Posted inଖେଳ

ଇଂଲଣ୍ଡ ଟି୨୦, ଦିନିକିଆ ଦଳର ଅଧିନାୟକ ବଟଲର

ଲଣ୍ଡନ,୩୦।୬: ଉଇକେଟକିପର ତଥା ବିସ୍ଫୋରକ ଓପନର ଜୋଶ ବଟଲରଙ୍କୁ ଇଂଲଣ୍ଡ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଇଂଲଣ୍ଡର ପୂର୍ବତନ ସୀମିତ ଓଭର ଦଳର ଅଧିନାୟକ ଇଆନ ମୋର୍ଗାନଙ୍କ ଅବସର ପରେ ଏହି ପଦ ଖାଲି ପଡ଼ିଥିଲା। ଇଂଲଣ୍ଡ ଟି୨୦ ଓ ଦିନିକିଆ ଦଳର ନିୟମିତ ଖେଳାଳି ବଟଲର ଆଗାମୀ ଭାରତ ବିପକ୍ଷ ସିରିଜ୍‌ରେ ପ୍ରଥମ ଥର ପାଇଁ ଫୁଲ ଟାଇମ୍‌ ଅଧିନାୟକ ଭାର ସମ୍ଭାଳିବେ। ସେ ଏପର୍ଯ୍ୟନ୍ତ ୯ ଦିନିକିଆ ଓ ୫ ଟି୨୦ରେ ଇଂଲଣ୍ଡ ଦଳର ନେତୃତ୍ୱ ନେଇଛନ୍ତି। ୨୦୧୧ରେ ପଦାର୍ପଣ କରିଥିବା ବଟଲର ୧୫୧ ଦିନିକିଆରେ ୪୧.୨୦ ଆଭରେଜରେ ୧୦ ଶତକ ସହ ୪୧୨୦ ରନ୍‌ କରିଛନ୍ତି। ସେହିଭଳି ଟି୨୦ରେ ୮୮ ମ୍ୟାଚ୍‌ରେ ୩୪.୫୧ ହାରରେ ୨୧୪୦ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୯ ରନ୍‌ ଟାର୍ଗେଟ୍‌

ଲଡରହିଲ, ୭।୮: ଫ୍ଲୋରିଡାରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ଅନ୍ତିମ ତଥା ପଞ୍ଚମ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌...

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ହରିୟାଣାକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହ ଓଡ଼ିଶା...

ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍‌ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୧।୧: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ...

୪୧୦ ରନ୍‌ର ବିଶାଳ ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଚାଟୋଗ୍ରାମ୍‌,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଇଶାନ କିଶନ ଏବଂ ବିରାଟ କୋହଲିଙ୍କ ଦ୍ୱିଶତକୀୟ ଭାଗିଦାରୀ ଯୋଗୁ...

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା

ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ...

ଶତକ ମ୍ୟାଚରେ ଭାରତର ବୃହତ୍‌ ବିଜୟ

ରାଉରକେଲା ଅଫିସ/ଭୁବନେଶ୍ୱର,(କ୍ରୀଡ଼ା ପ୍ରତିନିଧି), ୨୮।୧: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍‌ର ଏକ କ୍ଲାସିଫିକେଶନ ମ୍ୟାଚରେ ଭାରତ ୮-୦ ଗୋଲରେ ଜାପାନକୁ...

ପ୍ରଶ୍ନ ଶୁଣି ରାଗିଲେ ବିରାଟ

ଖ୍ରୀଷ୍ଟଚର୍ଚ୍ଚ,୨ା୩(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉଟ୍‌ ହେବା ପରେ...

ଅପ୍‌ଗ୍ରେଡ୍‌ ହେବ ୮ ଖେଲୋ ଇଣ୍ଡିଆ ସ୍ପୋଟର୍‌ସ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି

ନୂଆଦିଲ୍ଲୀ,୧୭।୯(ପି.ଟି.): ଦେଶରେ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (କେଆଇଏସ୍‌ସିଇ)କୁ ଅପ୍‌ଗ୍ରେଡ୍‌ କରାଯିବ। ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...

Advertisement
Archives

Model This Week