ଆଜି ଝାମୁଯାତ୍ରା: ସୁନାବେଶରେ ଝଲସିବେ ମା’ ରାମଚଣ୍ଡୀ

ମହାକାଳପଡ଼ା,୧୪ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ଥିବା ମା’ ରାମଚଣ୍ଡୀଙ୍କ ଶୁକ୍ରବାର ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ମା’ ସୁନାବେଶରେ ଦର୍ଶନ ଦେବେ। ଗୁରୁବାର ରାତି ୪ଟାରୁ ମା’ଙ୍କ ନୀତିକାନ୍ତି ସମ୍ପନ୍ନ ହେବା ପରେ ପାଟବସ୍ତ୍ର ପରିଧାନ କରିବେ। ଏହା ପରେ ମା’ଙ୍କୁ ବିଭିନ୍ନ ସୁନା ଅଳଙ୍କାରରେ ସଜାଯିବ। ପଣା ସଂକ୍ରାନ୍ତି ତିଥି ଥିବାରୁ ବିଭିନ୍ନ ଫଳ, ଫୁଲୁରି , ଛେନା,ଲହୁଣୀ, ନଡ଼ିଆ, କଦଳୀ, ଗୁଡ଼, ଯଅ ଛତୁଆ, ବେଲ ଆଦି ସାମଗ୍ରୀ ମିଶି ପଣା ପ୍ରସ୍ତୁତ କରାଯିବ। ମା’ଙ୍କୁ ଅବକାଶ ନୀତି ପରେ ପଣା ଭୋଗ ଅର୍ପଣ କରାଯିବାର ପାରମ୍ପରିକ ବିଧି ବ୍ୟବସ୍ଥା ରହିଛି। ପରେ ଉକ୍ତ ପଣାକୁ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥାଏ। ମା’ଙ୍କ ନୀତିକାନ୍ତି ସମାପନ ପରେ ମଧ୍ୟାହ୍ନରେ ଅନ୍ନପ୍ରସାଦ, ଖିରି ଖେଚୁଡ଼ି ଓ ବିଭିନ୍ନ ବ୍ୟଞ୍ଜନରେ ପ୍ରସ୍ତୁତ ପ୍ରସାଦ ଲାଗି କରାଯାଇଥାଏ। ପରେ ଠିକ୍‌ ଦିନ ଗୋଟାଏରେ ମା’ଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବେଶରେ ବିମାନରେ ବସାଯାଇଥାଏ। ନିକଟସ୍ଥ କୋଚିଳା ଗ୍ରାମର ହୁରିଆ ସେବାୟତମାନଙ୍କ ଦ୍ୱାରା ଝାଞ୍ଜ ମୃଦଙ୍ଗ, କାହାଳୀ, ଘଣ୍ଟଘଣ୍ଟା ବିରାଟ ପଟୁଆରରେ ବିମାନ ୭ ଥର ମନ୍ଦିର ବେଢ଼ା ପରିକ୍ରମା କରାଯାଇଥାଏ। ପରେ ମନ୍ଦିର ସମ୍ମୁଖରେ ମା’ଙ୍କ ବିମାନ ଅବସ୍ଥାନ କରାଯାଇଥାଏ। ମା’ଙ୍କ ବିମାନ ସମ୍ମୁଖରେ ୨ ଫୁଟ୍‌ ପ୍ରସ୍ଥ ୧୨ ଫୁଟ ଲମ୍ବ ବିଶିଷ୍ଟ ଏକ ଗର୍ତ୍ତ ମଧ୍ୟରେ ରଡ଼ ନିଆଁରେ ମାନସିକଧାରୀ ରାଉଳ, ପାଟୁଆମାନେ ଖାଲି ପାଦରେ ୭ ଥର ଚାଲିବାର ପରମ୍ପରା ରହିଛି। ଏହି ସମୟରେ ମା’ଙ୍କ ବିମାନ ସମ୍ମୁଖରେ ମାନସିକଧାରୀମାନେ ଏକବର୍ଣ୍ଣ କୁକୁଡ଼ାଗୁଡ଼ିକ ଉଡ଼ାଇଥାନ୍ତି। ବର୍ଷକରେ ଥରେ ଏହି ଝାମୁଯାତ୍ରା ଦର୍ଶନ କରିବା ପାଇଁ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଦିନ ଥିଲା ମା’ଙ୍କ ପୀଠରେ ମେଣ୍ଢା, ବୋଦା ବଳିରେ ରକ୍ତ ରଞ୍ଜିତ ହେଉଥିଲା। ପ୍ରଶାସନର କଟକଣା ଲାଗୁ ହେବା ପରେ ପୀଠରେ ବଳି ପ୍ରଥା ବନ୍ଦ ରହିଛି। ମା’ଙ୍କ ପୀଠରେ ମୁଖ୍ୟ ଭୋଗ ଭାବେ ଆମିଷ ଘାଣ୍ଟ ଲାଗି ହେବାର ବିଶେଷତ୍ୱ ରହିଛି। ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଗଲେ ଜାଲରେ ପଡ଼ିଥିବା ପ୍ରଥମ ମାଛକୁ ମା’ଙ୍କ ନିକଟରେ ସମର୍ପଣ କରିବା ବିଧି ରହିଛି। ଅପରପକ୍ଷରେ ଏହି ପୀଠରେ ଝାମୁଯାତ୍ରାରେ ଜମ୍ବୁ ସାମୁଦ୍ରିକ ଥାନା ଓ ମହାକାଳପଡ଼ା ଥାନା ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?