ଜେଏମ୍‌ଏମ୍‌ ଗଡ଼ରେ ଧସେଇ ପଶିବାକୁ କସରତ

ଉଦଳା,୧୩।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ପରିଷଦର ୧ନଂ. ଜୋନ୍‌ରେ ଏବେ ଚାଲିଛି ଜୋରଦାର ପଲଟିକାଲ ଫାଇଟ୍‌। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଗଡ଼ କୁହାଯାଉଥିବା ଏହି ଜୋନ୍‌ରେ ଧସେଇ ପଶିବାକୁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ କସରତ ଆରମ୍ଭ କରିଦେଇଛନ୍ତି। ୨୦୧୨ ଏବଂ ୨୦୧୭ ନିର୍ବାଚନରେ ଏହି ଜୋନ୍‌ ଜେଏମ୍‌ଏମ୍‌ କବ୍‌ଜାରେ ଥିଲା। ଲଗାତାର ଦୁଇଥର ଏହି ଆସନକୁ ହାତେଇ ଜେଏମ୍‌ଏମ୍‌ ଦବ୍‌ଦବା ଜାହିର କରିଛି। ଏଥର ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଏହି ଜୋନ୍‌ ସଂରକ୍ଷିତ ରହିଛି ା ଜେଏମ୍‌ଏମ ଗଡ଼ ଭାଙ୍ଗିବା ପାଇଁ ବିଜେଡି ଖେଳିଛି ପାଠୁଆ କାର୍ଡ। ଇଂ. ସୁଶାନ୍ତି ସିଂଙ୍କୁ ଦଳ ପ୍ରାର୍ଥୀ କରି ପରିବର୍ତ୍ତନର ଆହ୍ବାନ ଦେଇଛି। ଭାଜପା ପ୍ରାର୍ଥତ୍ନୀ ଶୀରମଣି ସିଂ ଜୋରଦାର କ୍ୟାମ୍ପେନିଂ ଚଳାଇଥିବା ବେଳେ ପଦ୍ମିନୀ ହଁାସଦାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ୨୦୧୨ରେ ଏହି ଜୋନ୍‌ରୁ ବିଜୟୀ ହୋଇଥିବା କ୍ଷୀରମଣି ଟୁଡୁଙ୍କୁ ଜେଏମ୍‌ଏମ୍‌ ପୁଣି ମଇଦାନକୁ ଓହ୍ଲାଇଛି। ସେ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କାର୍ଯ୍ୟରେ ଆଗେଇ ଚାଲିଥିବା ବେଳେ ତାଙ୍କୁ ଚେକ୍‌ ଦେବା ପାଇଁ ବିଜେଡିର ସୁଶାନ୍ତି ବିଭିନ୍ନ ରଣକୌଶଳ ଆପଣାଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଜୋନ୍‌ର ଭୋଟର ଜେଏମ୍‌ଏମ୍‌ ଉପରେ ଆସ୍ଥାପ୍ରକଟ କରି ଆସିଥିବା ବେଳେ ଚଳିତ ନିର୍ବାଚନରେ କାହା ପଟକୁ ଢ଼ଳୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri