ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ

ଭୁବନେଶ୍ୱର/ବାଲେଶ୍ୱର, ୨୪।୭ (ଅନୁରାଧା ମହାରଣା /ମାନସ ବିଶ୍ୱାଳ): ଗତ ୧୬ ତାରିଖରେ ହୋଇଥିବା ଜେଇ ସିଭିଲ ମେନ୍‌ ପରୀକ୍ଷାକୁ ରଦ୍ଦ କରାଯାଇଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନ (ଓଏସ୍‌ଏସ୍‌ସି) ଅଧ୍ୟକ୍ଷ ଅଭୟ ରବିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଅଭିଯୋଗର ତଦନ୍ତ କରି ବାଲେଶ୍ୱର ଏସ୍‌ପି ସାଗରିକା ନାଥ ଦେଇଥିବା ରିପୋର୍ଟ ଅନୁସାରେ ଏହି ପରୀକ୍ଷାକୁ ରଦ୍ଦ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସାନି ପରୀକ୍ଷା ହେବା ନେଇ ଓଏସ୍‌ଏସ୍‌ସି ପକ୍ଷରୁ କୁହାଯାଇଛି। ରବିବାର ଅପରାହ୍ନରେ ଏସ୍‌ପି ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସାଗରିକା ସୂଚନା ଦେଇଛନ୍ତି ଯେ, ଗତ ୧୬ତାରିଖରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗରେ ସହଦେବଖୁଣ୍ଟା ଥାନାରେ ଏକ ମାମଲା ରୁଜୁ କରାଯାଇ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପ୍ରାଥମିକ ତଦନ୍ତବେଳେ ଅଭିଯୁକ୍ତ ଓ ପରୀକ୍ଷାର୍ଥୀମାନଙ୍କ ମତରେ ତାଳମେଳ ରହୁ ନ ଥିଲା। ଏହାକୁ ଭିତ୍ତି କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିଲା। ଏପରି କି ଆସନ୍ତା ଦିନରେ ହେବାକୁ ଥିବା କିଛି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇପାରେ ବୋଲି ପୂର୍ବରୁ ଓଏସ୍‌ଏସ୍‌ସିରୁ ଏକ ଜେନେରାଲ ଆଲର୍ଟ ମେସେଜ୍‌ ଆସିଥିଲା। ତେଣୁ ଏହାକୁ ରୋକିବା ପାଇଁ ବାଲେଶ୍ୱର ପୋଲିସର ଲୋକାଲ ଇଣ୍ଟେଲିଜେନ୍ସି ଗ୍ରୁପ୍‌କୁ ଆଲର୍ଟ କରାଯାଇଥିଲା। ତଦନ୍ତ ସମୟରେ ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ଏବଂ ମୂଳ ପ୍ରଶ୍ନପତ୍ର ମେଳ ଖାଉଥିବା ଜଣାପଡ଼ିଛି। ତେଣୁ ପରୀକ୍ଷା ପୂର୍ବରୁ କେତେଜଣ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା ସେ ସମ୍ପର୍କିତ ରିପୋର୍ଟ ଓଏସ୍‌ଏସ୍‌ସିକୁ ପ୍ରଦାନ କରାଯାଇଛି ବୋଲି ନାଥ କହିଥିଲେ। ଏଥିସହ ଏହି ର଼୍ୟାକେଟରେ ଓଡ଼ିଶାରୁ ଯେଉଁମାନେ ସାମିଲ ଅଛନ୍ତି, ସେମାନେ ମିଡିଲ୍‌ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ। ଏହାର ମୁଖ୍ୟ ବା ମାଷ୍ଟରମାଇଣ୍ଡ ରାଜ୍ୟ ବାହାରେ ରହିଛନ୍ତି। ସେଥିପାଇଁ ଆମର ଟିମ୍‌ ବିଭିନ୍ନ ରାଜ୍ୟରେ ଅଧିକ ତଦନ୍ତ ଜାରି ରଖିଛନ୍ତି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ଚଳିତ ମାସ ୨୧ ତାରିଖରେ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବାରୁ ପୂର୍ବରୁ ସେମାନେ ମଧ୍ୟପ୍ରଦେଶ, ଦିଲ୍ଲୀ, ବିହାରର କିଛି ମାମଲାରେ ସାମିଲ ଅଛନ୍ତି। ସେମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି। ଅଭିଯୁକ୍ତମାନେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କରି ପରୀକ୍ଷାର୍ଥୀଙ୍କୁ ଦେଉଥିଲେ। ପେପର ଦେବା ପରେ ୫୦% ଟଙ୍କା ଏବଂ ମନୋନୀତ ହେବା ପରେ ବାକି ଟଙ୍କା ନେଉଥିଲେ। ଏହି ସ୍କାମ୍‌ରେ ସମ୍ପୃକ୍ତ ମୋଟ୍‌ ୯ଜଣ ଓଡ଼ିଶା ରାଜ୍ୟର ଭୁବନେଶ୍ୱରରୁ ଏମ୍‌ଡି ସମିରୁଦ୍ଦିନ, ମୁସ୍ତାଖିନ ଖାଁ, ସାଇନା ପରବିନ୍‌ ଓ ଖୋର୍ଦ୍ଧା ଅଞ୍ଚଳରୁ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ଗିରଫ କରାଯିବା ସହ ବିହାର ରାଜ୍ୟର ଅଜୟ କୁମାର, ବିଜେନ୍ଦ୍ର କୁମାର, ରାଜ କୁମାର ଓ ଦୀପକ କୁମାର ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣା ଅଞ୍ଚଳର ଏମ୍‌ଡ଼ି.କେ.ସିଦ୍ଦିକଙ୍କୁ ଗିରଫ କରାଯାଇଛି ବୋଲି ସ୍ବୀକାର କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri