ଜେଏମ୍‌ଏମ୍‌ ଗଡ଼ରେ ଧସେଇ ପଶିବାକୁ କସରତ

ଉଦଳା,୧୩।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ପରିଷଦର ୧ନଂ. ଜୋନ୍‌ରେ ଏବେ ଚାଲିଛି ଜୋରଦାର ପଲଟିକାଲ ଫାଇଟ୍‌। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଗଡ଼ କୁହାଯାଉଥିବା ଏହି ଜୋନ୍‌ରେ ଧସେଇ ପଶିବାକୁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ କସରତ ଆରମ୍ଭ କରିଦେଇଛନ୍ତି। ୨୦୧୨ ଏବଂ ୨୦୧୭ ନିର୍ବାଚନରେ ଏହି ଜୋନ୍‌ ଜେଏମ୍‌ଏମ୍‌ କବ୍‌ଜାରେ ଥିଲା। ଲଗାତାର ଦୁଇଥର ଏହି ଆସନକୁ ହାତେଇ ଜେଏମ୍‌ଏମ୍‌ ଦବ୍‌ଦବା ଜାହିର କରିଛି। ଏଥର ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଏହି ଜୋନ୍‌ ସଂରକ୍ଷିତ ରହିଛି ା ଜେଏମ୍‌ଏମ ଗଡ଼ ଭାଙ୍ଗିବା ପାଇଁ ବିଜେଡି ଖେଳିଛି ପାଠୁଆ କାର୍ଡ। ଇଂ. ସୁଶାନ୍ତି ସିଂଙ୍କୁ ଦଳ ପ୍ରାର୍ଥୀ କରି ପରିବର୍ତ୍ତନର ଆହ୍ବାନ ଦେଇଛି। ଭାଜପା ପ୍ରାର୍ଥତ୍ନୀ ଶୀରମଣି ସିଂ ଜୋରଦାର କ୍ୟାମ୍ପେନିଂ ଚଳାଇଥିବା ବେଳେ ପଦ୍ମିନୀ ହଁାସଦାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ୨୦୧୨ରେ ଏହି ଜୋନ୍‌ରୁ ବିଜୟୀ ହୋଇଥିବା କ୍ଷୀରମଣି ଟୁଡୁଙ୍କୁ ଜେଏମ୍‌ଏମ୍‌ ପୁଣି ମଇଦାନକୁ ଓହ୍ଲାଇଛି। ସେ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କାର୍ଯ୍ୟରେ ଆଗେଇ ଚାଲିଥିବା ବେଳେ ତାଙ୍କୁ ଚେକ୍‌ ଦେବା ପାଇଁ ବିଜେଡିର ସୁଶାନ୍ତି ବିଭିନ୍ନ ରଣକୌଶଳ ଆପଣାଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଜୋନ୍‌ର ଭୋଟର ଜେଏମ୍‌ଏମ୍‌ ଉପରେ ଆସ୍ଥାପ୍ରକଟ କରି ଆସିଥିବା ବେଳେ ଚଳିତ ନିର୍ବାଚନରେ କାହା ପଟକୁ ଢ଼ଳୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି...

ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ

ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର...

ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ...

ଦୁଆରଶୁଣୀ ଘାଟିରେ ୨ ବସ୍‌ ମଝିରେ ପଶିଲା ପିକ୍‌ଅପ୍‌

ବାରିପଦା,୧୦ା୩(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଯାତ୍ରୀବାହୀ ବସ୍‌ ଓ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri