Posted inଜାତୀୟ

ବିପଦରେ ନ୍ୟାୟପାଳିକା

ନୂଆଦିଲ୍ଲୀ,୨୯ା୩(ପି.ଟି.):ଏକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ତୁଚ୍ଛ ବିତର୍କ ଏବଂ ମନ୍ଦ ରାଜନୈତିକ କାର୍ଯ୍ୟସୂଚୀ ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଇବା ସହ ଅଦାଲତକୁ ବଦନାମ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଏବଂ ଭାରତର ବାର୍‌ କାଉନ୍‌ସିଲ (ବିସିଆଇ) ଅଧ୍ୟକ୍ଷ ମନନ କୁମାର ମିଶ୍ରାଙ୍କ ସମେତ ୬୦୦ ଖ୍ୟାତନାମା ଆଇନଜୀବୀ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ମାର୍ଚ୍ଚ ୨୬ରେ ପତ୍ର ଲେଖି ଏଭଳି ଅଭିଯୋଗ କରିଛନ୍ତି। ରାଜନୈତିକ ମାମଲା ବିଶେଷ କରି ଦୁର୍ନୀତିରେ ଅଭିଯୁକ୍ତ ବଡ଼ ରାଜନେତା ସମ୍ପୃକ୍ତ ଥିବା ମାମଲାଗୁଡ଼ିକରେ ସେମାନଙ୍କର ଚାପ କୌଶଳ ଅଧିକ ସ୍ପଷ୍ଟ। ଏହି କୌଶଳଗୁଡ଼ିକ ଦେଶର ଅଦାଲତ ବ୍ୟବସ୍ଥାକୁ ନଷ୍ଟ କରିବା ସହ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଥିବା ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି। ପତ୍ରରେ ଗୋଟିଏ ଗୋଷ୍ଠୀ ଆଇନଜୀବୀଙ୍କ ନାଁ ନ ନିଆଯାଇ ସେମାନଙ୍କୁ ଟାର୍ଗେଟ କରାଯାଇଛି। ଉକ୍ତ ଆଇନଜୀବୀମାନେ ଦିନବେଳା ରାଜନେତାମାନଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ସହ ରାତିରେ ଗଣମାଧ୍ୟମ ଜରିଆରେ ବିଚାରପତିମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାନ୍ତି ବୋଲି ଅଭିଯୋଗ ହୋଇଛି।
ଉକ୍ତ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏକ ସମର୍ଥତ୍ତ ଉତ୍ତମ ଅତୀତର ମିଥ୍ୟା ବର୍ଣ୍ଣନା କରିବା ସହ ଅଦାଲତଗୁଡ଼ିକର ସୁବର୍ଣ୍ଣ ସମୟ ସମ୍ପର୍କରେ କହି ତାହାକୁ ବର୍ତ୍ତମାନ ସମୟର ଘଟଣାବଳୀ ସହ ବିଷମତାକୁ ଦର୍ଶାଇଥାନ୍ତି। ସେମାନଙ୍କର ଏଭଳି ମନ୍ତବ୍ୟର ଲକ୍ଷ୍ୟ ହେଲା କୋର୍ଟଗୁଡ଼ିକୁ ପ୍ରଭାବିତ କରିବା ଏବଂ ରାଜନୈତିକ ଫାଇଦା ପାଇଁ ସେମାନଙ୍କୁ ଲଜ୍ଜିତ କରିବା। ‘ଜୁଡିସିଆରି ଅଣ୍ଡର ଥ୍ରେଟ୍‌-ସେଫ୍‌ଗାର୍ଡିଂ ଜୁଡିସିଆରି ଫ୍ରମ୍‌ ପଲିଟିକାଲ ଆଣ୍ଡ ପ୍ରଫେଶନାଲ ପ୍ରେସର’ ଶୀର୍ଷକ ପତ୍ରରେ ଅନ୍ୟ ଯେଉଁ ପ୍ରମୁଖ ଆଇନଜୀବୀମାନେ ସ୍ବାକ୍ଷର କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଆଦୀଶ ଅଗ୍ରଓ୍ବାଲା, ଚେତନ ବମିତ୍ତଲ, ପିଙ୍କି ଆନନ୍ଦ, ହିତେଶ ଜୈନ, ଉଜ୍ଜ୍ୱଳା ପାଓ୍ବାର, ଉଦୟ ହୋଲ୍ଲା ଏବଂ ସ୍ବରୂପମା ଚତୁର୍ବେଦୀ। ଯଦିଓ ସେମାନେ କୌଣସି ନିର୍ଦ୍ଦିଷ୍ଟ ମାମଲା ସମ୍ପର୍କରେ ଉଲ୍ଲେଖ କରି ନାହାନ୍ତି, ତେବେ ଏଭଳି ଏକ ସମୟରେ ସେମାନେ ପତ୍ର ଲେଖିଛନ୍ତି, ଯେତେବେଳେ ଦୁର୍ନୀତିରେ ଜଡ଼ିତ ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ଅନେକ ହାଇପ୍ରୋଫାଇଲ ଆପରାଧିକ ମାମଲା କୋର୍ଟରେ ବିଚାର ଚାଲିଛି। କେନ୍ଦ୍ର ସରକାର ରାଜନୈତିକ ପ୍ରତିଶୋଧ ନେବାକୁ ସେମାନଙ୍କ ନେତାମାନଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଥିବାବେଳେ ଭାଜପା ତାହାକୁ ଖଣ୍ଡନ କରିଛି। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ଏହା ବିରୋଧରେ ଏକାଠି ହୋଇଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଆଇନଜୀବୀମାନେ ସମାଲୋଚକଙ୍କୁ ଟାର୍ଗେଟ କରି ସେମାନେ ଅତୀତରେ ଅଦାଲତଗୁଡ଼ିକୁ ପ୍ରଭାବିତ କରିବା ସହଜ ହେଉଥିଲା ବୋଲି ଅଭିଯୋଗ କରିଥାନ୍ତି। ଏହା ଅଦାଲତଗୁଡ଼ିକ ପ୍ରତି ରହିଥିବା ଜନସାଧାରଣଙ୍କ ଆସ୍ଥାକୁ ଦୋହଲାଇ ଦେଇଥାଏ। ସେମାନଙ୍କ ସମାଲୋଚକମାନେ ବିଶ୍ୱାସ ଏବଂ ସଦ୍‌ଭାବର ବାତାବରଣକୁ ବିଗାଡ଼ିଥାନ୍ତି ବୋଲି ସିଜେଆଇଙ୍କୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି। ସେମାନେ ‘ବେଞ୍ଚ୍‌ ଫିକିଂ’ର ଏକ ସମ୍ପୂର୍ଣ୍ଣ ସୂତ୍ରକୁ ମନରେ ସୃଷ୍ଟି କରିଥାନ୍ତି, ଯାହା କେବଳ ଅପମାନଜନକ ଏବଂ ତିରସ୍କାରପୂର୍ଣ୍ଣ ନୁହେଁ, ବରଂ ଅଦାଲତଗୁଡ଼ିକର ସମ୍ମାନ ଓ ମର୍ଯ୍ୟାଦା ପ୍ରତି ମଧ୍ୟ ଆକ୍ରମଣ ବୋଲି ପତ୍ରରେ କୁହାଯାଇଛି। ଏପରିକି ସେମାନେ ଆମ ଅଦାଲତଗୁଡ଼ିକୁ ଆଇନର ଶାସନ ନ ଥିବା ଅନ୍ୟ ଦେଶର କୋର୍ଟ ସହ ତୁଳନା କରିବା ଭଳି ସ୍ତରକୁ ଖସିଯାଇ ଆମ ବିଚାର ବ୍ୟବସ୍ଥା ଅସାଧୁ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଆଣିଥାନ୍ତି ବୋଲି ପ୍ରମୁଖ ବିଚାରପତିମାନେ ସିଜେଆଇଙ୍କ ପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି।
ଆଇନଜୀବୀମାନେ ସିଜେଆଇଙ୍କୁ ପତ୍ର ଲେଖିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅନ୍ୟମାନଙ୍କୁ ଡରେଇବା ଓ ଧମକାଇବା କଂଗ୍ରେସର ପୁରୁଣା ସଂସ୍କୃତି। ୫ ଦଶନ୍ଧି ପୂର୍ବରୁ ସେମାନେ ଏକ ଅଙ୍ଗୀକାରବଦ୍ଧ ନ୍ୟାୟପାଳିକାର ଆହ୍ବାନ ଦେଇଥିଲେ। ତେବେ ସେମାନେ ନିଜର ସ୍ବାର୍ଥ ପାଇଁ ନିର୍ଲଜଭାବେ ଅନ୍ୟମାନଙ୍କଠାରୁ ପ୍ରତିଶ୍ରୁତି ଚାହିଁବା ସହ ଦେଶ ପ୍ରତି କୌଣସି ପ୍ରତିବଦ୍ଧତାକୁ ବିରୋଧ କରୁଛନ୍ତି ବୋଲି ମୋଦି ଏକ୍ସ’ରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଉପରେ କଂଗ୍ରେସ ଜବାବ ରଖିଛି। ନ୍ୟାୟପାଳିକାକୁ ସମର୍ଥନ ନାଁରେ ଏହା ଉପରେ ଆକ୍ରମଣ ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଲଜତା ସବୁଠୁ ବଡ଼ ଛଳନା ବୋଲି କଂଗ୍ରେସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?