ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ବିବାହ ପାଇଁ ଏହି ମହିଳାଙ୍କୁ ଦେଇଥିଲେ ୫ ଥର ପ୍ରସ୍ତାବ

ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇାଡେନ। ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ସେ ଏହି ସଫଳତା ପାଇଛନ୍ତି। ତାଙ୍କର ବିଜୟ ସହିତ ସ୍ତ୍ରୀ ଡକ୍ଟର ଜିଲ ବାଇଡେନ ଆମେରିକାର ପ୍ରଥମ ଲେଡି ହୋଇଛନ୍ତି। ସେ ମେଲିନିଆ ଟ୍ରମ୍ପଙ୍କ ସ୍ଥାନ ନେଇଛନ୍ତି। ୪୩ ବର୍ଷ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଜୋ ବାଇଡେନ ଓ ଡ. ଜିଲ। ତେବେ ଏହି ଦମ୍ପତିଙ୍କ ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ରହିଥିଲା। ବିବାହ ପୂର୍ବରୁ ଜୋ ସ୍ତ୍ରୀଙ୍କୁ ୫ ଥର ପ୍ରେମ ନିବେଦନ କରିଥିଲେ। ପ୍ରତିଥର ଜିଲଙ୍କଠାରୁ ତାଙ୍କ ନିରାଶ ହେବାକୁ ପଡ଼ୁଥିଲା। ଶେଷରେ ଜିଲଙ୍କ ହୃଦୟ ତରଳିଥିଲା ଓ ସେ ବିବାହ ପାଇଁ ହଁ କରିଥିଲେ।

ଜୋ ବାଇଡେନ ଏବଂ ଜିଲ ଉଭୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ୧୯୭୨ ମସିହାରେ ଏକ କାର ଦୁର୍ଘଟଣାରେ ଜୋ ତାଙ୍କର ପ୍ରଥମ ସ୍ତ୍ରୀ ଏବଂ ଗୋଟିଏ ପୁଅକୁ ହରାଇଥିଲେ। ସେହିପରି ଜିଲ ମଧ୍ୟ ତାଙ୍କ ସ୍ବାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ। ବାଇଜେନ ଜିଲଙ୍କୁ ଦେଖିବା ପରେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ବାଇଡେନ ଜିଲଙ୍କୁ ୫ ଥର ବିବାହ ପାଇଁ ପ୍ରସ୍ତବ ଦେବା ପରେ ଜିଲ ରାଜି ହୋଇଥିଲେ। ୧୯୭୭ରେ ସେମାନେ ବିବାହ କଲେ। ୨୦୧୨ ମସିହାରେ ଏକ ସାକ୍ଷାତକାରରେ ଜିଲ ଏହିକଥା କହିଥିଲେ। ଏହି ଦମ୍ପତି ହନିମୁନ୍‌ରେ ନିଜ ପୁଅକୁ ସାଙ୍ଗରେ ନେଇଥିଲେ। ଜିଲଙ୍କୁ ବିବାହ ପରେ ୧୯୮୧ରେ ତାଙ୍କ ଝିଅ ଆଶଲେ ଜନ୍ମଗ୍ରହଣ କରିଥିଲେ। ଝିଅ ଜନ୍ମପରେ ପରିବାର ପୂରଣ ହେଲା ବୋଲି ବାଇଡେନ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri