Posted inଜାତୀୟ

ବିପଦରେ ଏହି ୪୦ ସଂସ୍ଥାର ଚାକିରି: ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା, ସର୍ବାଧିକ ପ୍ରଭାବିତ ହେବ…

ନୂଆଦିଲ୍ଲୀ,୩୧।୭: ମାଇକ୍ରୋସଫ୍ଟର ଏକ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏଥିରେ କୁହାଯାଇଛି ଯେ, ଇଣ୍ଟରପ୍ରେଟର୍ସ ଏବଂ ଟ୍ରାନ୍ସଲେଟର୍‌ (ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରିବା) ସହିତ, ଆହୁରି ଅନେକ ଚାକିରି ଅଛି ଯାହା AI (କୃତ୍ରିମ ବୁଦ୍ଧିମତ୍ତା) ଦ୍ୱାରା ବିପଦଗ୍ରସ୍ତ। ଏମାନଙ୍କ ମଧ୍ୟରେ, ଐତିହାସିକ, ସେଲ୍ସ ରିପ୍ରେଜେଣ୍ଟିଭସ୍‌, ପାସେଞ୍ଜର ଆଟେଣ୍ଡାଣ୍ଟ୍‌ ଭଳି ଚାକିରି AI ଦ୍ୱାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି।

ସାଧାରଣତଃ, ଯେତେବେଳେ AI ର କଥା କୁହାଯାଏ, ଲୋକମାନେ ଭାବନ୍ତି ଯେ ଏହା ଯୋଗୁ, ଆଗାମୀ ସମୟରେ IT, କନସଲଟାନ୍ସି, ଗବେଷଣା, ରାଇଟିଙ୍ଗ୍‌ ଭଳି ଚାକିରି ଶେଷ ହୋଇଯିବ। Microsoftର ଗବେଷଣା ପ୍ରକାଶ କରିଛି, ବାସ୍ତବରେ ଏହାଠାରୁ କ’ଣ ଆଶା କରାଯିବା ଉଚିତ। ମାଇକ୍ରୋସଫ୍ଟ କହିଛି ଯେ, AI ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ଶିଳ୍ପଗୁଡ଼ିକୁ ପ୍ରଥମେ ଏହା ସହିତ ପ୍ରତିଯୋଗିତା କରିବା ପରିବର୍ତ୍ତେ ସହ-ପାଇଲଟ ଭାବରେ ବ୍ୟବହାର କରିବା ଶିଖିବାକୁ ପଡିବ।

AI ଯୋଗୁ ହାଇ-ଓଭରଲାପ ତାଲିକାର ଶୀର୍ଷରେ ଗ୍ରାହକ ପ୍ରତିନିଧି ଅଛନ୍ତି, ସେମାନଙ୍କ ସହିତ ପ୍ରାୟ ୨.୮୬ ନିୟୁତ ଲୋକ ଜଡିତ ଅଛନ୍ତି। ଏହା ବ୍ୟତୀତ, AI ଉପରେ ଏହି ଅଧ୍ୟୟନ ଲେଖକ, ସାମ୍ବାଦିକ, ସମ୍ପାଦକ, ଅନୁବାଦକ ଏବଂ ପ୍ରୁଫ ରିଡରଙ୍କ ପାଇଁ ଏକ ସତର୍କ ଘଣ୍ଟିଠାରୁ କମ ନୁହେଁ। ଏହା ସହିତ, ୱେବ ଡେଭଲପର, ଡାଟା ବୈଜ୍ଞାନିକ, PR ବୃତ୍ତିଗତ, ବ୍ୟବସାୟ ବିଶ୍ଳେଷକଙ୍କ କ୍ଷେତ୍ରରେ ଦୀର୍ଘକାଳୀନ ଚାକିରି ସୁରକ୍ଷା ବିଷୟରେ ପ୍ରଶ୍ନ ଉଠାଯାଉଛି, ଯେତେବେଳେ ChatGPT ଏବଂ Copilot ଭଳି AI ଉପକରଣଗୁଡ଼ିକ ଏହି ଚାକିରିଗୁଡ଼ିକରେ ପୂର୍ବରୁ ବ୍ୟବହାର କରାଯାଇସାରିଛି।

AI ଦ୍ୱାରା ସର୍ବାଧିକ ପ୍ରଭାବିତ ଚାକିରିଗୁଡ଼ିକ
ଇଣ୍ଟରପ୍ରେଟର୍ସ ଏବଂ ଟ୍ରାନ୍ସଲେଟର୍‌
ସାମାଜିକ ବିଜ୍ଞାନ ଗବେଷଣା ସହାୟକ
ଐତିହାସିକ
ସମାଜବିଜ୍ଞାନୀ
ରାଜନୈତିକ ବୈଜ୍ଞାନିକ
ମଧ୍ୟସ୍ଥତା ଏବଂ ସମାଧାନକାରୀ
ଜନସମ୍ପର୍କ ବିଶେଷଜ୍ଞ
ସମ୍ପାଦକ
କ୍ଲିନିକାଲ ଡାଟା ପରିଚାଳକ
ରିପୋର୍ଟର ଏବଂ ସାମ୍ବାଦିକ
ଟେକ୍ନିକାଲ ଲେଖକ
କପିରାଇଟର
ପ୍ରୁଫ୍‌ରିଡର ଏବଂ କପି ମାର୍କର
କରେସପଣ୍ଡେସ୍‌ କ୍ଲର୍କ
କୋର୍ଟ ରିପୋର୍ଟର
ଲେଖକ
ପୋଷ୍ଟସେକେଣ୍ଡାରୀ ଶିକ୍ଷକ (ଯୋଗାଯୋଗ, ଇଂରାଜୀ, ଇତିହାସ)
ମାନସିକ ସ୍ବାସ୍ଥ୍ୟ ଏବଂ ନିଶାମୁକ୍ତି ସାମାଜିକ କର୍ମୀ
କ୍ରେଡିଟ ପରାମର୍ଶଦାତା
ଟ୍ୟାକ୍ସ ପ୍ରସ୍ତୁତକାରୀ
ପାରାଲିଗାଲ ଏବଂ ଆଇନଗତ ସହାୟକ
ଆଇନ ସଚିବ
ଟାଇଟଲ ପରୀକ୍ଷକ ଏବଂ ସନ୍ଧାନକାରୀ
କ୍ଷତିପୂରଣ, ଲାଭ ଏବଂ ଚାକିରି ବିଶ୍ଳେଷଣ ବିଶେଷଜ୍ଞ
ବଜାର ଗବେଷଣା ବିଶ୍ଳେଷକ
ପରିଚାଳନା ବିଶ୍ଳେଷକ
ଫଣ୍ଡେରାଇଜର(ଚାନ୍ଦା ଏକାଠି କରୁଥିବା ବ୍ୟକ୍ତି)
ମାନବ ସମ୍ବଳ ବିଶେଷଜ୍ଞ (HR)
ଗ୍ରାହକ ସେବା ପ୍ରତିନିଧି
ବିକ୍ରୟ ପ୍ରତିନିଧି (ସେବା)
ବୀମା ଅଣ୍ଡରରାଇଟର
ଦାବି ସମାୟୋଜକ, ପରୀକ୍ଷକ ଏବଂ ତଦନ୍ତକାରୀ
ଋଣ ଅଧିକାରୀ
ଆର୍ଥିକ ପରୀକ୍ଷକ
ବଜେଟ ବିଶ୍ଳେଷକ
ପ୍ରଶିକ୍ଷଣ ଏବଂ ବିକାଶ ବିଶେଷଜ୍ଞ
କମ୍ପ୍ୟୁଟର ସିଷ୍ଟମ ବିଶ୍ଳେଷକ
ଡାଟା ବୈଜ୍ଞାନିକ
ଡାଟାବେସ ସ୍ଥପତି
ଭ୍ରମଣ ଏଜେଣ୍ଟ

AI ଦ୍ୱାରା କମ ପ୍ରଭାବିତ ଚାକିରିର ତାଲିକା
ସେତୁ ଏବଂ ଲକ୍‌ ଟେଣ୍ଡର
ପମ୍ପ ଅପରେଟର
କୁଲିଂ ଏବଂ ଫ୍ରିଜିଂ ଉପକରଣ ଅପରେଟର
ପାୱାର ବିତରକ ଏବଂ ପ୍ରେରକ
ଅଗ୍ନିନିରୋଧୀ ପର୍ଯ୍ୟବେକ୍ଷକ
ଓ୍ବାଟର ଟ୍ରିଟ୍‌ମେଣ୍ଡ ଣ୍‌ପ୍ଲାଣ୍ଟ ଅପରେଟର
ଓ୍ବେଷ୍ଟେଜ୍‌ ଟ୍ରିଟ୍‌ମେଣ୍ଡ ପ୍ଲାଣ୍ଟ ଅପରେଟର
କ୍ରସିଂ, ଗ୍ରାଇଣ୍ଡିଂ ମେଶନ ଅପରେଟର
ନିର୍ମାଣ ଶ୍ରମିକ
ସିମେଣ୍ଟ ମିଶିନର ଏବଂ କଂକ୍ରିଟ ଫିନିଶର୍ସ
ଲଗିଂ ଉପକରଣ ଅପରେଟର
ଖଣି କଟା ମେଶନ ଅପରେଟର
ଟେରାଜୋ କର୍ମଚାରୀ
ସେପ୍ଟିକ ଟ୍ୟାଙ୍କ ସର୍ଭିସର୍ସ
ବିପଜ୍ଜନକ ସାମଗ୍ରୀ ଅପସାରଣ ଶ୍ରମିକ
ଟାୟାର ନିର୍ମାଣକାରୀ
ଫେନ୍ସ ଇରେକ୍ଟର
ଡେରିକ ଅପରେଟର (ତେଲ ଏବଂ ଗ୍ୟାସ)
ତେଲ ଏବଂ ଗ୍ୟାସ
ଫର୍ଣ୍ଣେସ, କିଲ୍ନ, ଓଭାନ ଅପରେଟର
ଇନ୍ସ୍ୟୁଲେସନ କର୍ମଚାରୀ
ସଂରଚନାମୂଳକ ଲୁହା ଏବଂ ଇସ୍ପାତ କର୍ମଚାରୀ
ବିପଜ୍ଜନକ ବର୍ଜ୍ୟ କାରିଗରୀ
ଫ୍ଲେବୋଟୋମିଷ୍ଟ (ରକ୍ତ ନମୁନା ସଂଗ୍ରହକାରୀ)
ଏମ୍ବାଲମର୍‌ (ଶରୀର ସଂରକ୍ଷଣକାରୀ)
ମସାଜ ଚିକିତ୍ସକ
ଭୌତିକ ଚିକିତ୍ସକ ସହାୟକ
ନିର୍ମାଣ ପର୍ଯ୍ୟବେକ୍ଷକ
ଖନନ ମେସିନ ଅପରେଟର
ଡ୍ରିଲିଂ ଏବଂ ବୋରିଂ ମେଶିନ ଅପରେଟର
ହାଇଷ୍ଟ ଏବଂ ୱିଞ୍ଚ ଅପରେଟର (ଜିନିଷ ଉଠାଣ ମେଶିନର ଅପରେଟର)
ଔଦ୍ୟୋଗିକ ଟ୍ରକ ଏବଂ ଟ୍ରାକ୍ଟର ଅପରେଟର
ଡିସ୍‌ୱାସର
ଜେନିଟର ଏବଂ କ୍ଲିନର୍‌
ମେଡ୍‌ ଏବଂ ହାଉସ୍‌କ୍ଲିପିଂ କ୍‌ିନର୍‌
ସାମଗ୍ରିକ ଭାବରେ, ମାଇକ୍ରୋସଫ୍ଟର ଏହି ଅଧ୍ୟୟନରେ କୁହାଯାଇଛି ଯେ, AI ମଣିଷଙ୍କୁ ବଦଳାଇ ପାରୁନାହିଁ, ଏହା କେବଳ କାମ କରିବାର ଉପାୟକୁ ପରିବର୍ତ୍ତନ କରୁଛି। ଆମେ କାମ କରିବା ସମୟରେ ଆମକୁ ସାହାଯ୍ୟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା। ଆଗାମୀ ପରିବର୍ତ୍ତନ ସହିତ ଖାପ ଖୁଆଇବା ଏବଂ AI ବିଷୟରେ ଆମର ବୁଝାମଣା ବୃଦ୍ଧି କରିବାର ଆବଶ୍ୟକତା ଅଛି। AI ସବୁକିଛି କପି କରିପାରିବ ନାହିଁ କାରଣ ଏପରି ଅନେକ ଜିନିଷ ଅଛି ଯାହା ପାଇଁ ଗଭୀର ଚିନ୍ତାଧାରା ଏବଂ ସମାଲୋଚନାମୂଳକ ଚିନ୍ତାଧାରା ଆବଶ୍ୟକ, ଯାହା AI କରିପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?