ହବିଷିଆଳିଙ୍କ ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ଅଫିସ,୧୧।୯: ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଉ ମାସେ ପରେ କାର୍ତ୍ତିକ ମାସ ଆରମ୍ଭ ହେବ। ତେବେ ୨ ବର୍ଷ ପରେ ଚଳିତବର୍ଷ କାର୍ତ୍ତିକ ମାସରେ ଅଧିକ ସଂଖ୍ୟାରେ ହବିଷିଆଳି ପୁରୀକୁ ଆସିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। କାର୍ତ୍ତିକରେ ରାଈଦାମୋଦର ବ୍ରତ ପାଳନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। କରୋନା ଯୋଗୁ ଗତ ୨ବର୍ଷ ଧରି ରାଜ୍ୟ ସରକାରଙ୍କ ଦ୍ୱାରା ଏହି ବ୍ୟବସ୍ଥା ବନ୍ଦ ଥିବାବେଳେ ଚଳିତବର୍ଷ ପୁଣି କାର୍ଯ୍ୟକାରୀ ହେଉଛି। ହବିଷିଆଳିମାନେ ରହିବା ପାଇଁ ସ୍ଥାୟୀ କୋଠାର ବ୍ୟବସ୍ଥା ହୋଇଥିବା ବେଳେ ଦୈନିକ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ହବିଷିଆଳିମାନେ ବିନା ମୂଲ୍ୟରେ ଏହି ସୁବିଧା ପାଇପାରିବେ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି। ଏ ନେଇ ପଞ୍ଜୀକରଣ ଆସନ୍ତା ୧୩ ତାରିଖରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କର ଏହି ଯୋଜନାର ସୁବିଧା ପାଇବାକୁ ଚାହୁଁଥିବା ହବିଷିଆଳିମାନେ ପଞ୍ଜୀକରଣ କରିବେ। ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କିମ୍ବା ହ୍ବାଟ୍ସଆପ୍‌ ନମ୍ବର(୯୪୩୭୩୩୩୮୨୩)ରେ ଯୋଗାଯୋଗ କରି ପଞ୍ଜୀକରଣ କରିପାରିବେ। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ସର୍ବସାଧାରଣଙ୍କୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ ପ୍ରସ୍ତୁତି ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ୨୫୦୦ରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ରହଣି, ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଉଛି। ପଞ୍ଜୀକରଣ ସଂଖ୍ୟା ସ୍ପଷ୍ଟ ହେବା ପରେ ପ୍ରସ୍ତୁତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ସମ୍ପ୍ରତି ଆମେ ଅଢ଼େଇ ହଜାର ବୃଦ୍ଧାଙ୍କ ପାଇଁ ବ୍ୟବସ୍ଥା କରୁଛୁ। ଜିଲା ପ୍ରଶାସନ ତରଫରୁ ଏମାନଙ୍କ ପାଇଁ ନରେନ୍ଦ୍ରପୋଖରୀ ନିକଟରେ ହୋଇଥିବା ଏକ ସ୍ବତନ୍ତ୍ର କୋଠାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶାସନ ଏମାନଙ୍କ ଯାତାୟାତ ମଧ୍ୟ ବିନା ମୂଲ୍ୟରେ ଯୋଗାଇଦେବ। ପ୍ରତ୍ୟହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ ଯାନର ବ୍ୟବସ୍ଥା କରାଯିବ। ହବିଷିଆଳିମାନେ ଏହି ଯାନରେ ଶ୍ରୀମନ୍ଦିର ଯାଇପାରିବେ। ସେହିଭଳି ଭଜନ କୀର୍ତ୍ତନର ବ୍ୟବସ୍ଥା ମଧ୍ୟ କରାଯିବ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟକ୍ତିମାନେ ପଞ୍ଜିକରଣ କରିନିଅନ୍ତୁ। ଉକ୍ତ ସମୟ ପରେ ପଞ୍ଜୀକରଣ କରାଯିବ ନାହିଁ। ସେହିଭଳି କରୋନା ପୂର୍ବ ବର୍ଷ ଜିଲା ପ୍ରଶାସନ ସଫଳ ଭାବେ ଏହି ଯୋଜନାକୁ ପରିଚାଳିତ କରିଥିଲା। କରୋନା ଆଶଙ୍କା ହଟିଯାଇଥିବା ହେତୁ ଚଳିତବର୍ଷ ଅଧିକ ହବିଷିଆଳି ପୁରୀ ଆସିବା ନେଇ ଜିଲା ପ୍ରଶାସନ ଆକଳନ କରୁଛି। ହବିଷିଆଳି କୋଠାରେ ଯଥେଷ୍ଟ ପରିମାଣର ହବିଷିଆଳି ରହିବା ନେଇ ବ୍ୟବସ୍ଥା ହୋଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ରହଣି ବ୍ୟବସ୍ଥା ମଧ୍ୟ କରିବୁ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ରେ ଲଘୁଚାପ, ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୬ା୯(ବ୍ୟୁରୋ)-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ...

ବିଜେଡି ସର୍ବଦା କୃଷକଙ୍କ ସହ ରହିଛି: ସସ୍ମିତ

ଭୁବନେଶ୍ୱର,୮।୧୨(ବ୍ୟୁରୋ): କୃଷକ ମାନଙ୍କର ମୁଖ୍ୟ ସମସ୍ୟା ଏବଂ ସେମାନଙ୍କର ଆଶଙ୍କା ଦୂର କରିବା ଆବଶ୍ୟକ। ଆସନ୍ତା ୯ ତାରିଖରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ...

ଚେକଡ୍ୟାମ ଭୁଶୁଡିଲା:୩୦୦ ହେକ୍ଟର ଜମିକୁ ପ୍ରଭାବିତ

ସିନାପାଲି,୧୧।୮(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲି ବ୍ଲକସ୍ଥିତ ଖଇରପଦର ତଲଝରିଆ ନାଳ ଚେକ୍‌ଡ୍ୟାମ ଭୁଶୁଡି ପଡ଼ିଛି। ଏଥିଯୋଗୁ ୫୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ପ୍ରାୟ ୩୦୦ ହେକ୍ଟର ଜମି...

ଲଗାଣବର୍ଷା ଆଣିଲା ଦୁଃଖ: ୭୫୦ ହେକ୍ଟର ଚାଷ ଜମି ଜଳମଗ୍ନ

ଢେଙ୍କାନାଳ ଅଫିସ, ୨୬।୧୦ – ଲଘୁଚାପଜନିତ ଲଗାଣ ବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି। ଧାନ ବାହାରିବା ସମୟରେ ଜଳମଗ୍ନ ହୋଇପଡ଼ିଛି...

ସେତୁ ନ ହେଲେ ଭୋଟ୍‌ ବର୍ଜନ

ଖୋର୍ଦ୍ଧା ଅଫିସ,୨୩ା୧: ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମିତି ଗାଁ ଅଛି, ଯେଉଁଠି ଲୋକେ...

ଗଞ୍ଜାମରେ ଶଟ୍‌ଡାଉନ ନିୟମ ପରିବର୍ତ୍ତନ, ଲକ୍‌ଡାଉନ କଟକଣା କୋହଳ; ବ୍ୟବସାୟୀ ଅସନ୍ତୁଷ୍ଟ

ଗଞ୍ଜାମ,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯାଇଛି।ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଏନ୍‌ଏସି...

୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ହୋଇଛି। ଏ ନେଇ...

ଭୁବନେଶ୍ୱର ୪ନଂ. ମାର୍କେଟ୍‌ ସିଲ୍‌

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ଭୁବନେଶ୍ୱରର ୪ନଂ. ମାର୍କେଟ୍‌ ସିଲ୍‌। ଗୁରୁବାର ଉକ୍ତ ଅଞ୍ଚଳରୁ କ୍ରମାଗତ ଭାବେ ୭ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ...

Advertisement
Archives

Model This Week