ଜେଲରେ ଜନ୍‌ ମେକେଫି ମୃତ

ମାଡ୍ରିଡ୍‌,୨୫।୬: ଆଣ୍ଟିଭାଇରସ୍‌ ଜଗତର ଜଣାଶୁଣା ନାମ ଜନ୍‌ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍‌ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍‌ର ବାର୍ସିଲୋନାସ୍ଥିତ ଏକ ଜେଲରେ ବୁଧବାର ଠାବ କରାଯାଇଛି। ତାଙ୍କୁ ବଞ୍ଚାଇବା ପାଇଁ ସବୁ ଉଦ୍ୟମ କରାଯାଇଥିଲା। କିନ୍ତୁ ବଞ୍ଚାଯାଇପାରି ନାହିଁ ବୋଲି ସ୍ପେନ୍‌ର ଜଷ୍ଟିସ୍‌ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି। ସେ ନିଜ ବେକରେ ଦଉଡ଼ି ଲଗାଇ ଆମତ୍ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଜନ୍‌ ଡେଭିଡ୍‌ ମେକେଫି ଆଣ୍ଟିଭାଇରସ୍‌ ସଫ୍ଟଓ୍ବେର ମେକେଫି ଆସୋସିଏଟ୍ସର ପ୍ରତିଷ୍ଠାତା ଥିଲେ। ତାଙ୍କ ବିରୋଧରେ ଆମେରିକାରେ ଟିକସ ଠକେଇ ଅଭିଯୋଗ ରହିଥିଲା। ୭୫ ବର୍ଷୀୟ ମେକେଫିଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସ୍ପେନ୍‌ର ନ୍ୟାଶନାଲ
ଜେଲରେ ଜନ୍‌…
କୋର୍ଟ ଆମେରିକାକୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିଲେ। କାଟାଲୋନିଆର ପ୍ରିଜନ ସିଷ୍ଟମ୍‌ ମୁଖପାତ୍ର ଏହି ବିଷୟ ସ୍ପଷ୍ଟ କରିଛନ୍ତି।
ମାମଲା କ’ଣ?
ଟେକ୍‌ ଓ୍ବାଲର୍‌ଡରେ ମେକେଫି ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଥିଲେ। ତାଙ୍କ କମ୍ପାନୀ ପ୍ରଥମ କମର୍ସିଆଲ୍‌ ଆଣ୍ଟିଭାଇରସ୍‌ ସଫ୍ଟଓ୍ବେର ଲଞ୍ଚ କରିଥିଲା। ବିଶ୍ୱର ନୂଆ ଇଣ୍ଡଷ୍ଟ୍ରି ଛିଡ଼ା ହେବାରେ ଏହା ସହାୟକ ହୋଇଥିଲା। ପରେ ମେକେଫି
ସଫ୍ଟଓ୍ବେର
ଟେକ୍‌ କମ୍ପାନୀ ଇଣ୍ଟେଲକୁ ବିକ୍ରି କରିଦେଇଥିଲେ। ୨୦୨୦ ଅକ୍ଟୋବରରେ ମେକେଫି ସ୍ପେନ୍‌ରୁ ତୁର୍କୀର ଇସ୍ତାନବୁଲ୍‌ ଅଭିମୁଖେ ଯାତ୍ରା ପାଇଁ ବାର୍ସିଲୋନା ବିମାନବନ୍ଦରରେ ଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରଠାରୁ ସେ ସ୍ପେନ୍‌ରେ ଥିଲେ। ସେ କନ୍‌ସଲଟାଣ୍ଟ ଓ ପବ୍ଲିକ୍‌ ସ୍ପିକର ଭାବେ ମଧ୍ୟ ଭଲ ଆୟ କରିଥିଲେ। କ୍ରିପ୍ଟୋ କରେନ୍ସିରେ ନିବେଶ କରିବା ଓ ନିଜ ଆମତ୍ଜୀବନୀର ଅଧିକାର ବିକ୍ରି କରି ବିପୁଳ ଅର୍ଥ ଆୟ କରିବା ସତ୍ତ୍ୱେ ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଜାଣିଶୁଣି ଟ୍ୟାକ୍ସ ରିଟର୍ନ ଫାଇଲ୍‌ କରି ନ ଥିଲେ। ଦୋଷ ପ୍ରମାଣିତ ହୋଇଥିଲେ ତାଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇଥାଆନ୍ତା। ଗତ ନଭେମ୍ବରରେ ତାଙ୍କ ପ୍ରତ୍ୟର୍ପଣ ରିକ୍ୱେଷ୍ଟ ଫାଇଲ୍‌ ହୋଇଥିଲା। ଏହା ଅନୁସାରେ ମେକେଫି ଏହି ୪ ବର୍ଷ ଭିତରେ ବେଆଇନ ଭାବେ ୨ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ଆୟ କରିଥିଲେ। କିନ୍ତୁ ଟ୍ୟାକ୍ସ ରିଟର୍ନ ଫାଇଲ କରି ନ ଥିଲେ। ସ୍ପେନ୍‌ କୋର୍ଟ ବୁଧବାର ମେକେଫିଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ ଲାଗି ଅନୁମତି ଦେଇଥିଲେ। ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରାଯାଇପାରିଥାଆନ୍ତା। ପ୍ରତ୍ୟର୍ପଣ ପାଇଁ ସ୍ପାନିଶ୍‌ କ୍ୟାବିନେଟର ମଞ୍ଜୁରୀ ମଧ୍ୟ ଆବଶ୍ୟକ ହୋଇଥାଆନ୍ତା।
କହିଥିଲେ ଅବସୋସ ନାହିଁ:
ଜନ୍‌ ମେକେଫି ୧୯୮୦ରେ ନିଜ ଆଣ୍ଟିଭାଇରସ୍‌ ସଫ୍ଟଓ୍ବେରରୁ ବିପୁଳ ଅର୍ଥ ଆୟ କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ସେ କ୍ରିପ୍ଟୋକରେନ୍ସିର ଏକପ୍ରକାର ଆମତ୍ଘୋଷିତ ଗୁରୁ ପାଲଟିଯାଇଥିଲେ। ସେ ଦିନକୁ ୨୦୦୦ ଡଲାର ଆୟ କରୁଥିବା ଦାବି କରିଥିଲେ। ଟୁଇଟରରେ ତାଙ୍କର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଜୁନ୍‌ ୧୬ରେ ତାଙ୍କର ଏକ ଟୁଇଟ୍‌ ଆସିଥିଲା। ମେକେଫି ସେଥିରେ କହିଥିଲେ, ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ମନେହେଉଛି ଯେ ସେ କ୍ରିପ୍ଟୋକରେନ୍ସି ଲୁଚାଇ ରଖିଛନ୍ତି। କିନ୍ତୁ ପ୍ରକୃତରେ ତାଙ୍କ ପାଖରେ କିଛି ବଞ୍ଚତ୍ନାହିଁ। ଅବଶିଷ୍ଟ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ତଥାପି କୌଣସି ବିଷୟକୁ ନେଇ ତାଙ୍କର ଅବସୋସ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri