Posted inଜାତୀୟ

ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୫।୧୧: ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ସଜା ଘୋଷଣା ହୋଇଛି। ଚାରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଏବଂ ଅଜୟ କୁମାରଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ଚାରି ଦୋଷୀଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇଛନ୍ତି। ଦିଲ୍ଲୀର ସାକେତ କୋର୍ଟ ଶୁକ୍ରବାର ଶୁଣାଣି କରି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଚାରି ଦୋଷୀଙ୍କୁ ଦୁଇଟି ଭିନ୍ନ ମାମଲାରେ ଆଜୀବନ କାରାଦଣ୍ଡ ଏବଂ ଜୋରିମାନା ଲଗାଇଛନ୍ତି କୋର୍ଟ।

ସୂଚନାଯୋଗ୍ୟ ୨୦୦୮ ମସିହା ୩୦ ସେପ୍ଟେମ୍ବରରେ ଦିଲ୍ଲୀର ନେଲସନ ମଣ୍ଡେଲା ମାର୍ଗରେ ସୌମ୍ୟାଙ୍କର ହତ୍ୟା ହୋଇଥିଲା। ସେତେବେଳେ ସୌମ୍ୟା ରାତିରେ ତାଙ୍କର ଡ୍ୟୁଟି ସାରି ଘରକୁ ଫେରୁଥିଲେ। ପରେ ସୌମ୍ୟାଙ୍କ କାରରେ ତାଙ୍କର ମୃତଦେହ ପୋଲିସକୁ ମିଳିଥିଲା। ଏହି ହତ୍ୟା ମାମଲାରେ ସବୁଠୁ ବଡ଼ କଥା ହେଉଛି ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସକୁ ୬ ମାସ ସମୟ ଲାଗିଥିଲା।

ସୌମ୍ୟାଙ୍କ ମା’ଙ୍କୁ କୋର୍ଟ ପଚାରିଥିଲେ ଆପଣ କିଛି କହିବାକୁ ଚାହୁଁଛନ୍ତି କି ? ଏହାର ଉତ୍ତରରେ ସେ କହିଥିଲେ ”୧୫ ବର୍ଷ ପରେ ନ୍ୟାୟ ଆମକୁ ନ୍ୟାୟ ମିଳୁ। ମୋ ସ୍ୱାମୀ ଆଇସିୟୁରେ ଅଛନ୍ତି ଏବଂ ନ୍ୟାୟ ଅପେକ୍ଷାରେ ରହିଛନ୍ତି।” ଏହାପରେ କୋର୍ଟ ଚାରି ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଏବଂ ଅଜୟ କୁମାରଙ୍କୁ ଭାରତୀୟ ଦଣ୍ଡ ବିଧାନ ଧାରା ୩୦୨ ଅନୁଯାୟୀ ସେମାନଙ୍କୁ ହତ୍ୟା ଦୋଷୀ ଘୋଷଣା କରିଥିଲେ, ଯେତେବେଳେ କି ପଞ୍ଚମ ଅପରାଧୀ ଅଜ୍ଞ ସେଠିଙ୍କୁ ହତ୍ୟାରେ ଦୋଷୀ ନୁହେଁ କିନ୍ତୁ ଲୁଟ୍ ହୋଇଥିବା ସମ୍ପତ୍ତି ତାଙ୍କ ପାଖରେ ରଖିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି କାରଣରୁ, ଅଜୟ ସେଠୀଙ୍କୁ ଆଇପିସିର ଧାରା ୪୧୧ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

CJPକୁ କଡ଼ା କଟାକ୍ଷ କଲେ କଙ୍ଗନା, ଏମାନଙ୍କୁ ଜନ୍ମ କିଏ ଦେଇଛି…

ନୂଆଦିଲ୍ଲୀ, ୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ସୋମବାର ଲୋକ ସଭାରେ ହଟ୍ଟଗୋଳ କରିଥିଲେ ।…

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ଘଣ୍ଟାପ୍ରତି ୮୫ କିମି ବେଗରେ ପବନ! IMD ଜାରି କଲା ଚେତାବନୀ, ୧୩ ଘଣ୍ଟା ଭିତରେ ଭୟଙ୍କର ହେବ….

ନୂଆଦିଲ୍ଲୀ, ୨୭।୭: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଜୋରଦାର ଭାବେ ଜାରି ରହିଥିବା ବେଳେ ପୁଣିଥରେ ପାଗ ଅଧିକ ଖରାପ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri