Posted inଜାତୀୟ

ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯିବା ଆବଶ୍ୟକ…

ନୂଆଦିଲ୍ଲୀ, ୩୦।୧ : ନ୍ୟାୟ ହେଉଥିବାରୁ ପ୍ରମାଣ ମିଳିଥାଏ ଯେତେବେଳେ ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯାଏ ପାରିଥାଏ। ନିଜ ଆଖି ସାମ୍ନାରେ ଜନସାଧାରଣ ନ୍ୟାୟିକ ପ୍ରକ୍ରିୟାକୁ ହୃଦୟଙ୍ଗମ କରିପାରିଥାନ୍ତି। ତେଣୁ ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟର ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି।

ଯଦି ନ୍ୟାୟିକ ପ୍ରକ୍ରିୟା ଜନସାଧାରଣଙ୍କ ପାଇଁ ଖୋଲା ନଥାଏ, ତେବେ କୋର୍ଟଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କ ପାଇଁ ବୁଝିବା ସମ୍ଭବପର ହୋଇ ନଥାଏ। ପ୍ରଫେସର ଡ. ବଳରାମ କେ ଗୁପ୍ତାଙ୍କ ଦ୍ୱାରା ଲିଖିତ ‘ମାଇଁ ଜର୍ନିଂ ଓ୍ବିଥ୍‌ ଲ ଆଣ୍ଡ୍‌ ଜଷ୍ଟିସ୍‌’ ପୁସ୍ତକର ଭର୍ଚୁଆଲ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଏଭଳି କହିଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ମନ୍ତବ୍ୟ ଦେଇଛନ୍ତି, ଜଣେ ବିଚାରପତିଙ୍କ ସମ୍ପର୍କରେ ଜାଣିବା ଲାଗି କେବଳ ତାଙ୍କ ଦ୍ୱାରା ଦିଆଯାଇଥିବା ବିଚାରର ସଂଖ୍ୟା ଦ୍ୱାରା ନୁହେଁ, ବରଂ କୋର୍ଟର ଚାରିକାନ୍ଥ ମଧ୍ୟରେ ପ୍ରଦର୍ଶିତ ହୋଇଥିବା ତାଙ୍କ ଆଚରଣକୁ ମଧ୍ୟ ଦେଖିବାର ଆବଶ୍ୟକତା ରହିଥାଏ।

ଯେତେବେଳେ ଜଣେ ବିଚାରପତି ଏକ ମାମଲାର ଶୁଣାଣି ଆରମ୍ଭ କରନ୍ତି, ସେତେବେଳେ ସେ ବିବେକ ପୂର୍ଣ୍ଣ ଭାବେ, କାହାର ପକ୍ଷପାତିତା ନ କରି ନିରପେକ୍ଷତାର ସହିତ କେବଳ ନ୍ୟାୟ କରିଥାନ୍ତି। ଏହା ସମସ୍ତ ବିଚାରପତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟାୟିକ ପ୍ରକ୍ରିୟା ଯେତେବେଳେ ଜନସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଏ ସେତେବେଳେ ହିଁ ଦେଖାଯାଏ ଯେ, ଏହା କେବଳ ନ୍ୟାୟିକ ଅନୁଷ୍ଠାନକୁ ବିକଶିତ କରେ ନାହିଁ ବରଂ ଉତ୍ତରଦାୟିତ୍ୱର ଗଣତାନ୍ତ୍ରିକ ସିଦ୍ଧାନ୍ତରେ ମଧ୍ୟ ଅଗ୍ରଗତି ଆଣିଥାଏ।

ସେ ଏହା ମଧ୍ୟ କହିଛନ୍ତି ଯେ ଯଦିଓ ସାର୍ବଜନୀନ ଡୋମେନରେ ମାମଲା ଏବଂ ବିଚାର ସମ୍ବନ୍ଧୀୟ ତଥ୍ୟ ସହଜରେ ଉପଲବ୍ଧ ହେଉଛି, ତଥାପି ନ୍ୟାୟିକ ପ୍ରକ୍ରିୟାର ପାରଦର୍ଶିତା ଅଭାବରୁ କୋର୍ଟ ପରିସରରେ ଜଣେ ବିଚାରପତିଙ୍କ ଆଚରଣ ସହଜରେ ଜଣାପଡୁ ନାହିଁ। ସେ କହିଛନ୍ତି, ଯଦି କାର୍ଯ୍ୟର ମୂଲ୍ୟାଙ୍କନର ଏହି ଗୁରୁତ୍ୱପୂର୍ଣ୍ଣ ସୂଚକ ସର୍ବସାଧାରଣରେ ଉପଲବ୍ଧ ନହୁଏ, ତେବେ ଜଣେ ବିଚାରପତିଙ୍କ କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବା କଷ୍ଟସାଧ୍ୟ ହେବ ଏବଂ ନ୍ୟାୟିକ ଉତ୍ତରଦାୟିତ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ଯଦିଓ ଆଇନଗତ ଗଣମାଧ୍ୟମ ବଢୁଛି ଏବଂ ନ୍ୟାୟିକ ପ୍ରକ୍ରିୟାର ରିପୋର୍ଟ ବୃଦ୍ଧି ପାଇବାରେ ଲାଗିଛି। ତେବେ ବି ଏହା ସୀମିତ ରହିଛି। ନ୍ୟାୟିକ ପ୍ରକ୍ରିୟା ଜନସାଧାରଣଙ୍କ ପାଇଁ ଖୋଲା ନହେଲେ, କୋର୍ଟର କାର୍ଯ୍ୟ ସମ୍ପର୍କରେ ବୁଝିବା ଜନସାଧାରଣଙ୍କ ପକ୍ଷେ ସମ୍ଭବ ନୁହେଁ। ପ୍ରକ୍ରିୟାର ନ୍ୟାୟିକ ଷ୍ଟ୍ରିମିଂ ଆଇନ ଛାତ୍ର, ଯୁବକ ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ଶିକ୍ଷାର ଏକ ମାଧ୍ୟମ ସାବ୍ୟସ୍ତ ହୋଇଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri