ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ

ଭୁବନେଶ୍ୱର/ବାଲେଶ୍ୱର, ୨୪।୭ (ଅନୁରାଧା ମହାରଣା /ମାନସ ବିଶ୍ୱାଳ): ଗତ ୧୬ ତାରିଖରେ ହୋଇଥିବା ଜେଇ ସିଭିଲ ମେନ୍‌ ପରୀକ୍ଷାକୁ ରଦ୍ଦ କରାଯାଇଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନ (ଓଏସ୍‌ଏସ୍‌ସି) ଅଧ୍ୟକ୍ଷ ଅଭୟ ରବିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଅଭିଯୋଗର ତଦନ୍ତ କରି ବାଲେଶ୍ୱର ଏସ୍‌ପି ସାଗରିକା ନାଥ ଦେଇଥିବା ରିପୋର୍ଟ ଅନୁସାରେ ଏହି ପରୀକ୍ଷାକୁ ରଦ୍ଦ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସାନି ପରୀକ୍ଷା ହେବା ନେଇ ଓଏସ୍‌ଏସ୍‌ସି ପକ୍ଷରୁ କୁହାଯାଇଛି। ରବିବାର ଅପରାହ୍ନରେ ଏସ୍‌ପି ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସାଗରିକା ସୂଚନା ଦେଇଛନ୍ତି ଯେ, ଗତ ୧୬ତାରିଖରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗରେ ସହଦେବଖୁଣ୍ଟା ଥାନାରେ ଏକ ମାମଲା ରୁଜୁ କରାଯାଇ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପ୍ରାଥମିକ ତଦନ୍ତବେଳେ ଅଭିଯୁକ୍ତ ଓ ପରୀକ୍ଷାର୍ଥୀମାନଙ୍କ ମତରେ ତାଳମେଳ ରହୁ ନ ଥିଲା। ଏହାକୁ ଭିତ୍ତି କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିଲା। ଏପରି କି ଆସନ୍ତା ଦିନରେ ହେବାକୁ ଥିବା କିଛି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇପାରେ ବୋଲି ପୂର୍ବରୁ ଓଏସ୍‌ଏସ୍‌ସିରୁ ଏକ ଜେନେରାଲ ଆଲର୍ଟ ମେସେଜ୍‌ ଆସିଥିଲା। ତେଣୁ ଏହାକୁ ରୋକିବା ପାଇଁ ବାଲେଶ୍ୱର ପୋଲିସର ଲୋକାଲ ଇଣ୍ଟେଲିଜେନ୍ସି ଗ୍ରୁପ୍‌କୁ ଆଲର୍ଟ କରାଯାଇଥିଲା। ତଦନ୍ତ ସମୟରେ ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ଏବଂ ମୂଳ ପ୍ରଶ୍ନପତ୍ର ମେଳ ଖାଉଥିବା ଜଣାପଡ଼ିଛି। ତେଣୁ ପରୀକ୍ଷା ପୂର୍ବରୁ କେତେଜଣ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା ସେ ସମ୍ପର୍କିତ ରିପୋର୍ଟ ଓଏସ୍‌ଏସ୍‌ସିକୁ ପ୍ରଦାନ କରାଯାଇଛି ବୋଲି ନାଥ କହିଥିଲେ। ଏଥିସହ ଏହି ର଼୍ୟାକେଟରେ ଓଡ଼ିଶାରୁ ଯେଉଁମାନେ ସାମିଲ ଅଛନ୍ତି, ସେମାନେ ମିଡିଲ୍‌ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ। ଏହାର ମୁଖ୍ୟ ବା ମାଷ୍ଟରମାଇଣ୍ଡ ରାଜ୍ୟ ବାହାରେ ରହିଛନ୍ତି। ସେଥିପାଇଁ ଆମର ଟିମ୍‌ ବିଭିନ୍ନ ରାଜ୍ୟରେ ଅଧିକ ତଦନ୍ତ ଜାରି ରଖିଛନ୍ତି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ଚଳିତ ମାସ ୨୧ ତାରିଖରେ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବାରୁ ପୂର୍ବରୁ ସେମାନେ ମଧ୍ୟପ୍ରଦେଶ, ଦିଲ୍ଲୀ, ବିହାରର କିଛି ମାମଲାରେ ସାମିଲ ଅଛନ୍ତି। ସେମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି। ଅଭିଯୁକ୍ତମାନେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କରି ପରୀକ୍ଷାର୍ଥୀଙ୍କୁ ଦେଉଥିଲେ। ପେପର ଦେବା ପରେ ୫୦% ଟଙ୍କା ଏବଂ ମନୋନୀତ ହେବା ପରେ ବାକି ଟଙ୍କା ନେଉଥିଲେ। ଏହି ସ୍କାମ୍‌ରେ ସମ୍ପୃକ୍ତ ମୋଟ୍‌ ୯ଜଣ ଓଡ଼ିଶା ରାଜ୍ୟର ଭୁବନେଶ୍ୱରରୁ ଏମ୍‌ଡି ସମିରୁଦ୍ଦିନ, ମୁସ୍ତାଖିନ ଖାଁ, ସାଇନା ପରବିନ୍‌ ଓ ଖୋର୍ଦ୍ଧା ଅଞ୍ଚଳରୁ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ଗିରଫ କରାଯିବା ସହ ବିହାର ରାଜ୍ୟର ଅଜୟ କୁମାର, ବିଜେନ୍ଦ୍ର କୁମାର, ରାଜ କୁମାର ଓ ଦୀପକ କୁମାର ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣା ଅଞ୍ଚଳର ଏମ୍‌ଡ଼ି.କେ.ସିଦ୍ଦିକଙ୍କୁ ଗିରଫ କରାଯାଇଛି ବୋଲି ସ୍ବୀକାର କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri