ସେମାନେ ନିଜର ସ୍ବାର୍ଥ ପାଇଁ ନିର୍ଲଜଭାବେ ଅନ୍ୟମାନଙ୍କଠାରୁ ପ୍ରତିଶ୍ରୁତି ଚାହିଁବା ସହ ଦେଶ ପ୍ରତି କୌଣସି ପ୍ରତିବଦ୍ଧତାକୁ ବିରୋଧ କରୁଛନ୍ତି ବୋଲି ମୋଦି ଏକ୍ସ’ରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଉପରେ କଂଗ୍ରେସ ଜବାବ ରଖିଛି। ନ୍ୟାୟପାଳିକାକୁ ସମର୍ଥନ ନାଁରେ ଏହା ଉପରେ ଆକ୍ରମଣ ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଲଜତା ସବୁଠୁ ବଡ଼ ଛଳନା ବୋଲି କଂଗ୍ରେସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri