Posted inଜାତୀୟ

ପର୍ସନାଲ ଲ’ ଆଧାରରେ ହେବନି ବିଚାର

ନୂଆଦିଲ୍ଲୀ,୧୯।୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ ଲାଗି ହୋଇଥିବା ଆବେଦନଗୁଡ଼ିକର ଶୁଣାଣ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠରେ ମଙ୍ଗଳବାର ଆରମ୍ଭ ହୋଇଛି। ତେବେ ବିବାହ ସମ୍ପର୍କିତ ପର୍ସନାଲ ଲ’ ଆଧାରରେ ଉକ୍ତ ଆବେଦନର ବିଚାର କରାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ସ୍ବତନ୍ତ୍ର ବିବାହ ଆଇନ ଉପରେ ଯୁକ୍ତି ଉପସ୍ଥାପନ କରିବା ଲାଗି ଆଇନଜୀବୀମାନଙ୍କୁ ଅଦାଲତ ପରାମର୍ଶ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ପୀଠ ଆବେଦନକୁ ଏକ ଜଟିଳ ପ୍ରସଙ୍ଗ ଭାବେ ଅଭିହିତ କରି କହିଛନ୍ତି, ସ୍ବତନ୍ତ୍ର ବିବାହ ଆଇନରେ ରହିଥିବା ପୁରୁଷ ଓ ମହିଳା ଧାରଣା ସମ୍ପୂର୍ଣ୍ଣ ପ୍ରଜନନ ଅଙ୍ଗ ଆଧାରିତ ନୁହେଁ। ସାମ୍ବିଧାନିକ ପୀଠର ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ୍‌ ଏସ୍‌.କେ. କୌଲ, ଏସ୍‌.ଆର୍‌. ଭଟ୍ଟ, ହିମା କୋହଲି ଏବଂ ପି.ଏସ୍‌. ନରସିଂହ।
ଯଦି ସମଲିଙ୍ଗୀ ବିବାହକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ରାୟ ଦିଅନ୍ତି, ତେବେ ହିନ୍ଦୁ ବିବାହ ଆଇନ ଏବଂ ଅନ୍ୟ ଧର୍ମୀୟ ସମ୍ପ୍ରଦାୟଗୁଡ଼ିକ ପାଇଁ ରହିଥିବା ପର୍ସନାଲ ଲ’ ପାଇଁ ସମସ୍ୟା ତଥା ଜଟିଳ ଓ ଅବାଞ୍ଛିତ ପରିଣାମ ସୃଷ୍ଟି ହେବ। ସେଥିପାଇଁ ପର୍ସନାଲ ଲ’କୁ ବାଦ୍‌ ଦେଇ ଆଇନଜୀବୀମାନେ ସ୍ବତନ୍ତ୍ର ବିବାହ ଆଇନ (ଧର୍ମ ଆଧାରିତ ହୋଇ ନ ଥିବା ବିବାହ ଆଇନ) ଆଧାରରେ ଯୁକ୍ତି ଉପସ୍ଥାପନ କରିବା ପାଇଁ ସାମ୍ବିଧାନିକ ପୀଠ ପରାମର୍ଶ ଦେଇଥିଲେ। ସ୍ବତନ୍ତ୍ର ବିବାହ ଆଇନ, ୧୯୫୪ ହେଉଛି ଭିନ୍ନ ଧର୍ମ କିମ୍ବା ଜାତିର ବ୍ୟକ୍ତିମାନଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବା ଲାଗି ଉଦ୍ଦିଷ୍ଟ ଆଇନ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଟ୍ରାନ୍ସଜେଣ୍ଡର ଅଧିକାର ଅଧିନିୟମ ପ୍ରସଙ୍ଗ ଉଠାଇଥିଲେ, ଯେଉଁଥିରେ ଯୋଡ଼ି ଚୟନ କରିବା ଅଧିକାର, ବ୍ୟକ୍ତିଗତ ଗୋପନୀୟତା ଅଧିକାର ଆଦି ରହିଛି। ସେମାନଙ୍କ ପ୍ରତି ଭେଦଭାବକୁ ଆପରାଧିକ ମାମଲା ଭାବେ ବିଚାର କରାଯାଇଥାଏ। ଅଦାଲତଙ୍କ ନିଷ୍ପତ୍ତି ମାଧ୍ୟମରେ ବିବାହକୁ ସାମାଜିକ-ଆଇନଗତ ମାନ୍ୟତା ପ୍ରଦାନ କରାଯାଇ ପାରିବ ନାହିଁ। ଏପରିକି ବ୍ୟବସ୍ଥାପିକା ଦ୍ୱାରା ନୁହେଁ। ଏହା ସମାଜ ଦ୍ୱାରା ଗ୍ରହଣୀୟ ହେବା ଆବଶ୍ୟକ ବୋଲି ସଲିସିଟର ଜେନେରାଲ କହିଥିଲେ। ଜଣେ ବ୍ୟକ୍ତି ହିନ୍ଦୁ ଥାଇ ସମଲିଙ୍ଗୀରେ ବିବାହ ଅଧିକାର ଉପଲବ୍ଧ କରିବାକୁ ଚାହିଁଲେ ସମସ୍ୟା ଉପୁଜିବ। ଏହା ଦ୍ୱାରା ହିନ୍ଦୁ, ମୁସଲମାନ ଏବଂ ଅନ୍ୟ ସମ୍ପ୍ରଦାୟ ପ୍ରଭାବିତ ହେବେ। ସେଥିପାଇଁ ରାଜ୍ୟଗୁଡ଼ିକର ଯୁକ୍ତିକୁ ଅଦାଲତ ଶୁଣିବା ଆବଶ୍ୟକ ବୋଲି ମେହେଟ୍ଟା କହିଥିଲେ। ଏହାର ଜବାବରେ ସାମ୍ବିଧାନିକ ପୀଠ କହିଥିଲେ, ଆମେ ପର୍ସନାଲ ଲ’କୁ ଯାଉ ନାହୁଁ। ଆମକୁ ଉକ୍ତ ଆଇନକୁ ଯିବା ଲାଗି କାହିଁକି କୁହାଯାଉଛି। ଏହାର ନିଷ୍ପତ୍ତି କିପରି ନିଆଯିବ, ତାହା ଆପଣ କହିପାରିବେ ନାହିଁ। ସବୁକିଛି ଶୁଣିବାକୁ ଆମେ ବାଧ୍ୟ ନୋହୁଁ ବୋଲି ଅଦାଲତ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?