Odisha Elections 2024
Posted inଖେଳ

ସ୍ବର୍ଣ୍ଣିମ ଯାତ୍ରା ସଂଘର୍ଷପୂର୍ଣ୍ଣ ଥିଲା: ଚିନ୍ମୟୀ

ଭୁବନେଶ୍ୱର, ୨୪।୮ (ତପନ ସ୍ବାଇଁ): କାନାଡ଼ାରେ ଅନୁଷ୍ଠିତ ବିଶ୍ୱ ପୋଲିସ ଆଣ୍ଡ ଫାୟାର ଗେମ୍‌ରେ ୨ଟି ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିବା ଚିନ୍ମୟୀ ଭୂୟାଁଙ୍କୁ ବୁଧବାର ରାଜ୍ୟ କରାଟେ ଆସୋସିଏଶନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚିନ୍ମୟୀ ୬୦ କେଜି ଫାଇଟ୍‌ ଓ ଟିମ୍‌ ଫାଇଟ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଚିନ୍ମୟୀ ଉକ୍ତ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ସେ ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷାର୍ଥୀ। କାନାଡ଼ାରେ ଅନୁଷ୍ଠିତ ବିଶ୍ୱ ପୋଲିସ କ୍ରୀଡ଼ାରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସ୍ବର୍ଣ୍ଣ ପଦକ ବିଜୟର ଯାତ୍ରା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ମାତ୍ର ଶେଷରେ ଯେତେବେଳେ ତ୍ରିରଙ୍ଗା ଉଡ଼ିଥିଲା ସେତେବେଳେ ସବୁ କଷ୍ଟ ଉଭେଇ ଯାଇଥିଲା। ମନ ରୋମାଞ୍ଚତ୍ତ ହୋଇଥିଲା ବୋଲି ଚିନ୍ମୟୀ ପ୍ରକାଶ କରିଛନ୍ତି। ସମ୍ବର୍ଦ୍ଧନା ସମାରୋହରେ ଉତ୍କଳ କରାଟେ ସ୍କୁଲ ସମ୍ପାଦକ ତଥା ଚିନ୍ମୟୀଙ୍କ କୋଚ୍‌ ହରି ପ୍ରସାଦ ପଟ୍ଟନାୟକ, ରାଜ୍ୟ କରାଟେ ସଂଘ ସମ୍ପାଦକ ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ଖାରବେଳ ମଲିକ, ସଦସ୍ୟ ସଞ୍ଜୟ ଦାସ, ସନତ ନାୟକ, କାଳିପ୍ରସାଦ ନନ୍ଦ, ଚିତ୍ତରଞ୍ଜନ ସ୍ବାଇଁ, ରୋମିଓ ନନ୍ଦ, ଅରବିନ୍ଦ ପଟ୍ଟନାୟକ, ସନ୍ତୋଷ ମହାରଣା, ପ୍ରଦୀପ କୁମାର ପାତ୍ର, ସମରେନ୍ଦ୍ର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବର୍ଦ୍ଧିତ ହେବେ ୧୪ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌

ରାଜ୍ୟର ଅଗ୍ରଣୀ ସାମରିକ ଓ ପାଓ୍ବାର ସ୍ପୋଟର୍‌ସ ପ୍ରଶିକ୍ଷଣ କେନ୍ଦ୍ର ଉତ୍କଳ କରାଟେ ସ୍କୁଲର ୪୩ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୯ ତାରିଖରେ ପାଳନ କରାଯିବ। ସାମ୍ବାଦିକତା ବୃତ୍ତିରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଥିବା ୫ ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ। ସେମାନେ ହେଲେ ହରିପ୍ରସାଦ ଭାରତୀ, ମଳୟ କୁମାର ନାୟକ, ତନ୍ମୟ ଦାସ, ମହମ୍ମଦ ଅବଦୁଲ ଅଜିଜ୍‌ ଓ ଅସିତ କୁମାର ଶତପଥୀ। ଏହା ବ୍ୟତୀତ ଅନୁଷ୍ଠାନରୁ ପ୍ରଶିକ୍ଷଣ ନେଇ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିଥିବା ୧୪ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ତଥା ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସମ୍ବର୍ଦ୍ଧିତ ହେବାକୁଥିବା କ୍ରୀଡ଼ାବିତ୍‌ମାନେ ହେଲେ ଭାଲେନା ଭାଲେଣ୍ଟିନା, ଦିଲୀପ କୁମାର ଜେନା, ପାୟଲ ବରାଳ, ଅଭିଷେକ ପଟ୍ଟନାୟକ, ଉଦିତ ଉଦ୍ଦମ, ସ୍ବାଗତିକା ସାହୁ, ମଧୁପ୍ରିୟା ବାଇ, ବ୍ରତତି ବିଶ୍ୱପ୍ରଭା ପତି, ଚିନ୍ମୟୀ ଭୂୟାଁ (ସମସ୍ତେ କରାଟେ), ରାନୁ ମହାନ୍ତି, ପ୍ରଦୀପ ପାତ୍ର, ସମରେନ୍ଦ୍ର ରାଉତରାୟ (ସମସ୍ତେ ଶକ୍ତିଉତ୍ତୋଳନ), ଅନୁପମା ସ୍ବାଇଁ (ଶକ୍ତିଉତ୍ତୋଳନ ଓ ଜୁ ଜିତ୍‌ସୁ) ଏବଂ ପ୍ରିୟଦର୍ଶିନୀ ଘଟୁଆରୀ (ଜୁ ଜିତ୍‌ସୁ)। ଉତ୍କଳ ସ୍ପୋଟର୍‌ସ ମିଟ୍‌ ଅନ୍ତର୍ଗତ କରାଟେ ପ୍ରତିଯୋଗିତା ଇତିମଧ୍ୟରେ ଶେଷ ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ...

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

ଅଭ୍ୟାସ ମ୍ୟାଚ୍‌ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍‌ ରେସ୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍‌ କେବଳ ଔପଚାରିକତା...

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri