Posted inଜାତୀୟ

ଆଣବିକ ଆକ୍ରମଣ, ରାସାୟନିକ ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ଝାଜର-ଚେନ୍ନାଇରେ ହେବ ସ୍ବତନ୍ତ୍ର ହସ୍ପିଟାଲ…

ନୂଆଦିଲ୍ଲୀ, ୨୨।୮ : ଭବିଷ୍ୟତରେ ଭୋପାଳ ଗ୍ୟାସ ଦୁର୍ଘଟଣା କିମ୍ବା କାନପୁର ଆମୋନିୟା ଗ୍ୟାସ ଲିକ ଭଳି ଦୁର୍ଘଟଣା ଘଟିଲେ ପୀଡିତମାନେ ଦୁଇଟି ନୂତନ ଉଚ୍ଚ ବିଶେଷଜ୍ଞତା ବିଶିଷ୍ଟ ମେଡିକାଲରେ ଚିକିତ୍ସା ଯୋଗାଇ ଦିଆଯିବ। ଝାଜର ଏବଂ ଚେନ୍ନାଇରେ ଏଭଳି ହସ୍ପିଟାଲ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏଠାରେ ରାସାୟନିକ, ଜୈବିକ, ରେଡିଓଆକ୍ଟିଭ ଏବଂ ଆଣବିକ ଦୁର୍ଘଟଣା କିମ୍ବା ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା ମିଳିବ।

ମନ୍ତ୍ରଣାଳୟ ଅନୁଯାୟୀ, ଝାଜରର ଏମ୍ସ କ୍ୟାମ୍ପସରେ ଚେନ୍ନାଇର ଷ୍ଟାନଲି ମେଡିକାଲ କଲେଜରେ କେମିକାଲ, ଜୈବିକ, ରେଡିଓଲୋଜିକାଲ ଏବଂ ଆଣବିକ (ସିବିଆରଏନ) କେନ୍ଦ୍ର ପ୍ରତିଷ୍ଠା କରାଯିବ। ସ୍ବାସ୍ଥ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ପରମାଣୁ ଶକ୍ତି ବିଭାଗ ଏବଂ ଭାବା ପରମାଣୁ ଗବେଷଣା କେନ୍ଦ୍ର ପରି ଅନ୍ୟାନ୍ୟ ଅନୁଷ୍ଠାନ ସହିତ ପରାମର୍ଶ କରି ଏହାର ପ୍ରକଳ୍ପ ରିପୋର୍ଟ ଏଚଏଲଏଲ ଇନଫ୍ରା ଟେକ ସର୍ଭିସେସ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

୨୩୦ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ରଗୁଡ଼ିକ ଦେଢ଼ ବର୍ଷରେ ନିର୍ମାଣ ହେବ। ଉଭୟ ହସ୍ପିଟାଲରେ ୫୦ ଟି ଲେଖାଏଁ ଶଯ୍ୟା ସୁବିଧା ରହିବ। ସେଥିମଧ୍ୟରୁ ୧୬ ଟି ଶଯ୍ୟା ଆଇସିୟୁ ପାଇଁ, ୨୦ ଟି ଆଇସୋଲେଶନ ପାଇଁ ଏବଂ ୧୦ ଟି ପ୍ରି ଏବଂ ପୋଷ୍ଟ ଅପରେଶନ ରୁମ ପାଇଁ ରହିବ। ବୋନ୍‌ ମ୍ୟାରୋ ପ୍ରତିରୋପଣ କେନ୍ଦ୍ର ପାଇଁ ୪ ଟି ଶଯ୍ୟା ରଖାଯିବ। ସମସ୍ତ କେନ୍ଦ୍ରରେ ଆମ୍ବୁଲାନ୍ସ ସେବା ସହିତ ଗରମ, ଥଣ୍ଡା ଏବଂ ରାସାୟନିକ ସ୍ନାନ ପୀଡିତମାନଙ୍କୁ ସଂକ୍ରମଣମୁକ୍ତ କରିବା ପାଇଁ ଉପଲବ୍ଧ ହେବ।

ମନ୍ତ୍ରଣାଳୟ ଅନୁଯାୟୀ ଉତ୍ତରପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ଗୁଜୁରାଟ ଏବଂ ତାମିଲନାଡୁରେ ମଧ୍ୟ ସାତୋଟି ସିବିଆରଏନ ମେଡିକାଲ ମ୍ୟାନେଜମେଣ୍ଟ ସେଣ୍ଟର ପ୍ରତିଷ୍ଠା କରାଯିବ। ଆଣବିକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଏବଂ ପ୍ରମୁଖ ସହର ନିକଟରେ ଏହା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?