Posted inଜାତୀୟ

ବସ୍‌କୁ ପିଟିଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌: ଚାଲିଗଲା ୧୫ ଜୀବନ

ରାଞ୍ଚି,୬।୧: ଝାଡଖଣ୍ଡର ପାକୁର ଜିଲାରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହଁି ଧକ୍କାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି। ଅମରପଡା ପୋଲିସ ଷ୍ଟେଶନ ପରିସରରେ ଥିବା ପେଡର କୋଲା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୋଲିସର ସୂଚନାନୁସାରେ, ଲିଟିପାରା-ଆମ୍ରାପଡା ମୁଖ୍ୟ ରାସ୍ତାରେ ପେଡର କୋଲା ନିକଟରୁ ଏକ ଘରୋଇ ବସ ଏବଂ ସିଲିଣ୍ଡର ଭର୍ତ୍ତି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଅନିୟନ୍ତ୍ରିତ ଟ୍ରକ ବସ ଭିତରକୁ ପଶି ଆସିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ବସ ଯାତ୍ରୀ ଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଯାତ୍ରୀଙ୍କ ବିବରଣୀ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ଭାବେ ମାସ୍କ ନ ପିନ୍ଧିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଡେରାଡୁନ,୧୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏବେବି କେତେକ ଲୋକ ଠିକ୍‌ ଭାବେ ମାସ୍କ ପିନ୍ଧୁ ନ ଥିବା...

ଗୁଜରାଟରେ ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଅରବିନ୍ଦ କେଜରିୱାଲଙ୍କ ବଡ ବୟାନ, କହିଲେ ଭାଜପାର ନିୟତ ଖରାପ

ନୂଆଦିଲ୍ଲୀ,୩୦ ।୧୦: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ବୟାନ ବାଜି ବଢିବାରେ ଲାଗିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା),...

ରାଜଧାନୀରେ ହେବ ଦୁର୍ଗାପୂଜା, ରାମଲିଳା

ନୂଆଦିଲ୍ଲୀ,୧୨ ।୧୦: ବେଶ୍ କିଛି ସମୟର ସଂଶୟ ପରେ ଶେଷରେ ଏହାର ସମାଧାନ ବାହାରିଛି । ରାଜଧାନୀ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ୍‌ଏ) ସେଠାରେ ଦଶହରା...

ମୋଦିଙ୍କ ସୁରକ୍ଷା ଲାଗି ବଜେଟରେ ୬ଶହ କୋଟି

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକଶନ୍‌ ଗ୍ରୁପ(ଏସ୍‌ପିଜି)ଲାଗି ଏଥର ସରକାର ବଜେଟରେ ପ୍ରାୟ ୬ଶହ କୋଟି ଟଙ୍କାର ବ୍ୟୟ ବରାଦ...

ଯୁବତୀଙ୍କ ପେଟରୁ ବାହାରିଲା ଦେଢ଼କିଲୋ କେଶ

ଜୟପୁର,୩୧।୮: ରାଜସ୍ଥାନ ଡୁଙ୍ଗରପୁରରେ ଜଣେ ୨୪ ବର୍ଷ ବୟସ୍କା ଯୁବତୀଙ୍କ ପେଟରୁ ଦେଢ଼କିଲୋ ଓଜନର କେଶ ବାହାରିଛି। ଯୁବତୀ ଜଣକ ୪ ବର୍ଷ ଧରି କେଶ...

ଦୁର୍ଘଟଣା ରୋକିବା ପାଇଁ ନିଜର ଲାଲ୍‌ ଅନ୍ତର୍ବସ୍ତ୍ର ଧରି ଟ୍ରେନ୍‌ ଲାଇନ୍‌ରେ ଦୌଡ଼ିଲେ ଯୁବକ

ଲକ୍ଷ୍ନୌ , ୨୯।୮: ଟ୍ରେନ୍‌ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦ୍‌ ଜିଲାରେ ଜଣେ ଯୁବକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବକଙ୍କ ଉପସ୍ଥିତ ବୃଦ୍ଧି...

ଓଓ୍ବାଇସିଙ୍କ ଯୋଜନା: ପଶ୍ଚିମବଙ୍ଗ-ଉତ୍ତରପ୍ରଦେଶରେ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଭଲ ପ୍ରଦର୍ଶନ କରିଛି। ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ଓଓ୍ବାଇସିଙ୍କ ଦଳ ୫ଟି ଆସନରେ ବିଜୟୀ ହୋଇଛି। ବିହାରରେ...

ଅକ୍ସିଜେନ୍‌ ପ୍ଲାଣ୍ଟରେ ବିସ୍ଫୋରଣ: ୩ ମୃତ

ଲକ୍ଷ୍ନୌ, ୬।୫: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଚିନହାଟ ଅଞ୍ଚଳରେ ଥିବା ଏକ ଅକ୍ସିଜେନ୍‌ ରିଫିଲିଂ ପ୍ଲାଣ୍ଟରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ...

Advertisement
Archives

Model This Week