Posted inଜାତୀୟ

ବସ୍‌କୁ ପିଟିଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌: ଚାଲିଗଲା ୧୫ ଜୀବନ

ରାଞ୍ଚି,୬।୧: ଝାଡଖଣ୍ଡର ପାକୁର ଜିଲାରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହଁି ଧକ୍କାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି। ଅମରପଡା ପୋଲିସ ଷ୍ଟେଶନ ପରିସରରେ ଥିବା ପେଡର କୋଲା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୋଲିସର ସୂଚନାନୁସାରେ, ଲିଟିପାରା-ଆମ୍ରାପଡା ମୁଖ୍ୟ ରାସ୍ତାରେ ପେଡର କୋଲା ନିକଟରୁ ଏକ ଘରୋଇ ବସ ଏବଂ ସିଲିଣ୍ଡର ଭର୍ତ୍ତି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଅନିୟନ୍ତ୍ରିତ ଟ୍ରକ ବସ ଭିତରକୁ ପଶି ଆସିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ବସ ଯାତ୍ରୀ ଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଯାତ୍ରୀଙ୍କ ବିବରଣୀ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri