Posted inଜାତୀୟ

ଆନ୍ଦୋଳନକୁ ନେଇ ମୋଦି ସରକାରଙ୍କ ପ୍ରଥମ ପ୍ରତିକ୍ରିୟା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ କହିଲେ…ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୦।୭: ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାର ବିରୋଧରେ ‘କକରୋଚ ଜନତା ପାର୍ଟି’ (CJP)ର ସଂସଦ ମାର୍ଚ୍ଚ ବେଳେ ସୋମବାର ପୋଲିସ ହଜାର ହଜାର ସଂଖ୍ୟାରେ ଜମା ହୋଇଥିବା ଯୁବକମାନଙ୍କୁ ଘଉଡ଼ାଇବା ପାଇଁ ଅଶ୍ରୁଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା। ବିରୋଧ ପ୍ରଦର୍ଶନ ତୀବ୍ର ହେବାରୁ କେନ୍ଦ୍ରୀୟ ଦିଲ୍ଲୀର ବଡ଼ ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଏହି ସମୟରେ ସିଜେପି ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଥିଲେ। ସିଜେପି ପ୍ରତିନିଧିଙ୍କ ସହ ସାକ୍ଷାତ ପରେ ସରକାରଙ୍କ ପ୍ରଥମ ବୟାନ ସାମ୍ନାକୁ ଆସିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି,‘ଆଜି ସକାଳେ ପ୍ରଥମ ଥର ପାଇଁ ପ୍ରଦର୍ଶନକାରୀଙ୍କ ତରଫରୁ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଆସିଥିଲା ଏବଂ ସକାଳ ୧୧:୫୦ ରୁ ଆମର ଆଲୋଚନା ଚାଲିଛି। ବୈଠକ ଭଲ ପରିବେଶରେ ହୋଇଛି। ସେମାନଙ୍କ ପ୍ରତିନିଧି ମଣ୍ଡଳ ସହ ପ୍ରାଥମିକ ଆଲୋଚନା ବିସ୍ତୃତ ଭାବେ ହୋଇଛି ଏବଂ  ସନ୍ଧ୍ୟା ପ୍ରାୟ  ୪ଟା ବେଳେ ସେମାନେ ମତେ ଏକ ଲିଖିତ ଜ୍ଞାପନ ପତ୍ର ପ୍ରଦାନ କରିଛନ୍ତି। ମୁଁ ସମସ୍ତ ପ୍ରଦର୍ଶନକାରୀଙ୍କୁ ନିଜର ଧାରଣା ଶେଷ କରିବାକୁ ଏବଂ ପରିସ୍ଥିତି ସ୍ବାଭାବିକ କରିବାରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛି।’

କରୋଚ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଆମକୁ ଭରସା ଦେଇଛନ୍ତି ଯେ ସେମାନେ ଏହି ମାମଲାରେ ସଠିକ ସ୍ତରରେ ଆଲୋଚନା କରିବେ। ସେ ’X’ରେ ପୋଷ୍ଟ କରି ଲେଖିଛନ୍ତି, “ମୁଁ ଏବଂ ଆଶୁତୋଷ ରାଙ୍କା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛୁ। ଆମେ ତାଙ୍କୁ ଆମର ଦାବିଗୁଡ଼ିକ ବିଷୟରେ ଜଣାଇଛୁ, ଯେଉଁଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା କିମ୍ବା ତାଙ୍କୁ ପଦରୁ ହଟାଇବା ସାମିଲ ରହିଛି।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ, ସବୁ ଜିଲାପାଳଙ୍କୁ ରାଜସ୍ବ ସଚିବଙ୍କ ଚିଠି

ଭୁବନେଶ୍ୱର,୨୧।୭(ସୁନିତ୍‌ ମିଶ୍ର): ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ଗୁଡ଼ିକ ନାମର ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା…

ପଶ୍ଚିମବଙ୍ଗ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ ହେବ

କୋଲକାତା, ୨୧ା୭: ପଶ୍ଚିମବଙ୍ଗ ସରକାର ଆସନ୍ତା ସେପ୍ଟେମ୍ବର ୧ରୁ ସମସ୍ତ ପ୍ରଶାସନିକ କାର୍ଯ୍ୟରେ ବଙ୍ଗଳା ଭାଷାକୁ ବାଧ୍ୟତାମୂଳକ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

ଆସାମରେ ବନ୍ୟା ବିଭୀଷିକା

ଗୁଆହାଟୀ,୨୧ା୭: ଉପର ଆସାମରେ ବନ୍ୟା ସ୍ଥିତି ଉତ୍କଟ ହୋଇଛି। ୭ ଜିଲାରେ ୫୭,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଚା’ ବଗିଚାଗୁଡ଼ିକ ପାଣିରେ ବୁଡ଼ିଯାଇଛି। ଲଗାଣ ବର୍ଷା…

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମାଗିଲେ ଏସବୁ ରିପୋର୍ଟ

ନୂଆଦିଲ୍ଲୀ,୨୧ା୭: ଅନଶନରତ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଆଙ୍ଗ୍‌ମୋ କରିଥିବା ଆବେଦନ ଉପର ଦିଲ୍ଲୀ ହାଇକୋର୍ଟ ସୋମବାର ସଫଦରଜଙ୍ଗ…

ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ, ୨୧।୭: ରୁଷ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି…

ରାଜ୍ୟରେ ପିଭିଟିଜିଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ, ୮୧ପ୍ରତିଶତ ମହିଳା ବ୍ୟବହାର କରୁନାହାନ୍ତି…

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ଓଡ଼ିଶାର ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ(ପିଭିଟିଜି)ଙ୍କ ମଧ୍ୟରେ କୁପୋଷଣ, ରକ୍ତହୀନତା, ମାତୃ ସ୍ବାସ୍ଥ୍ୟ ଓ ମୌଳିକ ସ୍ବାସ୍ଥ୍ୟସେବାର ଅଭାବ ଚିନ୍ତାର ବିଷୟ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri