ଜାମତରା ଲିଙ୍କ୍‌ରେ ଝାରସୁଗୁଡ଼ାର ସାଇବର୍‌ ଅପରାଧି

ଝାରସୁଗୁଡ଼ା ଅଫିସ,୧୦ା୯: ଝାରସୁଗୁଡ଼ା ପୋଲିସ ଆଉ ଏକ ଆନ୍ତଃ ରାଜ୍ୟ ସାଇବର୍‌ କ୍ରାଇମ୍‌ ରହସ୍ୟ ଉନ୍ମୋଚନ କରିଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ପଶ୍ଚିମବଙ୍ଗର ମୂଳବାସିନ୍ଦା ଝାରସୁଗୁଡ଼ା କାଳୀମନ୍ଦିର ରୋଡ୍‌ରେ ରହିଥିବା ମୁଖ୍ୟ ଅଭିଯୁକ୍ତ ସେଖ ଅମଦୁଲ ଓରଫ ସେଖ ମେସ୍ଥକିନ୍‌(୨୮) ଓ ଅନ୍ୟଜଣେ ଅଭିଯୁକ୍ତ ଝାରସୁଗୁଡ଼ା ପାହାଡି ମନ୍ଦିର ନିକଟ ଆଦର୍ଶ କଲୋନୀର ସୁନିଲ କୁମାର ସାହୁ(୩୨)ବୋଲି ଜଣାପଡିଛି। ଏମାନଙ୍କ ନିକଟରୁ ପୋଲିସ ୨ ମୋବାଇଲ, ୪ ସିମ୍‌, ୮ ପାସ୍‌ବୁକ୍‌, ୩ ଏଟିଏମ୍‌ ଜବତ କରିଛି। ଏ ନେଇ ପୋଲିସ ଝାରସୁଗୁଡା ଥାନା କେସ୍‌ (ନଂ୪୫୨/୨୧)ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

ଏସ୍‌ପି ବିକାଶ ଚନ୍ଦ୍ର ଦାସ ଓ ଏସ୍‌ଡିପିଓ ନିର୍ମଳ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ କହିଥିଲେ, କିଛିମାସ ତଳେ ଝାରସୁଗୁଡ଼ାରେ ହୋଇଥିବା ୪୪ଲକ୍ଷ ଟଙ୍କା ସାଇବର୍‌ କ୍ରାଇମ୍‌ର ରହସ୍ୟ ଉନ୍ମୋଚନ ହୋଇଥିଲା। ଏ ନେଇ ପୋଲିସ ଅଧିକ ତଦନ୍ତ ଚଲାଇଥିଲା। ବେଳେ ଜଣେ ବ୍ୟକ୍ତିଙ୍କ ନାମରେ ଝାରସୁଗୁଡାର ବିଭିନ୍ନ ବ୍ୟାଙ୍କରେ ଟଙ୍କା ଜମା ହୋଇ ପୁଣି ଅନ୍ୟ ଆକାଉଣ୍ଟଗୁଡିକୁ ଟ୍ରାନ୍ସଫର୍‌ ହେଉଥିଲା। ଏହା ଜଣାପଡିବା ପରେ ଟାଉନ ଥାନା ଆଇଆଇସି ସାବିତ୍ରୀ ବଳ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ ବେଳେ ସ୍ଥାନୀୟ ଆଦର୍ଶ କଲୋନୀର ସୁନିଲଙ୍କ ନାମରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କାନଡା ବ୍ୟାଙ୍କ, ସେଣ୍ଟ୍ରାଲ୍‌ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଆଦିରେ ୧୨ ଆକାଉଣ୍ଟ ରହିଥିବା ଜଣାପଡିଥିଲା। ଏହିସବୁ ଆକାଉଣ୍ଟକୁ ବିଭିନ୍ନ ସମୟରେ ମୋଟା ଅଙ୍କର ଟଙ୍କା ଆସି ପରବର୍ତ୍ତି ସମୟରେ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରାଯାଉଥିଲା। ପୋଲିସ ସୁନିଲଙ୍କୁ ଧରି ଜେରା ପରେ ର଼୍ୟାକେଟ୍‌ର ମାଷ୍ଟର ମାଇଣ୍ଡ ସେଖ୍‌ ଅମଦୁଲ ସମ୍ପୃକ୍ତ ଥିବା ଜଣାପଡିଥିଲା। ଅମଦୁଲଙ୍କୁ ପଚରାଉଚୁରା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଟ୍ରାନ୍ସଫର କରାଯାଉଥିଲା। ଏହା ଝାଡଖଣ୍ଡ ଜାମତରାରୁ ପରିଚାଳନା ହେଉଥିବା ସେ ସୂଚନା ଦେଇଥିଲେ।

ଅନ୍ୟପକ୍ଷେ ଏହି ର଼୍ୟାକେଟ୍‌ର ମାଷ୍ଟର ମାଇଣ୍ଡ କିଛିମାସ ତଳେ ଝାରସୁଗୁଡ଼ା ଆସିଥିବା ବେଳେ ସୁନିଲ ଓ ଅମଦୁଲଙ୍କୁ ଭେଟି ସାଇବର୍‌ କ୍ରାଇମ୍‌ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ସେ ଅନ୍ୟକୁ ଆକାଉଣ୍ଟ ଖୋଲିବା ପାଇଁ ପ୍ରଥମେ ୧୦ହଜାର ଟଙ୍କା ଦେଉଥିଲେ। ଆକାଉଣ୍ଟ ଖୋଲିବା ପରେ ସେମାନଙ୍କ ନିକଟରୁ ଏଟିଏମ୍‌ କାର୍ଡ ନେଇଯାଉଥିଲେ। ଏହିସବୁ ଆକାଉଣ୍ଟକୁ ବିଭିନ୍ନ ଆକାଉଣ୍ଟରୁ ଟଙ୍କା ଆସିଥାଏ। ଏହି ଟଙ୍କାରୁ ୮ପ୍ରତିଶତ ଆକାଉଣ୍ଟରେ ରଖି ବାକି ଟଙ୍କାକୁ ଏଟିଏମ୍‌ ସାହାଯ୍ୟରେ ଉଠାଇ ନେଉଥିଲେ। ଏଭଳି ଅନେକ ଲୋକଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲକ୍ଷାଧିକ ହାତେଉ ଥିଲେ। ତଦନ୍ତ ପରେ ଜଣାପଡିଛି ଏହି ର଼୍ୟାକେଟ୍‌ର ଲିଙ୍କ୍‌ ଉତ୍ତରପ୍ରଦେଶରେ ରହିଛି। ଏ ନେଇ ଉତ୍ତରପ୍ରଦେଶ ବାହାରିଚ ଜିଲା ଫାକରପୁର ଥାନା କେସ୍‌ (ନଂ.୩୪୫/୨୧)ରେ ଏକ ମାମଲା ରହିଛି। ଉତ୍ତରପ୍ରଦେଶ ପୋଲିସ ଓଡ଼ିଶା ଆସି କୋର୍ଟଙ୍କ ଅନୁମତି ନେଇ ଜେରା କରିବ। ଝାରସୁଗୁଡାରୁ ଏକ ପୋଲିସ୍‌ ଟିମ୍‌ ଝାଡଖଣ୍ଡ ଜମାତରା ଯାଇ ସେଠାକାର ପୋଲିସ ସହାୟତାରେ ର଼୍ୟାକେଟ୍‌ ସମ୍ପର୍କରେ ତଦନ୍ତ କରିବ। ଏହି ମାମଲାରେ ୧୨ ଆକାଉଣ୍ଟକୁ ପୋଲିସ ଫିଜ୍‌ କରିଛି। ଏହିସବୁ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ରହିଛି ବୋଲି ଏସ୍‌ପି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri