Posted inଖେଳ

ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ଦେଖିଲା ଭାରତୀୟ ଦଳ

ନୂଆଦିଲ୍ଲୀ, ୨୪ା୮ (ପି.ଟି.): ଭାରତୀୟଙ୍କ ପାଇଁ ଐତିହାସିକ ମୂହୁର୍ତ୍ତ ଭାବରେ ବିଶ୍ୱର ଚତୁର୍ଥ ଦେଶ ଭାବରେ ଚନ୍ଦ୍ରପୃଷ୍ଠରେ ଓ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି ଭାରତ। ଭାରତର ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩ ସଫଳତାର ସହିତ ଅବତରଣ କରିଥିବା ବେଳେ ଭାରତୀୟ କ୍ରିକେଟ ଦଳ ଏହାକୁ ଏକତ୍ର ଦେଖିଥିଲେ। ଆୟର୍ଲାଣ୍ଡରେ ଟି୨୦ ସିରିଜ୍‌ ଖେଳିବା ପାଇଁ ଭାରତୀୟ ଦଳ ରହିଥିବା ବେଳେ ଦଳର ସମସ୍ତ ଖେଳାଳି ଏକତ୍ର ହୋଇ ଟିଭିରେ ଏହାର ଲାଇଭ ପ୍ରସାରଣ ଦେଖିଥିଲେ।

ବିସିସିଆଇ ପକ୍ଷରୁ ଏହାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଶେୟାର କରାଯାଇଥିଲା। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠକୁ ସଫଳତାର ସହିତ ଛୁଇଁବା ପରେ ଡବ୍‌ଲିନ୍‌ରୁ ଆମେ ଇତିହାସ ସୃଷ୍ଟିର ଦୃଶ୍ୟ ଦେଖିଲୁ ବୋଲି ଲେଖିଥିଲା ବିସିସିଆଇ।
କେବଳ ବିସିସିଆଇ ନୁହେଁ ବରଂ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ସମେତ ଏକାଧିକ ଖେଳାଳି ଟୁଇଟ୍‌ କରି ଏହି ଐତିହାସିକ ମୂହୂର୍ତ୍ତକୁ ସେଲିବ୍ରେଟ୍‌ କରିଥିଲେ। ସଚିନ୍‌ ତେନ୍ଦୁଲକର ଲେଖିଥିଲେ ଭାରତର ଶ୍ରେଷ୍ଠ ହିଁ ଇସ୍ରୋକୁ ପ୍ରତିନିଧିତ୍ୱ କରନ୍ତି। ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆମର ତ୍ରିରଙ୍ଗାକୁ ଉଚ୍ଚା କରିଥିବା ଏହି ମହାନ ବୈଜ୍ଞାନିକ ମାନଙ୍କୁ ସଲାମ। ଏହା ସହିତ କେ. ଶିବନ ଓ ଚନ୍ଦ୍ରୟାନ-୨ର ଟିମ୍‌ ସହିତ ଏସ୍‌. ସୋମନାଥଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ସମସ୍ତ ଲ୍ୟାଣ୍ଡିଂ ଗୁରୁତ୍ୱପୂର୍ଣ୍ଣ, ଏହା ଚନ୍ଦ୍ରରେ ହେଉ କି ଜୀବନରେ। ଭୁଲରୁ ଶିଖି ଆମେ ଆଗକୁ ବଢିଥାଉ ବୋଲି ଟୁଇଟ୍‌ କରିଥିଲେ ମାଷ୍ଟର ବ୍ଲାଷ୍ଟର। ଷ୍ଟାର ବ୍ୟାଟର ବିରାଟ କୋହଲି ମଧ୍ୟ ଟୁଇଟ୍‌ କରି ଇସ୍ରୋର ଉଦ୍ୟମକୁ ପ୍ରଶଂସା କରିଥିଲେ। ଚନ୍ଦ୍ରୟାନ-୩ ପାଇଁ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା। ଆପଣ ମାନେ ଦେଶକୁ ଗର୍ବିତ କରିଛନ୍ତି, ଜୟ ହିନ୍ଦ।

ଐତହାସିକ ସଫଳତା ପାଇଁ ଇସ୍ରୋକୁ ଅଭିନନ୍ଦନ ବୋଲି ଲେଖିଥିଲେ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପୂର୍ବତନ ପେସ୍‌ ବୋଲର ଭେଙ୍କଟେଶ ପ୍ରସାଦ ମଧ୍ୟ ଇସ୍ରୋର ଏହି ଐତିହାସିକ ଉଦ୍ୟମକୁ ପ୍ରଶଂସା କରିଥିଲେ। ସମଗ୍ର ଦେଶବାସୀଙ୍କୁ ଖୁସିର ମୂହୂର୍ତ୍ତ ପ୍ରଦାନ କରିଥିବାରୁ ଇସ୍ରୋକୁ ଧନ୍ୟବାଦ ବୋଲି ଲେଖିଥିଲେ ପ୍ରସାଦ। ନିଆରା ଅନ୍ଦାଜରେ ଟୁଇଟ୍‌ କରୁଥିବା ବୀରେନ୍ଦ୍ର ସେହ୍ବାଗ କିନ୍ତୁ ସମାଲୋଚକଙ୍କୁ ଜବାବ ଦେଇଥିଲେ। ‘ଏହି ସନ୍ଧ୍ୟାରେ ଆମେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛେ। ଏହା ଆମ ପାଇଁ ଏକ ଚିତ୍ତାକର୍ଷକ ମୂହୂର୍ତ୍ତ। ବିଫଳତା ପରେ ସଫଳତା ମିଳିଥାଏ ଏହା ତାହାର ଜ୍ୱଳନ୍ତ ଉଦାହରଣ। କିଛି ଲୋକ ଭାରତର ବିଫଳତା କାମନା କରୁଥିଲେ। ଏହି ଗୋଷ୍ଠୀର କିଛି ଲୋକ ଭାରତରେ ହିଁ ବସବାସ କରନ୍ତି। ଅବଶ୍ୟ ସେମାନେ ଆଜି ରାତିରେ ଶୋଇ ପାରିବେ ନାହିଁ’ ବୋଲି ଲେଖିଥିଲେ ସେହ୍ବାଗ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri