‘ଆନ୍ତର୍ଜାତିକ ବିମାନ ବନ୍ଦର ହେବ ଝାରସୁଗୁଡ଼ା’

ଲଖନପୁର,୨୩ା୧: ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ଅବସରରେ ଶନିବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦର ପରିସରରେ ଏମ୍‌ସିଏଲ୍‌ ପକ୍ଷରୁ ୬୦ଲକ୍ଷ ଟଙ୍କା ବ୍ୟୟରେ ସଂଗ୍ରାମୀ ସାଏଙ୍କ ୧୪ଫୁଟ୍‌ ଉଚ୍ଚତାର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ତଳସରା ବିଧାୟକ ଭବାନୀଶଙ୍କର ଭୋଇ, ରେଙ୍ଗାଲି ବିଧାୟକ ନାଉରି ନାଏକ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଭିଏସ୍‌ଏସ୍‌ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି, ଏମ୍‌ସିଏଲ୍‌ ଡିପି (ପର୍ସନାଲ) କେଶବ ରାଓ, ଡାଇରେକ୍ଟର ଫାଇନାନ୍ସ କେ.ଆର୍‌. ବାସୁଦେବନ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଡିପି (ଅପରେଶନ୍‌) ଓ.ପି. ସିଂହ ମଞ୍ଚ ସଞ୍ଚାଳନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭର୍ଚୁଆଲ ଜରିଆରେ ଉଦ୍‌ବୋଧନ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ, ବୀର ସୁରେନ୍ଦ୍ର ସାଏଙ୍କ ଭଳି ଅନେକ ମହାପୁରୁଷ ଦେଶ ସ୍ବାଧୀନ ପାଇଁ ଲଢ଼େଇ କରିଥିଲେ। ଏମାନଙ୍କ କ୍ଷେତ୍ରରେ ଆମତ୍ନିର୍ଭର, ଆମତ୍ସମ୍ମାନ ଓ ସ୍ବାଭିମାନ ପରସ୍ପର ପରିପୂରକ ଥିଲା। ଫଳରେ ଦେଶ ସ୍ବାଧୀନ ହେବାରେ ସହାୟକ ହୋଇଥିଲା। ସେ ଆହୁରି କହିଥିଲେ, ଆଗାମୀ ଦିନରେ ଭିଏସ୍‌ଏସ୍‌ ବିମାନ ବନ୍ଦର ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିଣତ ହେବ। ଦେଶବିଦେଶରୁ ଏଠାକୁ ବିମାନ ଉଡ଼ିବ। ଏଠାରେ କୋଇଲା, ଆଲୁମିନିୟମ, ଷ୍ଟିଲ୍‌ ଓ ବିଦ୍ୟୁତ୍‌ ଉତ୍ପାଦନ ଆଦି ବୃଦ୍ଧିପାଇବ। ଫଳରେ ଝାରସୁଗୁଡା ଦେଶର ଅର୍ଥନୈତିକ ପେଣ୍ଠସ୍ଥଳୀ ହୋଇପାରିବ। ଏହି ସ୍ବପ୍ନ ପୂରଣ ହେଲେ ଏହା ହେବ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ସେ କ୍ଷୋଭର ସହିତ କହିଥିଲେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା ଗ୍ରାମ ଏବେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ଏହାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ କରିବା ଦରକାର ା ଆଜିର ଏହି ଦିବସ ଝାରସୁଗୁଡା ଜିଲା ଓ ପଶ୍ଚିମ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିବସ ବୋଲି ଅତିଥିମାନେ ମତ ଦେଇଥିଲେ। ମନ୍ତ୍ରୀ ପ୍ରଧାନ ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱରରୁ ବାହାରି ଝାରସୁଗୁଡା ଭିଏସ୍‌ଏସ୍‌ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ଏଠାରେ କାର୍ଯ୍ୟକ୍ରମ ଶେଷକରି ସଡ଼କ ପଥରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା ଅଭିମୁଖେ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳପଥ ଆଧୁନିକୀକରଣ ଯୋଗୁ ବାଧାପ୍ରାପ୍ତ ହେବ ଟ୍ରେନ୍‌ ଚଳାଚଳ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ଏବଂ ଏହାର...

ଶ୍ୱେତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡଙ୍କୁ ଡାକି ପୋଲିସର ପଚରାଉଚରା

ଭୁବନେଶ୍ୱର,୧୫ା୯(ବ୍ୟୁରୋ): ରାଜଧାନୀରେ ବହୁ ଚର୍ଚ୍ଚିତ ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାକୁ ମାସେ ପୂରଣ ହେବାକୁ ବସିଥିବା ବେଳେ ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି।...

ବଡ ଭାଇଙ୍କ ଜୀବନ ନେଲେ ସାନ ଭାଇ

ଟିଟିଲାଗଡ଼,୨୭।୧୦(ଡି.ଏନ୍‌.ଏ.): ଜଣେ ଭାଇ ନିଜ ଭାଇଙ୍କର ଜୀବନ ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦାପଡ଼ା ଗ୍ରାମରେ। ସେହି ମୃତ ଯବକ...

ଦୁଗ୍ଧ ବୋଝେଇ ଟ୍ରକ୍‌କୁ ପିଟିଲା କୋଇଲା ଟ୍ରକ୍‌ : ୨ ଗୁରୁତର

କେନ୍ଦୁଝର,୧୪।୧୦(ସ୍ବ.ପ୍ର) : କେନ୍ଦୁଝର ଜିଲା ରିମୂଳି ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଠାରେ ସୋମବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ସ୍ଥାନରେ ୨୦ ନଂ....

ଡାକ୍ତର ବେଶରେ ଏମ୍‌କେସିଜିରେ ଦଲାଲ୍‌

ବ୍ରହ୍ମପୁର ଅଫିସ,୨୯ା୧୦: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୋଗୀଙ୍କ ଜୀବନ ରେଖା କୁହାଯାଉଥିବା ଏମକେସିଜି ବଡ଼ ଡାକ୍ତରଖାନାରୁ ଶୁକ୍ରବାର ପୁଣି ଜଣେ ଦଲାଲ୍‌ ଧରାପଡ଼ିଛନ୍ତି। ନିଜକୁ...

ହକ୍‌ ପାଇଁ ଗର୍ଜିଲା ଭାଜପା

ଖଇରା, ୨୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବହୁ ଯୋଗ୍ୟ ଅସହାୟ ଗରିବ ବ୍ୟକ୍ତି ବାଦ୍‌ ପଡିବା ଘଟଣାକୁ ନେଇ...

ବୁଦ୍ଧଖୋଲରେ ମାଙ୍କଡ଼ଙ୍କୁ ଖାଦ୍ୟ ଯୋଗାଉଛନ୍ତି ପୂଜାରୀ

ବୁଗୁଡା,୧୨।୪(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ ମନ୍ଦିର ତଥା ପର୍ଯ୍ୟଟକସ୍ଥଳୀକୁ ବନ୍ଦ...

ସଡ଼କ ଦୁର୍ଘଟଣା: ବାପା ମୃତ, ମା’ପୁଅ ଗୁରୁତର

ନୟାଗଡ଼ ଅଫିସ୍‌, ୨୭।୧୦- ଦୀପାବଳି ପାଇଁ ଦୀପ, ବାଣ କିଣି ଗାଁକୁ ଆସୁଥିବା ବେଳେ ସଡ଼କ ଦୁର୍ଘଟଣା ଘଟି ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ...

Advertisement
Archives

Model This Week