ଦଳକୁ କାଳ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକାଳ

ବେଜିଂ, ୧।୭: ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଜୁଲାଇ ୧ରେ ଏହାର ଶତବାର୍ଷିକୀ ପାଳନ କରୁଛି। ତେବେ ସିପିସିର ମୁଖ୍ୟ ଭାବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଦୀର୍ଘବର୍ଷ ଧରି ରହିବା ଭବିଷ୍ୟତରେ ଦଳ ପାଇଁ କାଳ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଉତ୍ତରାଧିକାରୀ ଅଭାବ ଯୋଗୁ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ରେ ଅସ୍ଥିରତା ଦେଖାଦେବା ଆଶଙ୍କା କରାଯାଉଛି।
ଶି ଜିନ୍‌ପିଙ୍ଗ୍‌ ସିପିସିର ନେତୃତ୍ୱ ନେଇଥିଲେ। ୨୦୧୮ରେ ରାଷ୍ଟ୍ରପତିଙ୍କ ଦୁଇ ଟର୍ମ ବ୍ୟବସ୍ଥାକୁ ହଟାଇ ଦିଆଯାଇ ୬୮ ବର୍ଷୀୟ ଜିନ୍‌ପିଙ୍ଗ୍‌ଙ୍କୁ ଆଜୀବନ କ୍ଷମତାରେ ରହିବା ଲାଗି ସୁଯୋଗ ସୃଷ୍ଟି କରାଯାଇଥିଲା। ଏହା ଚାଇନା ପାଇଁ ସମୟର ଆବଶ୍ୟକତା ବୋଲି ସେତେବେଳେ ଜିନ୍‌ପିଙ୍ଗ୍‌ଙ୍କ ସମର୍ଥକମାନେ କହିଥିଲେ। ତେବେ ଦୁଇ ପାଳି ପରେ ଜିନ୍‌ପିଙ୍ଗ କ୍ଷମତାରେ ରହିବା ଦଳରେ ଅସ୍ଥିରତା ସୃଷ୍ଟି କରିବା ଆଶଙ୍କା ଥିବା ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସାଧାରଣତଃ ଦଳୀୟ ନେତାଙ୍କ ଦୁଇ ପାଳି ଶେଷ ହେବା ପରେ ପରବର୍ତ୍ତୀ ସାଧାରଣ ସମ୍ପାଦକ ବଛାଯିବା କଥା। ତେବେ ଉପଯୁକ୍ତ ଉତ୍ତରାଧିକାରୀ ଅଭାବରୁ ଆସନ୍ତା ବର୍ଷ ଦଳ ଗଭର୍ନିଂ ବଡ଼ି ଅଚଳବଦଳରେ ଜିନ୍‌ପିଙ୍ଗ ସର୍ବୋଚ୍ଚ ନେତା ପଦରେ ରହିବା ନେଇ ପର୍ଯ୍ୟବେକ୍ଷକମାନେ ଆଶାବାଦୀ ଅଛନ୍ତି। ଆସନ୍ତା ପାର୍ଟି କଂଗ୍ରେସରେ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟଯୋଜନା ଏବଂ ଦଳକୁ ସଙ୍କଟରୁ ରକ୍ଷା କରିବା ଲାଗି ସେ ନେଇଥିବା ପଦକ୍ଷେପର ସମୀକ୍ଷା କରାଯିବ। ଏହା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବା ସହ ପରବର୍ତ୍ତୀ ଦଶକ ପାଇଁ ଦଳକୁ ନୂଆ ରୂପ ଦେଇପାରେ ବୋଲି ହଂକଂରୁ ପ୍ରକାଶିତ ସାଉଥ୍‌ ଚାଇନା ମର୍ନିିଂ ପୋଷ୍ଟରେ ଉଲ୍ଲେଖ କରାଯାଇଛି। ଆସନ୍ତା ବର୍ଷ ଯଦି ନୂଆ ନେତା ବଛା ନ ହୁଅନ୍ତି, ତେବେ ଦଳରେ ସମସ୍ୟା ଦେଖାଦେବ ବୋଲି ଷ୍ଟିଭ୍‌ ସାଙ୍ଗ୍‌ କହିଛନ୍ତି। ଉତ୍ତରାଧିକାରୀ ଚୟନ ଲାଗି ଢାଞ୍ଚା ଓ ପ୍ରକ୍ରିୟା ସ୍ପଷ୍ଟ ନ ହେଲେ ଅସ୍ଥିରତା ସୃଷ୍ଟି ହୋଇପାରେ ବୋଲି ସେ ସତର୍କ କରାଇଦେଇଛନ୍ତି। ଅଧ୍ୟକ୍ଷ ପଦରେ ରହିବା ସମୟସୀମା ଏବଂ ଉତ୍ତରାଧିକାରୀ ଚୟନ ନିୟମ ଉଠାଇଦେଇ ଜିନ୍‌ପିଙ୍ଗ୍‌ ଅଧିକ ସମୟ କ୍ଷମତାରେ ରହିବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି। ସେ ଦଳ, ରାଷ୍ଟ୍ର ତଥା ଜାତୀୟ ପ୍ରକଳ୍ପକୁ ନିଜ ବିଚାରଧାରାରେ ଚଳାଇବା ଲାଗି ଅଧିକ ସମୟ ପାଇଛନ୍ତି ବୋଲି ଅନ୍ୟ ଜଣେ ରାଜନୀତି ବିଶାରଦ ନିସ୍‌ ଗ୍ରୁଏନବର୍ଜ କହିଛନ୍ତି। ତେବେ ନେତୃତ୍ୱ ବ୍ୟବସ୍ଥାରେ ଏହା ପୁଣିଥରେ ଅନିଶ୍ଚିତତା ଆଣିପାରେ। ଅପରିବର୍ତ୍ତିତ ପାଓ୍ବାର ସେଣ୍ଟର ଜିନ୍‌ପିଙ୍ଗ୍‌ କ୍ଷମତାରୁ ଯିବା ପରେ ନେତୃତ୍ୱ ବ୍ୟବସ୍ଥାରେ ଅସ୍ଥିରତା ଦେଖାଦେବ ବୋଲି ଗ୍ରୁଏନ୍‌ବର୍ଜ ଚେତାଇଦେଇଛନ୍ତି।

ସିପିସିର ଶତବାର୍ଷିକୀ

୧୯୨୧ ଜୁଲାଇ ୧ରେ ସିପିସି ପ୍ରତିଷ୍ଠା ହୋଇଥିଲା। ମାଓ ଜେଡୋଙ୍ଗ ଥିଲେ ଏହାର ପ୍ରତିଷ୍ଠାତା ନେତା ଏବଂ ଅଧ୍ୟକ୍ଷ। ଦଳ ମାଓଙ୍କ ଉପରେ ଏପରି ନିର୍ଭରଶୀଳ ଥିଲା ଯେ ୧୯୭୬ରେ ତାଙ୍କର ମୃତ୍ୟୁ ହେବା ପର୍ଯ୍ୟନ୍ତ ସେ ଏହାକୁ ନିୟନ୍ତ୍ରଣରେ ରଖିଥିଲେ। ୧୯୫୮ରେ କୃଷି ଓ ଶିଳ୍ପ ଉତ୍ପାଦନ ବଢ଼ାଇବା ପାଇଁ ‘ଗ୍ରେଟ୍‌ ଲିପ୍‌ ଫରଓ୍ବାର୍ଡ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଦୁର୍ଭିକ୍ଷ ଯୋଗୁ ଉତ୍ପାଦନ କମ୍‌ ହେବା ଫଳରେ ଉକ୍ତ ଅଭିଯାନକୁ ବନ୍ଦ କରିଦିଆଯାଇଥିଲା। ସେହିପରି ୧୯୬୬ରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ବିପ୍ଳବ, ଯେଉଁଥିରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ମାଓଙ୍କର ଉପରୋକ୍ତ ୨ ବିଫଳ ଚିନ୍ତାଧାରା ଦଳକୁ ବିପର୍ଯ୍ୟୟ ଆଡ଼କୁ ନେଇଯାଇଥିଲା। ପରେ ମଧ୍ୟମପନ୍ଥୀ ନେତା ଡେଙ୍ଗ୍‌ ଜିଆଓପିଙ୍ଗ୍‌ଙ୍କ ଉଦ୍ୟମ ବଳରେ କମ୍ୟୁନିଷ୍ଟ ପାର୍ଟି ପୁଣିଥରେ ସୁଦୃଢ଼ ହୋଇଥିଲା। ୧୯୯୭ ପର୍ଯ୍ୟନ୍ତ ଡେଙ୍ଗ ଦଳର ନେତୃତ୍ୱ ନେଇଥିଲେ ଏବଂ ମାଓଙ୍କ କଠୋରପନ୍ଥୀ ମାର୍କ୍ସବାଦ ନୀତି ବଦଳରେ ସମାଜବାଦ ଚିନ୍ତାଧାରା ପ୍ରଚଳନ କରିଥିଲେ। ତାଙ୍କର ଏହି ପଦକ୍ଷେପ ଯୋଗୁ ବିଶ୍ୱର ସବୁଠୁ ଜନବହୁଳ ଦେଶ ଦ୍ୱିତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଥିଲା। ଡେଙ୍ଗ୍‌ଙ୍କ ସାମୂହିକ ନେତୃତ୍ୱ ଢାଞ୍ଚା ଯୋଗୁ ଦଳରେ ସବୁ ଗୋଷ୍ଠୀର ନେତା ସାମିଲ ହୋଇପାରିଥିଲେ ଏବଂ ସିପିସି ୯ କୋଟି ସଦସ୍ୟ ବିଶିଷ୍ଟ ଦଳରେ ପରିଣତ ହୋଇଥିଲା। ୧୯୯୭ରେ ଡେଙ୍ଗଙ୍କ ପରଲୋକ ପରେ ପୁଣିଥରେ ଦଳକୁ ଏକକ ନେତୃତ୍ୱ ଫେରିଥିଲା। ଶହେ ବର୍ଷ ପୁରୁଣା ଏହି ଦଳ ଗୁରୁବାର ଶତବାର୍ଷିକୀ ପାଳନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ, ସତର୍କ ସୂଚନା ଜାରି…

ବାର୍ସିଲୋନା, ୩।୮ : ସ୍ପେନରେ, ସମ୍ପ୍ରତିି ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ ବୃଦ୍ଧି ପାଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ପ୍ରକାର ଆକ୍ରମଣ...

ଜୋକର ଡ୍ରେସ ପିନ୍ଧି ଟୋକିଓ ଟ୍ରେନରେ ଖେଳାଇଲେ ଆତଙ୍କ

ଟୋକିଓ,୩୧।୧୦: ବ୍ୟାଟ୍‌ମ୍ୟାନ ଫିଲ୍ମର ଜୋକର ଡ୍ରେସ ପିନ୍ଧି ଜଣେ ବ୍ୟକ୍ତି ଜାପାନର ରାଜଧାନୀ ଟୋକିଓର ଟ୍ରେନରେ ଯାତ୍ରୀଙ୍କୁ ଛରାମାଡ଼ କରିଛନ୍ତି। ରବିବାର ସନ୍ଧ୍ୟାରେ ଘଟିଥିବା ଆକ୍ରମଣରେ...

ରାଗିଗଲେ ପ୍ରଧାନମନ୍ତ୍ରୀ: ଖବରଦାତାଙ୍କ ଉପରେ ସାନିଟାଇଜର୍‌ ସିଞ୍ଚିଲେ

ବ୍ୟାଙ୍କକ୍‌,୧୦।୩: ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ସଚା ନିଜ ବ୍ୟବହାରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଖବରଦାତାଙ୍କୁ ଉପରକୁ ରାଗିଯାଇ ସାନିଟାଇଜର୍‌...

ଶୁଟିଂ ସେଟ୍‌ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍‌ଙ୍କ ଜୀବନ ଗଲା

ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା...

ମ୍ୟାନ୍‌ମାର ଗସ୍ତରେ ଜିନ୍‌ପିଙ୍ଗ୍‌

ନାଏପିଡ଼ା,୧୮ା୧ (ଏଏଫ୍‌ପି): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦୁଇଦିନିଆ ମ୍ୟାନ୍‌ମାର୍‌ ଗସ୍ତରେ ଯାଇ ଶୁକ୍ରବାର ଏହାର ରାଜଧାନୀରେ ପହଞ୍ଚତ୍ଛନ୍ତି। ସଙ୍କଟରେ ପଡ଼ିଥିବା ଅଙ୍ଗ୍‌ ସାନ୍‌ ସୁ...

ଏଲିଅନ୍‌ ୫୦୦୦ ବର୍ଷ ଧରି ପୃଥିବୀ ଉପରେ ରଖିଛନ୍ତି କଡ଼ା ନଜର…

ଓ୍ବାଶିଂଟନ,୨୪।୬: ଗତ ୫୦୦୦ ବର୍ଷ ଧରି ଏଲିଅନ୍‌ ପୃଥିବୀ ଉପରେ ଟେଲିସ୍କୋପ୍‌ ଦ୍ୱାରା କଡ଼ା ନଜର ରଖିଛନ୍ତି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...

ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହିଲେ ବ୍ୟବସାୟୀ: ଆଉ ତାପରେ…

ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜୋକର କହିବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ସରକାରଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ବ୍ୟବସାୟୀ...

ସ୍କୁଲ ପାଠପଢ଼ା ବେଳୁ ଥିଲା ସାହିତ୍ୟ ପ୍ରତି ଆକର୍ଷଣ:ପିଟର ହାଣ୍ଡ୍‌କେ

ଭିଏନା: ଅଷ୍ଟ୍ରିଆର ପିଟର ହାଣ୍ଡ୍‌କେଙ୍କୁ ୨୦୧୯ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସାହିତ୍ୟ ପ୍ରତି ତାଙ୍କର ରହିଥିବା ଅହେତୁକ ରୁଚି...

Advertisement
Archives

Model This Week