Advertisement

ତୁରନ୍ତ ଖେରସନ୍‌ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ

କିଭ୍‌,୪।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ତୀବ୍ର ହେବାରେ ଲାଗିଛି। ଇତିମଧ୍ୟରେ ଖେରସନ୍‌ରେ ମୁତୟନ ହୋଇଥିବା ରୁଷିଆ ଅଧିକାରୀ ନାଗରିକଙ୍କୁ ତୁରନ୍ତ ସହର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମସ୍କୋ ପକ୍ଷରୁ ନିଯୁକ୍ତ ହୋଇଥିବା ଅଧିକାରୀ କିରିଲ ଷ୍ଟ୍ରେମୋସୋଭଙ୍କ ଏକ ରେକର୍ଡ ହୋଇଥିବା ଭିଡିଓ ଗୁରୁବାର ଟେଲିଗ୍ରାମରେ ଶେୟାର କରାଯାଇଥିଲା। ଯେଉଁଥିରେ ରାସ୍ତାଘାଟ ଓ ସୁପରମାର୍କେଟରେ ଲୋକଙ୍କୁ ଦେଖାଯାଇଥିଲା। ଏହି ଭିଡିଓ ମାଧ୍ୟମରେ ଷ୍ଟ୍ରେମୋସୋଭ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ସୁରକ୍ଷା ଏବଂ ଗୁଳିବିନିମୟ ବିଷୟରେ ଆମର ସମସ୍ତ ଅନୁରୋଧକୁ ଅଣଦେଖା କରିଛନ୍ତି, ସେମାନଙ୍କୁ ପୁଣି ଥରେ ମନେ ପକାଇଦେବାକୁ ଚାହୁଁଛି ଯେ, ବର୍ତ୍ତମାନର ପରିସ୍ଥିତି ଭଲ ନାହିଁ। ଏଥିସହ ରୁଷିଆ ରାଜ୍ୟ ଟେଲିଭିଜନକୁ ମଧ୍ୟ କହିଛନ୍ତି, ସମସ୍ତ ୟୁକ୍ରେନ ଆକ୍ରମଣକୁ ପ୍ରତ୍ୟାହାର କରାଯାଇଛି। ୟୁକ୍ରେନର ପ୍ରତିଶୋଧ ପରାୟଣ ହେବା ପରେ ହଜାର ହଜାର ସାଧାରଣ ନାଗରିକ ଖେରସନ୍‌ ସହରରୁ ସ୍ଥାନାନ୍ତର ହୋଇଛନ୍ତି। ସ୍ଥାନୀୟ ସରକାର ପ୍ରତ୍ୟାହାର କରିବାର ଏକ ସପ୍ତାହ ପରେ ଗୁରୁବାର ରୁଷିଆ କର୍ତ୍ତୃପକ୍ଷ ସେମାନଙ୍କ ଦେଶର ପତାକାକୁ ମଧ୍ୟ ହଟାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରୁ କମିଲା ଦିନ

ନୂଆଦିଲ୍ଲୀ, ୧ା୮: ପୃଥିବୀ ନିଜ କକ୍ଷପଥରେ ଘୂରିବା ସମୟର ପୂର୍ବ ରେକର୍ଡକୁ ଭାଙ୍ଗିଛି। ୨୦୨୦ ଜୁଲାଇ ୧୯ରେ ୨୪ ଘଣ୍ଟାରୁ ୧.୪୭ ମିଲିସେକେଣ୍ଡ କମ୍‌ ଅବଧିରେ...

ନିର୍ମାଣସ୍ଥଳୀରେ ନିଆଁ: ୩୮ ମୃତ

ସିଓଲ,୩୦ା୪: ଦକ୍ଷିଣ କୋରିଆ ରାଜଧାନୀ ନିକଟ ଏକ ନିର୍ମାଣସ୍ଥଳୀରେ ବୁଧବାର ନିଆଁଲାଗି ୩୮ ଜଣଙ୍କ ଜୀବନ ଯାଇଛି। ଓ୍ବେର୍‌ହାଉସ ପରିସରରେ ଅଧିକ ଲୋକ ଫସିରହିଥିବାରୁ ମୃତ୍ୟୁସଂଖ୍ୟା...

ଏହି ହୋଟେଲରେ ଯାଆଁଳାମାନେ ପରଷନ୍ତି ଖାଦ୍ୟ…

ମସ୍କୋରେ ରହିଛି ଏକ ହୋଟେଲ। ଏଠାରେ ଖାଦ୍ୟ ପରଷୁଥିବା ସମସ୍ତ କର୍ମଚାରୀ ମହିଳା ଏବଂ ଯାଆଁଳା। ହୋଟେଲ ପକ୍ଷରୁ ଯାଆଁଳା ଭଉଣୀମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥାଏ।...

ଏହି ଚାଉଳ ଖାଇଲେ ବଢ଼େ ଡାଇବେଟିସ୍‌…

ଧଳା ଚାଉଳ ଭାତ ଖାଇବାକୁ କେତେକ ଭଲ ପାଆନ୍ତି। ଏହା ରୁଚିକର। କିନ୍ତୁ ଧଳା ଚାଉଳ ଡାଇବେଟିସ୍‌ ଟାଇପ୍‌-୨ ବୃଦ୍ଧି କରିଥାଏ। ଦିନକୁ ୧୬୦ ଗ୍ରାମ୍‌...

ନ୍ୟୁକ୍ଲିୟର ପ୍ଲାଣ୍ଟରେ ରୁଷିଆର କବ୍‌ଜା ପରେ ୟୁଏନ୍‌ ଡକାଇଲା ଜରୁରୀକାଳୀନ ବୈଠକ

ଲଣ୍ଡନ,୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ନବମ ଦିନରେ ପହଞ୍ଚିଛି। ବେଳକୁ ବେଳ ୨ଦେଶ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି।...

ଗେଟ୍ସ ଫାଉଣ୍ଡେଶନରୁ ଓ୍ବାରେନ୍‌ଙ୍କ ଇସ୍ତଫା

ଓ୍ବାଶିଂଟନ୍‌, ୨୪ା୬: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଗତ ମାସରେ ଛାଡ଼ପତ୍ର ଘୋଷଣା କରିବା ପରେ ବିଶ୍ୱର ସର୍ବବୃହତ୍‌ ଦାତବ୍ୟ...

ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଇସ୍‌ଲାମାବାଦ,୨୮।୩: ପାକିସ୍ତାନ ବିରୋଧୀ ଦଳ ନେତା ତଥା ପିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ଶେହବାଜ ଶରିଫ୍‌ ସୋମବାର ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ...

ମୋଦିଙ୍କୁ ‘ଟେରିଫିକ୍‌’ ବୋଲି କହିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ‘ଟେରିଫିକ୍‌’ ବୋଲି କହିଛନ୍ତି। ଭାରତ ପକ୍ଷରୁ ଆମେରିକାକୁ ଆଣ୍ଟି ମ୍ୟାଲେରିଆ ଡ୍ରଗ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌...

Advertisement
Archives

Model This Week