ସିଧା ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ JP ନଡ୍ଡା: ଭାଜପା ଶିବିର ହଲ୍‌ଚଲ୍‌: ରାଜ୍ୟ ସଭାପତି ହେବେ…

ଭୁବନେଶ୍ୱର, ୨୮।୨: ସିଧା ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ସେ ଗୁରୁବାର ସାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ପରେ ଭାଜପା ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।
ପରେ ୨୮ ତାରିଖ ଅର୍ଥାତ ଶୁକ୍ରବାର ପ୍ରଥମଥର ପାଇଁ ପୁରୀରେ ଆୟୋଜନ ହେଉଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ସେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଅଧ୍ୟକ୍ଷ ଦୁଇଦିନଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଭୁବନେଶ୍ୱରରେ ପହଞ୍ଚିବା ପରେ ସେ କୋଣାର୍କ ଯାଇ ରାତ୍ରିଯାପନ କରିଥିଲେ। ଶୁକ୍ରବାର ନଡ୍ଡା ପୁରୀରେ ହେବାକୁ ଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଭୁବନେଶ୍ୱର ଫେରି ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଆଲୋଚନାରେ ଭାଜପା ରାଜ୍ୟ ସଭାପତି ଚୟନ ନେଇ ହେବକି?

ପୁଣି ମନମୋହନଙ୍କ ଉପରେ ଆସ୍ଥାପ୍ରକଟ  କରିବ କି ଭାଜପା। ପଦ୍ମ ଘୁଞ୍ଚିଘୁଞ୍ଚି ଗଲାପରି ଭାଜପା ସଭାପତି ନା  ଘୋଷଣାରେ ବିଳମ୍ବ ହେଉଛି। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଉ କାହାକୁ ଦାୟିତ୍ୱ ଦେବେ ନା ପୁଣି ସଭାପତି ହେବେ ମନମୋହନ, ଛିଣ୍ଡୁନି ଅଙ୍କ।  ଅନ୍ୟ କାହା ମୁଣ୍ଡରେ ଢ଼ାଳିବେ କି ସୁନା କଳସ। ଏ

ରାଜ୍ୟ ସଭାପତି ଚୟନ ନେଇ କେଉଁ ସମୀକରଣ କାମ କରିବ ତାକୁ ନେଇ ରାଜନେତିକ ସମୀକ୍ଷକ ମଧ୍ୟ ଆକଳନ କରି ପାରୁନାହାନ୍ତି। BJP ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ରାଜ୍ୟ ନେତୃବୃନ୍ଦଙ୍କ ସହ ସଭାପତି ଚୟନ ନେଇ ଆଲୋଚନା କରିସାରିଛନ୍ତି।
ସେପଟେ ସଭାପତି ରେସରେ ମନମୋହନଙ୍କ ସହିତ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ସାରଦା ଶତପଥୀଙ୍କ ନାଁ ଆଗରେ ରହିଛି। ତେବେ ୧୫ ମାର୍ଚ୍ଚ ପୂର୍ବରୁ ସଭାପତି ର୍ନିବାଚନ ଶେଷ ହେବ ବୋଲି କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷରେ ନିବେଶକଙ୍କ ସବୁଠୁ ଲାଭଦାୟକ ସପ୍ତାହ

ମୁମ୍ବାଇ,୭ା୧୧: ବୈଶ୍ୱିକ ସ୍ତରରେ ପୁଞ୍ଜିବଜାରର ମାନ୍ଦାବସ୍ଥା ସତ୍ତ୍ୱେ ଭାରତୀୟ ଶେୟାର ବଜାରର ସାମ୍ପ୍ରତିକ ସ୍ଥିତି ଉତ୍ତମ ରହିଛି। ଚଳିତ ସପ୍ତାହରେ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଏବଂ ନ୍ୟାଶନାଲ…

ନ୍ୟୁଜିଲାଣ୍ଡରେ ଧମାକା କଲେ ଯଶସ୍ବୀ ଜୟସ୍ବାଲ: ଲଗାତାର ଦ୍ୱିତୀୟ ଶତକ ମାରି ଫର୍ମକୁ ଫେରିଲେ ଷ୍ଟାର ଓପନର୍‌

ନୂଆଦିଲ୍ଲୀ,୭।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଶତକ। ଲଗାତାର ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଶତକ…

ନଭେମ୍ବର ୬ରେ କାହିଁକି ଟେଷ୍ଟକୁ ଅଲବିଦା କହିଲେ ଶାମି? ରହିଛି ବଡ଼ କନେକ୍ସନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୭।୧୧: ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ମହମ୍ମଦ ଶାମି ୬ ନଭେମ୍ବର ୨୦୨୬ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହା ସହ ତାଙ୍କର…

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଶାମି, ଏବେ ଆଇପିଏଲ ଖେଳିବେ ନା ନାହିଁ , କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୧୧: ୬ ନଭେମ୍ବର ୨୦୨୬ରେ ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି ସେ ନିଜ…

ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ, ନେବେନି ଉପହାର: ଜାଣନ୍ତୁ କାହିଁକି ନେଲେ ଏମିତି ନିଷ୍ପତ୍ତି

ଭୁବନେଶ୍ୱର,୭।୧୧:ଭୁବନେଶ୍ୱର,୭।୧୧: ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ…

ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍‌ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…

ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।…

କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ

ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…

ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି

ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?