Posted inଖେଳ

ଗିନିଜ୍‌ ରେକର୍ଡରେ କଳାହାଣ୍ଡିର ଯୋଗବ୍ୟାସ

କେସିଙ୍ଗା, ୧୨।୧୧ (ଡି.ଏନ.ଏ.): ଓଡ଼ିଶାର ୩ୟ ଏଭରେଷ୍ଟ ପର୍ବତାରୋହୀ ଭାବେ କଳାହାଣ୍ଡି ଜିଲା କେସିଙ୍ଗାର ଯୋଗବ୍ୟାସ ଭୋଇ ଗିନିଜ୍‌ ରେକଡର୍ର ଅଧିକାରୀ ହୋଇଛନ୍ତି। ସେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହଣ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରି ଏହି ରେକର୍ଡ ହାସଲ କରିଛନ୍ତି। କଳ୍ପନା ଦାଶ ଓ ଗଣେଶ ଜେନାଙ୍କ ପରେ ତୃତୀୟ ପର୍ବତାରୋହୀଭାବେ ଯୋଗବ୍ୟାସ ଏଭରେଷ୍ଟ ଆରୋହଣ କରି ଓଡ଼ିଶାକୁ ଗର୍ବିତ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଗତ ଅଗଷ୍ଟ ୧୫ରେ ୧ ଘଣ୍ଟା ମଧ୍ୟରେ ଫେସ୍‌ବୁକ ପେଜ୍‌ରେ ସର୍ବାଧିକ ପର୍ବତାରୋହଣ ଫଟୋ ପୋଷ୍ଟ କରି ଗିନିଜ ଓ୍ବାଲର୍‌ଡ ରେକର୍ଡରେ ମାଉଣ୍ଟଟେନ ଟିମ୍ସ ଅଫ ଇଣ୍ଡିଆ ସ୍ଥାନ ପାଇଛି। ଏଥିରେ ଭାରତରୁ ପ୍ରାୟ ୫ ହଜାର ପର୍ବତାରୋହୀ ଭାଗ ନେଇଥିଲେ। ଓଡିଶାର ଯୋଗବ୍ୟାସ ମାଉଣ୍ଟ ଷ୍ଟକ କାଙ୍ଗ୍ରୀ ଆରୋହଣ ସମୟର ଫଟୋ ପୋଷ୍ଟ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ ସାର୍ଟିଫିକେଟ୍‌ ପାଇଛନ୍ତି। ସେ କଳାହାଣ୍ଡିର ନର୍ଲା ବ୍ଲକ ଅଧୀନସ୍ତ ରୁପ୍ରା ଗ୍ରାମପଞ୍ଚାୟତର ରୁପ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ। ଏହି କାର୍ଯ୍ୟକ୍ରମକୁ ତାମିଲନାଡୁର କୋଏମ୍ବାଟୁରସ୍ଥିତ ଟ୍ରାସକେଣ୍ଡ ଆଡଭେଞ୍ଚର ଏବଂ ସୋନ ଲିଓପାଡ ଆଡଭେଞ୍ଚର ଆୟୋଜନ କରିଥିଲେ। ନେହେରୁ ପର୍ବତାରୋହଣ ସଂସ୍ଥାନ, ଜିମ୍‌ ପର୍ବତାରୋହଣ ସଂସ୍ଥାନ, ହିମାଳୟାନ ପର୍ବତାରୋହଣ ସଂସ୍ଥାନ, ଭାରତୀୟ ପର୍ବତାରୋହଣ ସଂସ୍ଥାନ, ଭାରତ ସରକାରଙ୍କର ଯୁବସେବା ଏବଂ କ୍ରୀଡା ବିଭାଗ ଏବଂ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆଦି ସହଯୋଗ କରିଥିଲେ। ଯୋଗବ୍ୟାସ ୭ ମହାଦେଶରୁ ୫ଟି ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବାଂଲାଦେଶର ନୂଆ ରାଷ୍ଟ୍ରପତି ମିର୍ଜା ଫକରୁଲ୍: ଜାଣନ୍ତୁ ତାଙ୍କ ପତ୍ନୀଙ୍କ ଭାରତ କନେକ୍ସନ୍

ଢାକା,୨୦।୮: ବାଂଲାଦେଶ ନେସନାଲିଷ୍ଟ ପାର୍ଟି (BNP) ର ପ୍ରାର୍ଥୀ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର ସଂସଦୀୟ ନିର୍ବାଚନରେ ୨୫୫ଟି ଭୋଟ୍ ପାଇବା ପରେ ବାଂଲାଦେଶର ୨୩ତମ ରାଷ୍ଟ୍ରପତି…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଇଭି-ଇଥାନଲ୍ ଚାଳିତ ଗାଡ଼ିକୁ…

ଭୁବନେଶ୍ୱର,୨୦।୮: ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି…

ଗୋଟିଏ ମାସରେ ୪ ଲଘୁଚାପ, ପୁଣି ଦାନା ବାନ୍ଧିଲାଣି, କାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ୱର,୨୦।୮: ପାଣିପାଗକୁ ନେଇ ବଡ଼ ଖବର । ଅଗଷ୍ଟ ମାସରେ ଗଲାଣି ତିନି ତିନିଟି ଲଘୁଚାପ । ତେବେ ପୁଣି ଆସୁଛି ଲଘୁଚାପ । ଏ ନେଇ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri