Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ର, ମନୋରଞ୍ଜନ, କଳାସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରାଦି ପାଇଁ ବହୁତ ଭଲ ଦିନଟିଏ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବହୁତ ଶୁଭଫଳ ପାଇବେ। ସାମାଜିକ ସ୍ତରରେ ସୁଖ ଓ ସମ୍ମାନ ପ୍ରାପ୍ତି ସାଙ୍ଗକୁ ବନ୍ଧୁମିଳନରୁ ଖୁସି ରହିବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ବୃଷ
ବୃଷ
ଅଷ୍ଟମଚନ୍ଦ୍ର ପ୍ରଭାବରୁ ଆଜିର କାମ ସମ୍ପନ୍ନରେ ତକ୍‌ଲିପି ଭୋଗ କରିବାକୁ ପଡ଼ିବ। ପରିବାର ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ ବ୍ୟକ୍ତିଙ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେ ନାହିଁ। ପୂର୍ବସ୍ତୀରିକୃତ ଯୋଜନା ଅନୁଯାୟୀ ବନ୍ଧୁଦ୍ୱାରକୁ ଗମନ କରିବେ। ଶତ୍ରୁତା କରୁଥିବା ଲୋକମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି।
ମିଥୁନ
ମିଥୁନ
ଧନାଧିପ ସପ୍ତମଭାବସ୍ଥ ହେତୁ ଆର୍ଥିକ ଦିଗ ପାଇଁ ଦିନଟି ଶୁଭଙ୍କର । ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରିବାରେ ସମର୍ଥ ହେବେ। ସାମାଜିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପ୍ରଶାସନିକ, ପରିବହନ, ବ୍ୟବସାୟ, ନିର୍ମାଣ ଓ ଆଲୋଚନା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବେ।
କର୍କଟ
କର୍କଟ
ଶୁଭଚନ୍ଦ୍ର ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗସୂତ୍ର ସ୍ଥାପନ କରି କାର୍ଯ୍ୟ ହାସଲ କରିବେ। କିନ୍ତୁ ଶତ୍ରୁମାନଙ୍କର ସମସ୍ୟା ସୃଷ୍ଟି ମନକୁ ଭାରାକ୍ରାନ୍ତ କରିବ। ଅଫିସରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବାରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ପରିବାରରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କଲେ ସଫଳତା ପାଇବେ।
ସି˚ହ
ସି˚ହ
ପାରିପାର୍ଶ୍ୱିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖିବା ପରେ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ବିଭିନ୍ନ ଯୋଜନାରେ ସଫଳ ହେବେ। ନୂତନ କାମ ଆରମ୍ଭ କରିବାର ମନସ୍ଥ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପାଇଲେ ମଧ୍ୟ ତାହା ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହେବ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ। ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ କାମଗୁଡ଼ିକ ଯଥାବିଧି ସମ୍ପନ୍ନ ହେବ ଓ ଅର୍ଥ, ସମ୍ମାନ ପାଇବେ। ପରିବାର ସଦସ୍ୟ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ବାଟରେ ପରିଚାଳିତ ହୋଇପାରନ୍ତି। ଆଜି ଠିକ୍‌ ସମୟରେ ଭାବୁଥିବା କାମଟି ଶୀଘ୍ର ଶେଷ କରିପାରିବେ ନାହିଁ ।
ତୁଳା
ତୁଳା
ଆଜି ନିଜର ଲୋକଙ୍କ ବିରୁଦ୍ଧାଚରଣ ପରିବେଶକୁ ସରଗରମ କରିରଖିବ। ବ୍ୟବସାୟିକ, ସାମାଜିକ ଅଭିବୃଦ୍ଧି କ୍ରମଶଃ ବୃଦ୍ଧି ପାଇବାରୁ ଖୁସି ରହିବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ସାଧାରଣ କଥାରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ।
ବିଛା
ବିଛା
କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା କାରଣରୁ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି ଅସୁବିଧା ହେବନି। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟାଜନିତ ଚିନ୍ତିତ ରହିବେ। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ।
ଧନୁ
ଧନୁ
ଆଜି ଅତୀତ କଥା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ସ୍ବାସ୍ଥ୍ୟ ସମସ୍ୟା, ଅସଜଡା ପାରିବାରିକ ପରିସ୍ଥିତି ଓ କଳହକୁ ନେଇ ଅଶାନ୍ତି ଲାଗିରହିପାରେ। ଜମିଜମା କାରବାର, କଚେରି ମାମଲା, ରାଜନୈତିକ କ୍ଷେତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।
ମକର
ମକର
ଦୀର୍ଘଦିନରୁ ବହୁ ପ୍ରତୀକ୍ଷିତ ଖବର ପାଇବା ଯୋଗୁ ମନ ଖୁସି ରହିବ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱତା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବେ। ପାରିବାରିକ ଦୃଷ୍ଟିକୋଣରୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଲକ୍ଷ୍ୟ ହାସଲ କରିବେ। ଗତକାଲିର ଯୋଜନା ଅନୁସାରେ ଆବଶକ ସୁବିଧା ସୁଯୋଗ ଆପଣାଛାଏ ଜୁଟିଯିବ। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ। ବ୍ୟବସାୟରେ ସଫଳତା ହାସଲ କରିବେ ଓ ସୁବିଧାରେ କାମ ହାସଲ କରିବେ।
ମୀନମୀନ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ଆଶାକରି ନିରାଶ ହେବେ। ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ କ୍ଷେତ୍ରରୁ ସମ୍ମାନ ମିଳିବ। ପାରିବାରିକ କ୍ଷେତ୍ରରେ ଧୀରେ ଧୀରେ ସମସ୍ୟା ସମାଧାନ ଦିଗକୁ ମୁହାଁଇବ। ବହୁତ ଦିନରୁ ଦେହରେ ଘର କରି ରହିଥିବା ରୋଗରେ ପୀଡା ବୃଦ୍ଧି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?