Posted inଜାତୀୟ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଗୁଟ୍‌ଖା-ପାନ ମସଲା ଉପରେ ଲାଗିଲା ବ୍ୟାନ୍‌, ଖାଇଲେ କିମ୍ବା ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ

ରାଞ୍ଚି,୧୯।୨: ଝାଡ଼ଖଣ୍ଡର ହେମନ୍ତ ସୋରେନ୍‌ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗୁଟ୍‌ଖା- ପାନ ମସଲା ଆଦି ଉପରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିଫିକେଶନ ଜାରି କରାଯାଇଛି। ଏଭଳି ନିର୍ଦ୍ଦେଶ ପରେ ଝାଡ଼ଖଣ୍ଡ ବଜାରରେ କୌଣସି ନାମରେ ତମାଖୁ ଅଥବା ନିକୋଟିନ ଯୁକ୍ତ ଗୁଟ୍‌ଖା ଏବଂ ପାନ ମସଲାର ନିର୍ମାଣ, ଗଚ୍ଛିତ, ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି।

ରାଜ୍ୟ ପକ୍ଷରୁ ଲଗାଯାଇଥିବା ଏହି ପ୍ରତିବନ୍ଧକ ନୋଟିଫିକେଶନ ଜାରି ହେବାର ତାରିଖରୁ ଆଗାମୀ ୧ ବର୍ଷ ଯାଏ ପ୍ରଭାବୀ ରହିବ। ସ୍ଥିତିର ସମୀକ୍ଷା ପରେ ପ୍ରତିବନ୍ଧକର ଅବଧୀକୁ ଆଗକୁ ବଢ଼ାଇ ଦିଆଯିବ।

ନୂଆ ଆଦେଶ ଅନୁଯାୟୀ ଝାଡ଼ଖଣ୍ଡରେ ଏବେ ଗୁଟ୍‌ଖା ବିକ୍ରି ଏବଂ ଏହାର ସେବନ ଉଭୟ ଅପରାଧରେ ଗଣିତ ହେବେ। ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬ର ଧାରା ୩୦(୨)(ଏ) ଏବଂ ଖାଦ୍ୟ ସୁରକ୍ଷା ଏବଂ ମାନକ(ବିକ୍ରି ଉପରେ ପ୍ରତିବନ୍ଧକ) ନିୟମ ଆଦି ଅନ୍ତର୍ଗତରେ ଆଦେଶ ଜାରି କରାଯାଇଛି।

ଏହାପୂର୍ବରୁ ଝାଡ଼ଖଣ୍ଡ ୨୦୨୦ରେ ଗୁଟ୍‌ଖା ଏବଂ ପାନ ମସଲାର ୧୧ ବ୍ରାଣ୍ଡ ଉପରେ ବ୍ୟାନ୍‌ ଲଗାଇଥିଲା। ଏହା ୨୦୨୩ ଜୁନ ପର୍ଯ୍ୟନ୍ତ ପ୍ରଭାବଶାଳୀ ଥିଲା। ଏବେ ଗୁଟ୍‌ଖା ସହ ନିକୋଟିନ ଏବଂ ତମାଖୁଯୁକ୍ତ ସମସ୍ତ ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି। କୌଣସି ଦୋକାନରେ ଏହାର ବିକ୍ରି ହେଲେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri