JioFiber କନେକ୍ସନ କାଟି AirFiberକୁ ସୁଇଚ୍‌ କରିବାକୁ ଚାହୁଁଛନ୍ତି କି? ହୋଇଯିବ ୧୦୦୦ ଟଙ୍କାର କ୍ଷତି, ଜାଣନ୍ତୁ କିଭଳି?  

ନୂଆଦିଲ୍ଲୀ,୧୨।୨: ବହୁତ ଘରେ JioFiber କନେକ୍ସନ ଲଗାଇଥିଲେ,  ଯାହାକୁ ଆପଣ ଏବେ ବନ୍ଦ କରି AirFiberକୁ ସୁଇଚ୍‌ କରିବାକୁ ଚାହୁଁଛନ୍ତି କି? ଏହି ପରିସ୍ଥିତିରେ ଆପଣଙ୍କର ୧୦୦୦ ଟଙ୍କାର କ୍ଷତି ହୋଇପାରେ। ଏଣୁ ପୁରୁଣା ଜିଓ ଫାଇବର କନେକ୍ସନ ବନ୍ଦ କରି ନୂତନ ଏୟାର ଫାଇବର କନେକ୍ସନ୍‌ ନେବା ପୂର୍ବରୁ, ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ।
ଏୟାର ଫାଇବର ସଂଯୋଗ ନେବା ସମୟରେ ଆପଣ ଯେଉଁ ୧୫୦୦ ଟଙ୍କା ଦେୟ କରିଥିଲେ ତାହାର ବିଲ ଆପଣ ପାଇଥିବେ। ସେହି ବିଲରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ୧୫୦୦ ଟଙ୍କା ମଧ୍ୟରୁ ୧୦୦୦ ଟଙ୍କା ଇନ୍‌ଷ୍ଟାଲେଶନ୍‌(ସଂସ୍ଥାପନ) ଚାର୍ଜ ଭାବରେ ନିଆଯିବ। ଯଦି ଆପଣ Jio Fiber କନେକ୍ସନ୍‌  ସ୍ଥାପନ କରିବା ସମୟରେ ୧୫୦୦ ଟଙ୍କାର ସୁରକ୍ଷା ଜମା ଦେଇଛନ୍ତି, ତେବେ Air Fiberକୁ ସୁଇଚ୍‌ କରିବା ପରେ ଆପଣଙ୍କୁ କେବଳ ୫୦୦ ଟଙ୍କା ଫେରସ୍ତ କରାଯିବ।
ଜିଓ ଫାଇବର କନେକ୍ସନ୍‌ ପାଇଁ ୫୦୦ ଟଙ୍କାର ସୁରକ୍ଷା ରାଶି କେବେ ଫେରସ୍ତ ଆସିବ? ଯଦି ଏହି ପ୍ରଶ୍ନ ମନରେ ଆସୁଛି ତେବେ ଆସନ୍ତୁ ଜାଣିବା। ଜିଓ ଷ୍ଟୋରରୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ କେହି ଜିଓ ଫାଇବର କନେକ୍ସନ୍‌  ବନ୍ଦ କରିବାକୁ ଅନୁରୋଧ କରିବେ, ସେତେବେଳେ ଆପଣଙ୍କୁ ଆପଣଙ୍କର ଟଙ୍କା ଫେରସ୍ତ ମିଳିଯିବ।
ଜିଓ ଫାଇବର ବିଚ୍ଛିନ୍ନ କରିବା ପାଇଁ ଅନୁରୋଧ ୭ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯାଏ ଏବଂ ଆପଣଙ୍କ ଘରୁ ଡିଭାଇସ ସଂଗ୍ରହ କରାଯାଏ। ପୁରୁଣା ଜିଓ ଫାଇବର ଡିଭାଇସ ସଂଗ୍ରହ କରିବା ପରେ, କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କ ମାଇ ଜିଓ ଆକାଉଣ୍ଟରେ ୫୦୦ ଟଙ୍କାର ଭାଉଚର୍‌ କ୍ରେଡିଟ କରାଯାଏ।
କିଏ ଏୟାରଫାଇବର କନେକ୍ସନ୍‌ ପାଇବେ ନାହିଁ?
Jio ଷ୍ଟୋରରେ ଦିଆଯାଇଥିବା ସୂଚନାନୁଯାୟୀ ଯାହାଙ୍କ ନାମରେ Jio Fiber ସଂଯୋଗ ପୂର୍ବରୁ ଘରେ ଚାଲୁଛି, ସେ ତାଙ୍କ ନାମରେ Jio AirFiber ସଂଯୋଗ ନେଇପାରିବେ ନାହିଁ। ଏହାର ଅର୍ଥ ହେଉଛି ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ତାଙ୍କର ଆଇଡି ଏବଂ ମୋବାଇଲ ନମ୍ବର ବ୍ୟବହାର କରି Jio AirFiber ସଂଯୋଗ ପାଇଁ ଅନୁରୋଧ ଦାଖଲ କରିବାକୁ ପଡିବ।

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?