ହନୁମାନ ଦିକ୍ଷା ନେଲେ ଜୁନିୟର ଏନ୍‌ଟିଆର୍‌

ଚେନ୍ନାଇ: ସାଉଥ୍ ଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର୍ ଏବେ ଖୁବ୍ ଚର୍ଚ୍ଚାରେ । ଏମାନଙ୍କ ଅଭିନୀତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ କମାଲ କରିଥିବା ବେଳେ ଜବରଦସ୍ତ ବ୍ୟବସାୟ କଲା । ଫିଲ୍ମର ସଫଳତାକୁ ନେଇ ଏମାନେ ଖୁବ୍ ଖୁସି ଅଛନ୍ତି । ଫିଲ୍ମ ଏବେ ଦେଶ ବାହାରେ ବି କମାଲ କରୁଛି । କିଛିଦିନ ହେବ ଫିଲ୍ମ ରିଲିଜ୍ ହୋଇଥିଲେ ବି ଏହାର ବ୍ୟବସାୟ ଏବେବି ଜାରି ରହିଛି । ଇତିମଧ୍ୟରେ ଫିଲ୍ମର ଲିଡ ରୋଲରେ ଥିବା ଅଭିନେତା ଜୁନିୟର ଏନ୍‌ଟିଆର୍ ଚମକାଇବା ଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଶୁଣିଲେ ଯେ କେହି ଚମକି ପଡୁଛନ୍ତି । କୁହାଯାଉଛି କି ଜୁନିୟର ଏନ୍‌ଟିଆର୍ ହନୁମାନ ଦିକ୍ଷା ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ, ଜୁନିୟର ଏନଟିଆରଙ୍କ ଲିଡ ରୋଲ ବାଲା ଫିଲ୍ମ ‘ଆର୍‌ଆର୍‌ଆର୍‌’ ଖୁବ ଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହୋଇଗଲା । ଫିଲ୍ମକୁ ସାଉଥ୍‌ସହ ହିନ୍ଦୀ ବେଲ୍ଟରେ ବି ଦର୍ଶକଙ୍କର ଭଲ ରେସପନ୍ସ ମିଳିଲା । ଫିଲ୍ମର ସଫଳତାକୁ ଦେଖି ଜୁନିୟର ଏନ୍‌ଟିଆର୍ ହନୁମାନ ଦିକ୍ଷା ନେଇଗଲେ । ଏବେ ସେ ୨୧ ଦିନ ପର୍ଯ୍ୟନ୍ତ ଖାଲି ପାଦରେ ରହିବେ । ହନୁମାନ ଦିକ୍ଷା ନେବା ପରେ ଜୁନିୟର ଏନ୍‌ଟିଆର୍‌ଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗେରୁଆ ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିବା ସହ ଗଳାରେ ମାଳା ଓ ମଥାରେ ତିଲକ ଲଗାଇ କାନ୍ଧରେ ଗାମୁଛା ପକାଇଥିବା ଦେଖାଯାଇଛି । ଫଟୋ ସୋସିଆଲ ମିଡିଆରେ ଖୁବ୍ ଭଇରାଲ ହେଉଛି । ମିଳିଥିବା ସୂଚନା ଅନୁଯାୟୀ, ହନୁମାନ ଜୟନ୍ତି ଅବସରରେ ଜୁନିୟର ଏନଟିଆର୍ ହନୁମାନ ଦିକ୍ଷା ନେବା ସହ ସେ ଏବେ ୨୧ ଦିନ ଖାଲି ପାଦରେ ରହିବେ ଓ ସାତ୍ତ୍ୱିକ ଭୋଜନ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri