ବଦଳିବ ସମାଜ, ମଜଭୁତ ହେବ ପୋଲିସ-ଜନସାଧାରଣ ସମ୍ପର୍କ

କେସିଙ୍ଗା,୩୧ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଜାତୀୟ ଏକତା ଦିବସ ଏବଂ ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ନେଇ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା। ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଉପଖଣ୍ଡ ପୋଲିସ ଅଧିକାରୀ (ଏସ୍‌ଡିପିଓ), ସନ୍ଦୀପ ମାଝୀ ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଭଦ୍ରବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ। ଏହି
କାର୍ଯ୍ୟକ୍ରମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ, ପାରସ୍ପରିକ ସହଯୋଗ ଏବଂ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। ଆମ ପୋଲିସ ସମିତି ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗକୁ ପୋଲିସ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ସହ ଅଞ୍ଚଳରେ ଶାନ୍ତି, ଶୃଙ୍ଖଳା ଓ ଆଇନଶୃଙ୍ଖଳା ବଜାୟ ରଖିବାରେ ଜନସାଧାରଣଙ୍କ ସହଯୋଗ କେତେ ଆବଶ୍ୟକ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା।
ସେହିପରି ଜାତୀୟ ଏକତା ଦିବସ ଅବସରରେ ଦେଶର ଅଖଣ୍ଡତା, ଏକତା ଓ ଭାଇଚାରା ବଜାୟ ରଖିବା ସହ ସମାଜରେ ସାମ୍ପ୍ରଦାୟିକ ସଦ୍ଭାବନା ଓ ଜାତୀୟ ସଂହତିକୁ ମଜଭୁତ କରିବା। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ନିଶାଦ୍ରବ୍ୟ ସେବନର କୁପରିଣାମ, ଏହାର ସାମାଜିକ ପ୍ରଭାବ ଏବଂ ପରିବାର ଓ ଯୁବପିଢ଼ି ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବାକୁ ଆଇଆଇସି ବିଶ୍ୱାଳ ଆଲୋକପାତ କହିଥିଲେ। ସ୍ବାଧୀନତା ପରେ ଭାରତରେ ଥିବା ଶତାଧିକ ଦେଶୀୟ ରାଜ୍ୟକୁ ଏକତ୍ର କରି ଏକ ଅଖଣ୍ଡ ଭାରତ ଗଠନ କରିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକା ଅତ୍ୟନ୍ତ ଐତିହାସିକ ଥିଲା। ତାଙ୍କର ଦୃଢ଼ ନେତୃତ୍ୱ, ଦୂରଦର୍ଶିତା ଓ ଅକ୍ଳାନ୍ତ ପ୍ରୟାସ ଯୋଗୁ ଭାରତର ରାଜନୈତିକ ଏକୀକରଣ ସମ୍ଭବ ହୋଇଥିଲା। ଏହି ମହାନ ଅବଦାନକୁ ସ୍ମରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ନାଗରିକମାନଙ୍କୁ ସଚେତନ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସଂଗଠନ ପକ୍ଷରୁ ଏକତା ଶପଥ ପାଠ, ଜାତୀୟ ଏକତା ପଦଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଜାତି, ଧର୍ମ, ଭାଷା ଓ ଅଞ୍ଚଳଗତ ଭିନ୍ନତାକୁ ଭୁଲି ସମସ୍ତେ ଏକତା, ଭାଇଚାରା ଓ ସଦ୍ଭାବନାର ସହ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପ୍ରେରଣା ଦେଇଥାଏ ବୋଲି ଏସଡିପିଓ ସନ୍ଦୀପ ମାଝୀ ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

ଲକ୍ଷ୍ନୌ,୩୧।୧୦: ଉତ୍ତର ପ୍ରଦେଶର ରାମପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ED) ଶନିବାର ଗିରଫ କରିଛି। ରାମପୁର…

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେନି, ଚା’ ପିଇ ଚାଲିଗଲା ବିଜେଡି ଟିମ୍‌, ନିରାଶ ହେଲେ ଅଞ୍ଚଳବାସୀ

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ଓ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ପହଞ୍ଚିଲା…

ବର୍ଷା ପବନରେ ଧାନଫସଲ ନଷ୍ଟ: କ୍ଷତିପୂରଣ ଦାବି କଲା କୃଷକ ସଂଗଠନ

ଅତାବିରା,୩୧ା୧୦(ଯୁଧିଷ୍ଠିର ମହାପାତ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଦିନିଆ ବର୍ଷା ଓ ପ୍ରବଳ ପବନ ଯୋଗୁ ବରଗଡ଼ ଜିଲା ଅତାବିରା ଅଞ୍ଚଳର ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହାକୁ…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଉପରେ ପଡ଼ିଛି ବିରାଟ ପଥର, ଏଣେ ଡରାଇଲାଣି ବର୍ଷା

ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁ ଶହଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବର୍ଷବର୍ଷର ପରିଶ୍ରମ ଓ ରୋଜଗାରରେ ଗଢ଼ିଥିବା ସମ୍ପତ୍ତି…

ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି, ପ୍ରତିଶ୍ରୁତି ଦେଇ କହିଲେ…

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟ ଓ ଛେନାପଦୀ ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଶନିବାର କେନ୍ଦୁଝର ଏମ୍‌ପି ଅନନ୍ତ…

ଭୂତ ଟିପ ମାରି ଭତ୍ତା ନେବା ଘଟଣାର ତଦନ୍ତ ଆରମ୍ଭ

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁରେ (ଭୂତ ଟିପ ମାରି) ଭତ୍ତା ଉଠାଯାଇଥିବା ଅଭିଯୋଗ ଘଟଣାରେ…

ସାର୍ବଜନୀନ ମହାଭିଯୋଗ ସଭାରେ ରାହୁଲଙ୍କ ବଡ଼ ଦାବି: ଜ୍ଞାନେଶ କୁମାର CEC ଭାବେ ତିଷ୍ଠି ପାରିବେ ନାହିଁ

ନୂଆଦିଲ୍ଲୀ,୩୧ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଶନିବାର ପ୍ରତୀକାତ୍ମକ ସାର୍ବଜନୀନ ମହାଭିଯୋଗ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ…

ମହାରାଷ୍ଟ୍ରରେ ଫୁଲବାଣୀ ଗଞ୍ଜେଇର ଚାହିଦା: ସମ୍ମୁଖରୁ ୫ ନିଶା ମାଫିଆଙ୍କୁ ଧରିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା, ୩୧ା୧୦ (ପ୍ରଭାତ ପାଣିଗ୍ରାହୀ): ଫୁଲବାଣୀରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିଲା ଯୋଜନାବଦ୍ଧ କାରବାର। ଦୁଇଟି ଦାମୀ କାର୍‌ରେ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?