Posted inଖେଳ

ସ୍ବର୍ଣ୍ଣିମ ଯାତ୍ରା ସଂଘର୍ଷପୂର୍ଣ୍ଣ ଥିଲା: ଚିନ୍ମୟୀ

ଭୁବନେଶ୍ୱର, ୨୪।୮ (ତପନ ସ୍ବାଇଁ): କାନାଡ଼ାରେ ଅନୁଷ୍ଠିତ ବିଶ୍ୱ ପୋଲିସ ଆଣ୍ଡ ଫାୟାର ଗେମ୍‌ରେ ୨ଟି ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିବା ଚିନ୍ମୟୀ ଭୂୟାଁଙ୍କୁ ବୁଧବାର ରାଜ୍ୟ କରାଟେ ଆସୋସିଏଶନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚିନ୍ମୟୀ ୬୦ କେଜି ଫାଇଟ୍‌ ଓ ଟିମ୍‌ ଫାଇଟ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଚିନ୍ମୟୀ ଉକ୍ତ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ସେ ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷାର୍ଥୀ। କାନାଡ଼ାରେ ଅନୁଷ୍ଠିତ ବିଶ୍ୱ ପୋଲିସ କ୍ରୀଡ଼ାରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସ୍ବର୍ଣ୍ଣ ପଦକ ବିଜୟର ଯାତ୍ରା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ମାତ୍ର ଶେଷରେ ଯେତେବେଳେ ତ୍ରିରଙ୍ଗା ଉଡ଼ିଥିଲା ସେତେବେଳେ ସବୁ କଷ୍ଟ ଉଭେଇ ଯାଇଥିଲା। ମନ ରୋମାଞ୍ଚତ୍ତ ହୋଇଥିଲା ବୋଲି ଚିନ୍ମୟୀ ପ୍ରକାଶ କରିଛନ୍ତି। ସମ୍ବର୍ଦ୍ଧନା ସମାରୋହରେ ଉତ୍କଳ କରାଟେ ସ୍କୁଲ ସମ୍ପାଦକ ତଥା ଚିନ୍ମୟୀଙ୍କ କୋଚ୍‌ ହରି ପ୍ରସାଦ ପଟ୍ଟନାୟକ, ରାଜ୍ୟ କରାଟେ ସଂଘ ସମ୍ପାଦକ ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ଖାରବେଳ ମଲିକ, ସଦସ୍ୟ ସଞ୍ଜୟ ଦାସ, ସନତ ନାୟକ, କାଳିପ୍ରସାଦ ନନ୍ଦ, ଚିତ୍ତରଞ୍ଜନ ସ୍ବାଇଁ, ରୋମିଓ ନନ୍ଦ, ଅରବିନ୍ଦ ପଟ୍ଟନାୟକ, ସନ୍ତୋଷ ମହାରଣା, ପ୍ରଦୀପ କୁମାର ପାତ୍ର, ସମରେନ୍ଦ୍ର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବର୍ଦ୍ଧିତ ହେବେ ୧୪ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌

ରାଜ୍ୟର ଅଗ୍ରଣୀ ସାମରିକ ଓ ପାଓ୍ବାର ସ୍ପୋଟର୍‌ସ ପ୍ରଶିକ୍ଷଣ କେନ୍ଦ୍ର ଉତ୍କଳ କରାଟେ ସ୍କୁଲର ୪୩ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୯ ତାରିଖରେ ପାଳନ କରାଯିବ। ସାମ୍ବାଦିକତା ବୃତ୍ତିରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଥିବା ୫ ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ। ସେମାନେ ହେଲେ ହରିପ୍ରସାଦ ଭାରତୀ, ମଳୟ କୁମାର ନାୟକ, ତନ୍ମୟ ଦାସ, ମହମ୍ମଦ ଅବଦୁଲ ଅଜିଜ୍‌ ଓ ଅସିତ କୁମାର ଶତପଥୀ। ଏହା ବ୍ୟତୀତ ଅନୁଷ୍ଠାନରୁ ପ୍ରଶିକ୍ଷଣ ନେଇ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିଥିବା ୧୪ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ତଥା ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସମ୍ବର୍ଦ୍ଧିତ ହେବାକୁଥିବା କ୍ରୀଡ଼ାବିତ୍‌ମାନେ ହେଲେ ଭାଲେନା ଭାଲେଣ୍ଟିନା, ଦିଲୀପ କୁମାର ଜେନା, ପାୟଲ ବରାଳ, ଅଭିଷେକ ପଟ୍ଟନାୟକ, ଉଦିତ ଉଦ୍ଦମ, ସ୍ବାଗତିକା ସାହୁ, ମଧୁପ୍ରିୟା ବାଇ, ବ୍ରତତି ବିଶ୍ୱପ୍ରଭା ପତି, ଚିନ୍ମୟୀ ଭୂୟାଁ (ସମସ୍ତେ କରାଟେ), ରାନୁ ମହାନ୍ତି, ପ୍ରଦୀପ ପାତ୍ର, ସମରେନ୍ଦ୍ର ରାଉତରାୟ (ସମସ୍ତେ ଶକ୍ତିଉତ୍ତୋଳନ), ଅନୁପମା ସ୍ବାଇଁ (ଶକ୍ତିଉତ୍ତୋଳନ ଓ ଜୁ ଜିତ୍‌ସୁ) ଏବଂ ପ୍ରିୟଦର୍ଶିନୀ ଘଟୁଆରୀ (ଜୁ ଜିତ୍‌ସୁ)। ଉତ୍କଳ ସ୍ପୋଟର୍‌ସ ମିଟ୍‌ ଅନ୍ତର୍ଗତ କରାଟେ ପ୍ରତିଯୋଗିତା ଇତିମଧ୍ୟରେ ଶେଷ ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?