ପାଞ୍ଚ ଲକ୍ଷ ଭାରତୀୟଙ୍କୁ ନାଗରିକତା ଦେବାକୁ ବିଧେୟକ ଆଣିବେ ବାଇଡେନ

ୱାଶିଂଟନ,୨୧ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶାସନ ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ଆକ୍ସନ ମୁଡ୍‌ର ଅଛନ୍ତି ବାଇଡେନ । ବୁଧବାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ୧୫ କାର୍ଯ୍ୟକାରୀ ଆଦେଶ ଉପରେ ହସ୍ତାକ୍ଷର କରି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ଏହାରି ଭିତରେ ବାଇଡେନ ପ୍ରବାସୀଙ୍କୁ ଆଶ୍ୱସ୍ତି ଦେଲାଭଳି ଏକ ଆଦେଶ ଉପରେ ମଧ୍ୟ ହସ୍ତାକ୍ଷର କରିଛନ୍ତି । ଏହାର ଲାଭ ୧.୧ କୋଟି ପ୍ରବାସିଙ୍କୁ ମିଳିବ । ସବୁଠାରୁ ବଡ କଥା ହେଲା ଏମାନଙ୍କ ମଧ୍ୟରେ ୫ ଲକ୍ଷ ଭାରତୀୟ ଅଛନ୍ତି । ସୂଚନାଯୋଗ୍ୟ, ବାଇଡେନ ଶପଥ ଗ୍ରହଣ କରିବା ପରେ ଇମିଗ୍ରେସନ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ବଦଳାଇବା ଆରମ୍ଭ କରିଛନ୍ତି । ବାଇଡେନ ନିଜ ନିର୍ଦ୍ଦେଶ ଅନୁଯାୟୀ, ଏମିତି କିଛି ଡକ୍ୟୁମେଣ୍ଟରେ ଦସ୍ତଖତ କରିଛନ୍ତି ଯାହା ଟ୍ରମ୍ପଙ୍କ ବିବାଦୀୟ ଇମିଗ୍ରେସନ ନୀତିରେ ପରିବର୍ତ୍ତନ ଆଣିବାକୁ ଯାଉଛି । ୧.୧ କୋଟି ବେଆଇନ ପ୍ରବାସୀଙ୍କୁ ମାନ୍ୟତା ଦେବା ଓ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ଆଇନ ପ୍ରଣୟନ କରିବାକୁ ସେ ଆମେରିକା କଂଗ୍ରେସକୁ ଅନୁରୋଧ କରିଛନ୍ତି । ତେବେ ସେଠାରେ ପ୍ରାୟ ୫ ଲକ୍ଷ ଭାରତୀୟଙ୍କୁ ଏହି ସୁବିଧା ମିଳିବ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

NEET UG ପେପର ଲିକ: ପରୀକ୍ଷାର ୧୦ ଦିନ ପୂର୍ବରୁ ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଆସିଯାଇଥିଲା ପ୍ରଶ୍ନ, କୋର୍ଟରେ CBI ଖୋଲିଲା…

ନୂଆଦିଲ୍ଲୀ,୨୩।୭: NEET-UG 2026 ପେପର୍‌ ଲିକ ମାମଲାରେ ଅଭିଯୁକ୍ତ ଡକ୍ଟର ମନୋଜ ଭଗବାନରାଓ ଶିରୁରେ ଏବଂ ଶିବରାଜ ମୋଟେଗାଓଁକରଙ୍କ ଜାମିନ ଆବେଦନ ଉପରେ କୋର୍ଟ ଜୁଲାଇ ୨୪ରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri