ହବିଷିଆଳିଙ୍କ ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ଅଫିସ,୧୧।୯: ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଉ ମାସେ ପରେ କାର୍ତ୍ତିକ ମାସ ଆରମ୍ଭ ହେବ। ତେବେ ୨ ବର୍ଷ ପରେ ଚଳିତବର୍ଷ କାର୍ତ୍ତିକ ମାସରେ ଅଧିକ ସଂଖ୍ୟାରେ ହବିଷିଆଳି ପୁରୀକୁ ଆସିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। କାର୍ତ୍ତିକରେ ରାଈଦାମୋଦର ବ୍ରତ ପାଳନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। କରୋନା ଯୋଗୁ ଗତ ୨ବର୍ଷ ଧରି ରାଜ୍ୟ ସରକାରଙ୍କ ଦ୍ୱାରା ଏହି ବ୍ୟବସ୍ଥା ବନ୍ଦ ଥିବାବେଳେ ଚଳିତବର୍ଷ ପୁଣି କାର୍ଯ୍ୟକାରୀ ହେଉଛି। ହବିଷିଆଳିମାନେ ରହିବା ପାଇଁ ସ୍ଥାୟୀ କୋଠାର ବ୍ୟବସ୍ଥା ହୋଇଥିବା ବେଳେ ଦୈନିକ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ହବିଷିଆଳିମାନେ ବିନା ମୂଲ୍ୟରେ ଏହି ସୁବିଧା ପାଇପାରିବେ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି। ଏ ନେଇ ପଞ୍ଜୀକରଣ ଆସନ୍ତା ୧୩ ତାରିଖରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କର ଏହି ଯୋଜନାର ସୁବିଧା ପାଇବାକୁ ଚାହୁଁଥିବା ହବିଷିଆଳିମାନେ ପଞ୍ଜୀକରଣ କରିବେ। ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କିମ୍ବା ହ୍ବାଟ୍ସଆପ୍‌ ନମ୍ବର(୯୪୩୭୩୩୩୮୨୩)ରେ ଯୋଗାଯୋଗ କରି ପଞ୍ଜୀକରଣ କରିପାରିବେ। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ସର୍ବସାଧାରଣଙ୍କୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ ପ୍ରସ୍ତୁତି ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ୨୫୦୦ରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ରହଣି, ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଉଛି। ପଞ୍ଜୀକରଣ ସଂଖ୍ୟା ସ୍ପଷ୍ଟ ହେବା ପରେ ପ୍ରସ୍ତୁତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ସମ୍ପ୍ରତି ଆମେ ଅଢ଼େଇ ହଜାର ବୃଦ୍ଧାଙ୍କ ପାଇଁ ବ୍ୟବସ୍ଥା କରୁଛୁ। ଜିଲା ପ୍ରଶାସନ ତରଫରୁ ଏମାନଙ୍କ ପାଇଁ ନରେନ୍ଦ୍ରପୋଖରୀ ନିକଟରେ ହୋଇଥିବା ଏକ ସ୍ବତନ୍ତ୍ର କୋଠାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶାସନ ଏମାନଙ୍କ ଯାତାୟାତ ମଧ୍ୟ ବିନା ମୂଲ୍ୟରେ ଯୋଗାଇଦେବ। ପ୍ରତ୍ୟହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ ଯାନର ବ୍ୟବସ୍ଥା କରାଯିବ। ହବିଷିଆଳିମାନେ ଏହି ଯାନରେ ଶ୍ରୀମନ୍ଦିର ଯାଇପାରିବେ। ସେହିଭଳି ଭଜନ କୀର୍ତ୍ତନର ବ୍ୟବସ୍ଥା ମଧ୍ୟ କରାଯିବ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟକ୍ତିମାନେ ପଞ୍ଜିକରଣ କରିନିଅନ୍ତୁ। ଉକ୍ତ ସମୟ ପରେ ପଞ୍ଜୀକରଣ କରାଯିବ ନାହିଁ। ସେହିଭଳି କରୋନା ପୂର୍ବ ବର୍ଷ ଜିଲା ପ୍ରଶାସନ ସଫଳ ଭାବେ ଏହି ଯୋଜନାକୁ ପରିଚାଳିତ କରିଥିଲା। କରୋନା ଆଶଙ୍କା ହଟିଯାଇଥିବା ହେତୁ ଚଳିତବର୍ଷ ଅଧିକ ହବିଷିଆଳି ପୁରୀ ଆସିବା ନେଇ ଜିଲା ପ୍ରଶାସନ ଆକଳନ କରୁଛି। ହବିଷିଆଳି କୋଠାରେ ଯଥେଷ୍ଟ ପରିମାଣର ହବିଷିଆଳି ରହିବା ନେଇ ବ୍ୟବସ୍ଥା ହୋଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ରହଣି ବ୍ୟବସ୍ଥା ମଧ୍ୟ କରିବୁ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?