Posted inଜାତୀୟ

ପର୍ସନାଲ ଲ’ ଆଧାରରେ ହେବନି ବିଚାର

ନୂଆଦିଲ୍ଲୀ,୧୯।୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ ଲାଗି ହୋଇଥିବା ଆବେଦନଗୁଡ଼ିକର ଶୁଣାଣ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠରେ ମଙ୍ଗଳବାର ଆରମ୍ଭ ହୋଇଛି। ତେବେ ବିବାହ ସମ୍ପର୍କିତ ପର୍ସନାଲ ଲ’ ଆଧାରରେ ଉକ୍ତ ଆବେଦନର ବିଚାର କରାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ସ୍ବତନ୍ତ୍ର ବିବାହ ଆଇନ ଉପରେ ଯୁକ୍ତି ଉପସ୍ଥାପନ କରିବା ଲାଗି ଆଇନଜୀବୀମାନଙ୍କୁ ଅଦାଲତ ପରାମର୍ଶ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ପୀଠ ଆବେଦନକୁ ଏକ ଜଟିଳ ପ୍ରସଙ୍ଗ ଭାବେ ଅଭିହିତ କରି କହିଛନ୍ତି, ସ୍ବତନ୍ତ୍ର ବିବାହ ଆଇନରେ ରହିଥିବା ପୁରୁଷ ଓ ମହିଳା ଧାରଣା ସମ୍ପୂର୍ଣ୍ଣ ପ୍ରଜନନ ଅଙ୍ଗ ଆଧାରିତ ନୁହେଁ। ସାମ୍ବିଧାନିକ ପୀଠର ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ୍‌ ଏସ୍‌.କେ. କୌଲ, ଏସ୍‌.ଆର୍‌. ଭଟ୍ଟ, ହିମା କୋହଲି ଏବଂ ପି.ଏସ୍‌. ନରସିଂହ।
ଯଦି ସମଲିଙ୍ଗୀ ବିବାହକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ରାୟ ଦିଅନ୍ତି, ତେବେ ହିନ୍ଦୁ ବିବାହ ଆଇନ ଏବଂ ଅନ୍ୟ ଧର୍ମୀୟ ସମ୍ପ୍ରଦାୟଗୁଡ଼ିକ ପାଇଁ ରହିଥିବା ପର୍ସନାଲ ଲ’ ପାଇଁ ସମସ୍ୟା ତଥା ଜଟିଳ ଓ ଅବାଞ୍ଛିତ ପରିଣାମ ସୃଷ୍ଟି ହେବ। ସେଥିପାଇଁ ପର୍ସନାଲ ଲ’କୁ ବାଦ୍‌ ଦେଇ ଆଇନଜୀବୀମାନେ ସ୍ବତନ୍ତ୍ର ବିବାହ ଆଇନ (ଧର୍ମ ଆଧାରିତ ହୋଇ ନ ଥିବା ବିବାହ ଆଇନ) ଆଧାରରେ ଯୁକ୍ତି ଉପସ୍ଥାପନ କରିବା ପାଇଁ ସାମ୍ବିଧାନିକ ପୀଠ ପରାମର୍ଶ ଦେଇଥିଲେ। ସ୍ବତନ୍ତ୍ର ବିବାହ ଆଇନ, ୧୯୫୪ ହେଉଛି ଭିନ୍ନ ଧର୍ମ କିମ୍ବା ଜାତିର ବ୍ୟକ୍ତିମାନଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବା ଲାଗି ଉଦ୍ଦିଷ୍ଟ ଆଇନ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଟ୍ରାନ୍ସଜେଣ୍ଡର ଅଧିକାର ଅଧିନିୟମ ପ୍ରସଙ୍ଗ ଉଠାଇଥିଲେ, ଯେଉଁଥିରେ ଯୋଡ଼ି ଚୟନ କରିବା ଅଧିକାର, ବ୍ୟକ୍ତିଗତ ଗୋପନୀୟତା ଅଧିକାର ଆଦି ରହିଛି। ସେମାନଙ୍କ ପ୍ରତି ଭେଦଭାବକୁ ଆପରାଧିକ ମାମଲା ଭାବେ ବିଚାର କରାଯାଇଥାଏ। ଅଦାଲତଙ୍କ ନିଷ୍ପତ୍ତି ମାଧ୍ୟମରେ ବିବାହକୁ ସାମାଜିକ-ଆଇନଗତ ମାନ୍ୟତା ପ୍ରଦାନ କରାଯାଇ ପାରିବ ନାହିଁ। ଏପରିକି ବ୍ୟବସ୍ଥାପିକା ଦ୍ୱାରା ନୁହେଁ। ଏହା ସମାଜ ଦ୍ୱାରା ଗ୍ରହଣୀୟ ହେବା ଆବଶ୍ୟକ ବୋଲି ସଲିସିଟର ଜେନେରାଲ କହିଥିଲେ। ଜଣେ ବ୍ୟକ୍ତି ହିନ୍ଦୁ ଥାଇ ସମଲିଙ୍ଗୀରେ ବିବାହ ଅଧିକାର ଉପଲବ୍ଧ କରିବାକୁ ଚାହିଁଲେ ସମସ୍ୟା ଉପୁଜିବ। ଏହା ଦ୍ୱାରା ହିନ୍ଦୁ, ମୁସଲମାନ ଏବଂ ଅନ୍ୟ ସମ୍ପ୍ରଦାୟ ପ୍ରଭାବିତ ହେବେ। ସେଥିପାଇଁ ରାଜ୍ୟଗୁଡ଼ିକର ଯୁକ୍ତିକୁ ଅଦାଲତ ଶୁଣିବା ଆବଶ୍ୟକ ବୋଲି ମେହେଟ୍ଟା କହିଥିଲେ। ଏହାର ଜବାବରେ ସାମ୍ବିଧାନିକ ପୀଠ କହିଥିଲେ, ଆମେ ପର୍ସନାଲ ଲ’କୁ ଯାଉ ନାହୁଁ। ଆମକୁ ଉକ୍ତ ଆଇନକୁ ଯିବା ଲାଗି କାହିଁକି କୁହାଯାଉଛି। ଏହାର ନିଷ୍ପତ୍ତି କିପରି ନିଆଯିବ, ତାହା ଆପଣ କହିପାରିବେ ନାହିଁ। ସବୁକିଛି ଶୁଣିବାକୁ ଆମେ ବାଧ୍ୟ ନୋହୁଁ ବୋଲି ଅଦାଲତ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri