କ୍ଷତି ଭାରତର, ଲାଭ ଚାଇନାର

ମଣିପୁର ହିଂସା ଓ ମହିଳାଙ୍କ ଉପରେ ଘଟିଥିବା ବର୍ବରୋଚିତ କାଣ୍ଡ କେବଳ ଭାରତ ନୁହେଁ, ବିଦେଶୀ ଗଣମାଧ୍ୟମରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ କ୍ଷମତାସୀନ ହେବା ପରଠାରୁ ସରକାରୀ ଭାବେ ପ୍ରଚାର କରାଯାଉଛି ଯେ, ଭାରତକୁ ସେ ଦେଇଥିବା ନେତୃତ୍ୱ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି। ତାଙ୍କ ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଭାରତକୁ ବିଶ୍ୱ ଦରବାରରେ ଏତେମାତ୍ରାରେ ପହଞ୍ଚାଇପାରି ନ ଥିଲେ ବୋଲି କୁହାଯାଉଛି। ହେଲେ ମଣିପୁରରେ ମେ ୪ରେ ମହିଳାଙ୍କ ପ୍ରତି ଘଟିଥିବା ଅମାନୁଷିକ ଘଟଣାର ଭିଡିଓ ଦୀର୍ଘ ଦୁଇ ମାସ ପରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ଦେଶବାସୀଙ୍କୁ କିଭଳି ଶାସନ ଭେଟି ଦେଇଛି ତାହା ଏବେ ସ୍ପଷ୍ଟ ବୁଝାପଡ଼ୁଛି। ବିଗତ ୯ ବର୍ଷରେ ଭାଜପା ସରକାର ଯେଉଁ କ୍ଷତି ଘଟାଇଛି ତାହା ପୂର୍ବରୁ ଦେଶ ଆଉ କାହା ନେତୃତ୍ୱରେ ଏଭଳି ଭୋଗି ନ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଲାଣି। କେନ୍ଦ୍ର ଓ ମଣିପୁରରେ ଭାଜପା ସରକାର ଚାଲିଥିବାରୁ ହିଂସାକୁ ରୋକିବା ତ ଦୂରର କଥା, ପ୍ରଧାନମନ୍ତ୍ରୀ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେବା ବେଳେ ଦେଶର କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଘଟୁଥିବା ଦୁର୍ବ୍ୟବହାର ବିଷୟରେ ପ୍ରକାଶ କରିବା ତାଙ୍କ ସଂକୀର୍ଣ୍ଣ ରାଜନୈତିକ ଚିନ୍ତାଧାରାକୁ ପଦାରେ ପକାଇଛି।
ମଣିପୁର ଇତିହାସକୁ ମନେପକାଇଲେ ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ)କୁ ରାଜ୍ୟରୁ ହଟେଇବା ଲାଗି ସାମାଜିକ କର୍ମୀ ଇରୋମ ଶର୍ମିଳା ୧୬ ବର୍ଷ ଧରି ଅନଶନ କରିଥିଲେ। କାରଣ ସେ ଦେଖିଥିଲେ ଯବାନମାନେ ମହିଳାଙ୍କ ଉପରେ କିଭଳି ଅତ୍ୟାଚାର କରୁଥିଲେ। ସେହିପରି ୩୨ ବର୍ଷୀୟା ଥାଙ୍ଗଜାମ ମନୋରମାଙ୍କୁ ଭାରତୀୟ ଅର୍ଦ୍ଧସାମରିକ ବାହିନୀ ୧୭ ଆସାମ ରାଇଫଲ୍ସର ଯବାନମାନେ ୧୧ ଜୁଲାଇ ୨୦୦୪ରେ ବଳାତ୍କାର ପରେ ହତ୍ୟା କରିଥିଲେ। ଏହି ଘଟଣାର ୫ ଦିନ ପରେ ୩୦ ଜଣ ମଧ୍ୟବୟସ୍କା ମହିଳା ଉଲଗ୍ନ ହୋଇ ‘ଭାରତୀୟ ଯବାନ ଆମକୁ ବଳାତ୍କାର କର’ (ଇଣ୍ଡିଆନ୍‌ ଆର୍ମି ରେପ୍‌ ଅସ୍‌) ବ୍ୟାନର ଧରି ଇମ୍ଫାଲରେ ଯାଉଥିବାର ଦୃଶ୍ୟ ଭାରତୀୟଙ୍କୁ ସେତେବେଳେ ବିବ୍ରତ କରିଦେଇଥିଲା। ସେହି ଘଟଣାର ୧୯ ବର୍ଷ ପରେ ଏବେ ଜୁଲାଇରେ ଦୁଇ ଜଣ କୁକି ମହିଳାଙ୍କୁ ମେଇତି ସମ୍ପ୍ରଦାୟର ଅସଂଖ୍ୟ ଲୋକ ଉଲଗ୍ନ ପରେଡ୍‌ କରାଇବାର ଭିଡିଓ ବହୁଳ ପ୍ରସାରିତ ହେବା ଦେଶବାସୀଙ୍କୁ ମର୍ମାହତ କରିଛି। ପୂର୍ବ ଘଟଣାରେ ଶାସକଙ୍କ ଉପରୁ ଆସ୍ଥା ହରାଇଥିବା ମହିଳାମାନେ ଭାରତୀୟ ସେନାର କାର୍ଯ୍ୟକୁ ନିନ୍ଦା କରି ଉଲଗ୍ନ ପ୍ରତିବାଦ କରିଥିଲେ। ବର୍ତ୍ତମାନର ଘଟଣା ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟର ଉତ୍ତ୍ୟକ୍ତ ଜନତା ସଂଖ୍ୟାଲଘୁ ଦୁଇ କୁକି ମହିଳାଙ୍କ ଉପରେ ଅତ୍ୟାଚାର କରିବା ଦର୍ଶାଇ ଦେଇଛି ସବୁକିଛି ସରକାରୀ ପ୍ରାୟୋଜିତ। ମେ ୪ରେ ଏହି ଘଟଣା ଘଟିବା ଓ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ତାହାକୁ ପୋଲିସ ଗୁରୁତ୍ୱ ନ ଦେବା ଅର୍ଥ ମଣିପୁରର ଶାସନ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିଯାଇଛି। କେବଳ ସେତିକି ନୁହେଁ, ଏହି ଅତ୍ୟାଚାର ସମ୍ପର୍କରେ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା, ଯିଏ ନିଜେ ଭାଜପା ସରକାର ଦ୍ୱାରା ଅବସ୍ଥାପିତ ହୋଇଛନ୍ତି, ତାଙ୍କ ଆୟୋଗ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏନ୍‌ସିଡବ୍ଲ୍ୟୁ ପାଖରେ ଜୁନ୍‌ ୧୨ରେ ଏହି କୁକି ମହିଳାଙ୍କ ପ୍ରତି ଅତ୍ୟାଚାର ସମ୍ପର୍କିତ ଅଭିଯୋଗ ପହଞ୍ଚତ୍ଥିବା ସତ୍ତ୍ୱେ ସବୁ ନୀରବ ରହିଲେ। ଏଥିରୁ ଜଣାପଡ଼ୁଛି, କେନ୍ଦ୍ର ସରକାର କହିପାରିବେନି ତାଙ୍କ ପାଖରେ ତଥ୍ୟ ବା ଖବର ପହଞ୍ଚତ୍ପାରି ନ ଥିଲା। ସେହିପରି ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଗାଦିକୁ ରକ୍ଷା କରିବା ଲାଗି କେନ୍ଦ୍ର ସରକାର ସବୁ ବଳ ଲଗାଇ ଦେଇଥିବା ଭଳି ମନେହେଉଛି। ଯେମିତି ଭାରତୀୟ କୁସ୍ତି ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜ୍‌ ଭୂଷଣ ଶରନ ସିଂଙ୍କ ପାଇଁ ନିକଟରେ ସରକାରୀ ସମର୍ଥନ ଦେଖିବାକୁ ମିଳିଥିଲା। ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେ’ ଶେଷ ଆଡ଼କୁ ମଣିପୁର ଗସ୍ତ କରିଥିଲେ ମଧ୍ୟ ହିଂସାକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆ ନ ଯିବା କେନ୍ଦ୍ରର ନୀରବତାକୁ ସୂଚିତ କରୁଛି।
ଇତିହାସ ପ୍ରମାଣ ଦେଇଛି ଯେ, ହିଂସା ଦ୍ୱାରା କୌଣସି ଲକ୍ଷ୍ୟ ସାଧନ ହୋଇ ନ ଥାଏ। ପୁଣି ଯେତେବେଳେ ଉତ୍ତ୍ୟକ୍ତ ଜନତା ସରକାରଙ୍କ ସମର୍ଥନରେ ଅସ୍ବାଭାବିକ ସ୍ଥିତି ଉପୁଜାଇଥାଆନ୍ତି, ସେତେବେଳେ ଅରାଜକତା ରାଜୁତି କରିଥାଏ। ଏହା ଜଣାଶୁଣା ମଣିପୁର ଏକ ସୀମାନ୍ତ ରାଜ୍ୟ। ଅଳ୍ପ କିଛି ଦୂରତାରେ ମ୍ୟାନ୍‌ମାର (ବର୍ମା) ରହିଛି, ଯେଉଁ ଦେଶର ଶାସକମାନଙ୍କର ଚାଇନା ସହିତ ନିକଟ ଅତୀତରେ ଗଭୀର ସମ୍ପର୍କ ଗଢ଼ିଉଠିଛି। ଏଥିସହିତ ପଡ଼ୋଶୀ ରାଜ୍ୟ ମିଜୋରାମରେ ସାନି ହିଂସା ଦେଖାଦେଲାଣି। ମିଜୋରାମରେ ବସବାସ କରୁଥିବା ବା କାର୍ଯ୍ୟରେ ନିୟୋଜିତ ଥିବା ମେଇତି ସମ୍ପ୍ରଦାୟଙ୍କୁ ସ୍ଥାନୀୟ ମିଜୋ ଓ କୁକିମାନେ ଶତ୍ରୁ ଦୃଷ୍ଟିରେ ଦେଖିଲେଣି। ମିଜୋ ଓ କୁକିମାନେ ଜାତିଗତ ଦୃଷ୍ଟିରୁ ସମ୍ବନ୍ଧରେ ଜଡ଼ିତ। ତେଣୁ ସେଠାରେ କୁକି ସମର୍ଥକମାନେ ସଂଖ୍ୟାଲଘୁ ମେଇତିଙ୍କୁ ଚେତାବନୀ ଦେଲେଣି। ଏଥିରୁ ବୁଝିବାକୁ ହେବ ଯେ, ଉତ୍ତର ପୂର୍ବାଞ୍ଚଳରେ ହିନ୍ଦୁ ଭୋଟ ପାଇଁ ବ୍ୟାକୁଳ ଭାଜପା ଯେଉଁ ନିଆଁ ଲଗାଇଦେଲାଣି ତାହାକୁ ଲିଭାଇବା ପରିସ୍ଥିତିରେ କେହି ଥିଲା ଭଳି ମନେ ହେଉନାହିଁ। ମନେରଖିବାକୁ ହେବ ଯେ, ଏହିସବୁ ଅଞ୍ଚଳରେ ଅନେକ ଦଶନ୍ଧି ଧରି ଉଗ୍ରପନ୍ଥୀମାନେ ବିଚ୍ଛିନ୍ନତାବାଦୀ କାର୍ଯ୍ୟ କରି ଆସୁଥିଲେ। ଅଳ୍ପ କିଛି ବର୍ଷ ହେବ ସେହିସବୁ ଆନ୍ଦୋଳନ ମଉଳି ଆସୁଥିଲା। ସମ୍ଭବତଃ ମଣିପୁରରେ ଚାଲିଥିବା ଭାଜପା ରାଜନୀତି ଦେଶର ଏହି ଅଞ୍ଚଳକୁ ବିପଦମୁହଁକୁ ଠେଲି ଦେଲା। କ୍ଷତି ଭାରତର, ଲାଭ ଚାଇନାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?