Posted inଜାତୀୟ

ଏନଡିଏରେ ସାମିଲ ହେବେ ଜୟନ୍ତ ଚୌଧୁରୀ: ଆରଏଲଡିକୁ ଭାଜପାର ରାଜନୈତିକ ଆମନ୍ତ୍ରଣ, ଚାରଣି ନୁହେଁ ଯେ ଓଲଟି ଯିବୁ ବୋଲି କହିଲେ ଚାରୁ……

ଲକ୍ଷ୍ନୌ,୯।୭ : ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନର ସମୟ ପାଖେଇ ଆସୁଥିବାରୁ ଭାଜପା ଏହାର ସମୀକରଣକୁ ସୁଧାରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ପଶ୍ଚିମ ଉତ୍ତରପ୍ରଦେଶର ରାଜନୀତିରେ ଜୟନ୍ତ ଚୌଧୁରୀଙ୍କୁ କ୍ରମାଗତ ସଙ୍କେତ ମାଧ୍ୟମରେ ନୂତନ ବାର୍ତ୍ତା ଦେବା ପାଇଁ ଭାଜପା ଉଦ୍ୟମ କରୁଛି। ଫଳରେ ଜୟନ୍ତ ଭାଜପାର ନିକଟତର ହେବା ନେଇ କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଛି ଏବଂ ବଡ କଥା ହେଉଛି ବର୍ତ୍ତମାନ ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇବାକୁ ଉଦ୍ୟମ କରାଯାଉନାହିଁ। ଏହି ସମୟରେ, ଭାଜପା ରାଜ୍ୟ ୟୁନିଟ ସଭାପତି ଭୁପେନ୍ଦ୍ର ଚୌଧୁରୀ ଜୟନ୍ତଙ୍କୁ ସ୍ବାଗତ କରି ଏନେଇ ନାନା ଚର୍ଚ୍ଚା କରିବା ପାଇଁ ରାଜନୈତିକ ସମୀକ୍ଷକଙ୍କ ପାଇଁ ଆଉ ଏକ ସୁଯୋଗ ଦେଇଛନ୍ତି।

 

ଏକ ଘରୋଇ ଚ୍ୟାନେଲ ସହ କଥାବାର୍ତ୍ତା କରି ଭାଜପା ରାଜ୍ୟ ସଭାପତି କହିଛନ୍ତି କେଉଁ ଦଳ ସହ ମେଣ୍ଟ କରିବେ, ଏହା କେନ୍ଦ୍ରୀୟ ୟୁନିଟର ନିଷ୍ପତ୍ତିରେ ହେବ। ଏହି ପରିପ୍ରେକ୍ଷୀରେ ଭାଜପାର କେନ୍ଦ୍ରୀୟ ୟୁନିଟ କ‘ଣ ନିଷ୍ପତ୍ତି ନେବେ ସେ ନେଇ ମୋର ଏ ପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ। କିନ୍ତୁ, ମୋ ଦଳର ସଭାପତି ଭାବେ, ମୋ ଦଳର ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ମୁଁ ତାହାକୁ ସ୍ବାଗତ କରିବି। ଯଦି ସେ ଆମ ସହିତ ଆଦର୍ଶଗତ ଭାବରେ ଯୋଗଦେବାକୁ ଚାହାଁନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଜୟନ୍ତ ଚୌଧୁରୀଙ୍କୁ ସ୍ବାଗତ କରିବି। ଯଦି ସେମାନେ ମୋଦିଙ୍କ ନେତୃତ୍ୱରେ କାମ କରିବାକୁ ଚାହାଁନ୍ତି ତେବେ ଏହା ସ୍ବାଗତଯୋଗ୍ୟ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏନସିପି ବିଭାଜନ ପରେ ଆରଏଲଡି ମୁଖ୍ୟ ଜୟନ୍ତ ଭାଜପା ସହ ରାଜନୈତିକ ପଥରେ ଚାଲିବେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଆରଏଲଡି ମୁଖ୍ୟ ଜୟନ୍ତ ଏବଂ ତାଙ୍କ ସ୍ତ୍ରୀ ଚାରୁ ଚୌଧୁରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ସେମାନେ ଭାଜପା କିମ୍ବା ଏନଡିଏରେ ଯୋଗ ଦେଉ ନାହାଁନ୍ତି। ଚାରୁ ଚୌଧୁରୀ ଏକ ଟୁଇଟରେ ଲେଖିଛନ୍ତି ଆମେ ଚାରଣି ନୁହେଁ ଯେ ଓଲଟି ଯିବୁ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?