ଜୁଏଲଙ୍କ ସାଂଘାତିକ ବୟାନ : ଯିଏ ଅପଦସ୍ଥ କରିବ ତାକୁ ଜାଳିି…

ଭୁବନେଶ୍ୱର, ୨୯।୮(ସୁନିତ୍‌ ମିଶ୍ର): ସମସ୍ତଙ୍କୁ ରକ୍ଷାବନ୍ଧନ ଉପଲକ୍ଷେ ଅଭିନନ୍ଦନ। ରାଉରକେଲାରେ କିଛିଦିନ ହେବ କେତେଜଣ ଲୋକ ପଇସାପତ୍ର ଖର୍ଚ୍ଚକରି ମତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଅଭିଯୋଗ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୁଏଲ କହିଛନ୍ତି, କେତେଜଣ ତାଙ୍କ ବାବଦରେ ଅପପ୍ରଚାର କରୁଛନ୍ତି। ଏପରି କରି ସେମାନେ ଭାବୁଛନ୍ତି, ଏହା କଲେ ହୁଏତ କେନ୍ଦ୍ରମନ୍ତ୍ରୀ ପଦରୁ ତାଙ୍କୁ ବିଦା କରିଦିଆଯିବ। ଯିଏ ଏଭଳି ଚେଷ୍ଟା କରୁଛନ୍ତି, ସେମାନେ ଭାବୁଛନ୍ତି, ଜୁଏଲ ବିଦାହେଲେ ବୋଧେ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଯିବ। ଏପରି କେତେଜଣ ଲୋକ ଚେଷ୍ଟା କରୁଛନ୍ତି। କିନ୍ତୁ ଏ ଦଳକୁ ରକ୍ତ, ମାଂସ ଦେଇ ତିଆରି କରିଛି। ଏ ଦଳ କ’ଣ ଭଲରେ ଚିହ୍ନିଛି। ଦଳ ତାଙ୍କୁ ଯେତିକି ସ୍ଥାନ ଦେଇଛି ତାହା ଯଥେଷ୍ଟ । ତାଙ୍କ ପ୍ରତିଷ୍ଠା ଉପରେ ଯଦି କେହି ହାତ ଲଗାନ୍ତି ତେବେ ସେହି ହାତକୁ କାଟି ଫିଙ୍ଗିଦେବା ତାକତ ରଖୁଛି। ନିର୍ବାଚନ ରାଜନୀତି ଲଢ଼ିବି ନାହିଁ ବୋଲି କହିଥିଲି। କିନ୍ତୁ ଆଉ ଥରେ ନିର୍ବାଚନ ଲଢ଼ିବି। ସେତେବେଳେ ଦେଖିବେ କେଉଁମାନେ ତାଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ କି ଅବସ୍ଥା ହେବ ଏବଂ ତାଙ୍କର ସେ କ’ଣ କରିବେ ଦେଖିବେ। ଅନ୍ୟ ଦଳରୁ ଆସି ଭାଜପାରେ ପଶି କିଛି ଟଙ୍କା ଖର୍ଚ୍ଚକରି ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନିନ୍ଦାକରିବା ସହ ଏ ବାବଦରେ ଦଳର ସାଧାରଣ ସମ୍ପାଦକ(ସଙ୍ଗଠନ) ମାନସ ମହାନ୍ତିଙ୍କ ନିକଟରେ ଅଭିଯୋଗ କରିବା ସହିତ ବିସ୍ତୃତ ଭାବେ ସମସ୍ୟା ବାବଦରେ ଅବଗତ କରାଇଛନ୍ତି। ଏ ବାବଦରେ ସେ ଆଲୋଚନାକରି ନ୍ୟାୟ ଦେବେ ବୋଲି କହିଛନ୍ତି। ଯଦି ନ୍ୟାୟ ନ ମିଳିବ ତେବେ କେନ୍ଦ୍ର ନେତୃତ୍ୱଙ୍କ ନିକଟରେ ଜଣାଇବେ। ତାଙ୍କ ଭଳି ଆଦିବାସୀ ନେତାଙ୍କୁ ଯିଏ ଅପଦସ୍ଥ କରିବାକୁ ଚାହୁଁଛି, ତାକୁ ଜାଳି ସଫା କରିଦେବେ ବୋଲି ଜୁଏଲ କହିଛନ୍ତି। ଜୁଏଲଙ୍କ ଏଭଳି ବିସ୍ଫୋରକ ବୟାନ ପରେ କିଏ ତାଙ୍କୁ ରାଉରକେଲାରେ ହଇରାଣ କରିବାକୁ ଚାହୁଁଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ହେବା ଲକ୍ଷ୍ୟରେ ଅଛନ୍ତି ତାକୁ ନେଇ ଦଳୀୟ ମହଲରେ ଆଲୋଚନା ଜୋର୍‌ ଧରିଛି। ଜୁଏଲଙ୍କ ଏଭଳି ମନ୍ତବ୍ୟ ଉପରେ ଦଳ ଭିତରୁ ଅଧିକାଂଶ ନେତା ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି।
ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଜୁଏଲଙ୍କ ମନ୍ତବ୍ୟରୁ ଜଣାପଡୁଛି ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ରଚାଯାଇଛି, ଯେଉଁଥିଲାଗି ସେ ବିବ୍ରତ ଅଛନ୍ତି। ଏଥିରୁ ସ୍ପଷ୍ଟ ଯେ ଭାଜପା ଭିତରେ ଅନ୍ତଃକନ୍ଦଳ ଚରମସୀମାରେ ପହଞ୍ଚିଛି। ଜଣେ କେନ୍ଦ୍ରମନ୍ତ୍ରୀ ଯଦି ବିବ୍ରତ ହୋଇପଡୁଛନ୍ତି, ତେବେ ରାଜ୍ୟର ସାଧାରଣ ଲୋକମାନେ କିପରି ନିଜକୁ ସୁରକ୍ଷିତ ମଣିବେ। ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। କେନ୍ଦ୍ରମନ୍ତ୍ରୀ ଏତେ ବିବ୍ରତ ଯେ ଆଇନକୁ ହାତକୁ ନେବେ ବୋଲି ମଧ୍ୟ କହିଛନ୍ତି।
ସୂଚନାଯୋଗ୍ୟ, ରାଉରକେଲା ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଓ ଗୁଳି ସହ ଅପରାଧୀ ଗିରଫ ଘଟଣାରେ ପ୍ରକାଶ ପାଶ୍ୱାନଙ୍କ ସମ୍ପୃକ୍ତି ଥିବା କଥା ଜଣାପଡ଼ିଥିଲା। ପ୍ରକାଶ କେନ୍ଦ୍ରମନ୍ତ୍ରୀ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ଥିଲେ। ବନ୍ଧୁକ କାରବାର ଘଟଣା କଥା ସ୍ପଷ୍ଟହେବା ପରେ ଗତ ୨୦ ତାରିଖରେ ପ୍ରକାଶଙ୍କୁ ଭାଜପା ନିଲମ୍ବନ କରିସାରିଛି। ଗତ ବୁଧବାର ରାତିରେ ପ୍ରକାଶଙ୍କୁ ବିହାରରୁ ଗିରଫ କରାଯାଇଛି। ପ୍ରକାଶଙ୍କ ସହ ଜୁଏଲଙ୍କ ସମ୍ପର୍କ ନେଇ ସାମାଜିକ ଗଣମାଧ୍ୟମରେ ଏବଂ ଚାରିଆଡୁ ପ୍ରଶ୍ନ ଉଠିଥିଲା। ଏହାପରେ ଜୁଏଲ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟୋକ୍ତି ଦେଇ କହିଛନ୍ତି, ପ୍ରକାଶଙ୍କ ବିରୋଧରେ କିଛି ଅଭିଯୋଗ ଥିଲେ ତାହାର ତଦନ୍ତ ହେଉ। ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଜାଣିଶୁଣି ତାଙ୍କ ବିରୋଧରେ ଅପପ୍ରଚାର କରୁଥାନ୍ତି, ତେବେ ସେ ଆଇନ ଅନୁଯାୟୀ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?