ନୂଆଦିଲ୍ଲୀ,୧୬।୧୨: ଆଇଆଇଟି ଏବଂ ଜେଇଇ ମେନ୍ସ ୨୦୨୧ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ୨୩ରୁ ୨୬ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ହେବ। ଏଥି ସହିତ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ଅନ୍ୟ ୩ଟି ପର୍ଯ୍ୟାୟ ଅନୁଷ୍ଠିତ ହେବ। ୧୩ଟି ଭାଷାରେ ଏହି ପରୀକ୍ଷା କରାଯିବ। ଏହା ବ୍ୟତୀତ ୧୫ ମାର୍କର ଇଚ୍ଛାଧୀନ ପ୍ରଶ୍ନରେ କୌଣସି ମାଇନସ ମାର୍କିଂ ହେବ ନାହିଁ। ନିଶଙ୍କ କହିଛନ୍ତି ଯେ ଏହି ପରୀକ୍ଷା ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ୪ଥର ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ସେମାନଙ୍କ ସୁବିଧା ଅନୁଯାୟୀ ଯେକୌଣସି ସମୟରେ ଯୋଗଦାନ କରିପାରିବେ। ଅନ୍ୟ କୌଣସି ସୂଚନା ଅଫିସିଆଲ ୱେବସାଇଟ jeemain.nta.nic.inରେ ପ୍ରକାଶ ପାଇବ। ପ୍ରାର୍ଥୀମାନେ ଏହାକୁ ଯାଞ୍ଚ କରିପାରିବେ।