Posted inଜାତୀୟ

ଜୟଲଲିଥାଙ୍କ ଉତ୍ତରାଧିକାରୀଙ୍କୁ ମିଳିବ ବେଦ ନିଳୟମ୍‌

ଚେନ୍ନାଇ, ୨୫।୧୧: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କ ବାସଭବନ ବେଦ ନିଳୟମ୍‌ରେ ତାଙ୍କ ନାମରେ ଏକ ସ୍ମାରକୀ ନିର୍ମାଣ ଲାଗି ପୂର୍ବରୁ ତାମିଲନାଡୁର ଏଆଇଏଡିଏମ୍‌କେ ସରକାର କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଉକ୍ତ ସମ୍ପତ୍ତିକୁ ୩ ସପ୍ତାହ ମଧ୍ୟରେ ଜୟଲଲିଥାଙ୍କ ଆଇନଗତ ଉତ୍ତରାଧିକାରୀ ଜେ. ଦୀପା ଏବଂ ଜେ. ଦୀପକଙ୍କୁ ହସ୍ତାନ୍ତର କରିବା ଲାଗି ବିଚାରପତି ଏନ୍‌. ଶେଷସାୟୀ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାରିନାରେ ଜୟଲଲିଥାଙ୍କର ସ୍ମାରକୀ ରହିଥିବାବେଳେ ପୁଣି ଏକ ସ୍ମାରକୀ ସ୍ଥାପନର ଆବଶ୍ୟକତା କ’ଣ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଗତ ଜାନୁୟାରୀ ୨୭ରେ ବିଚାରପତି ଏକ ଅନ୍ତରୀଣ ଆଦେଶ ବଳରେ ଉକ୍ତ ସମ୍ପତ୍ତିରେ ମେମୋରିଆଲ ନିର୍ମାଣ ନ କରିବାକୁ କହିଥିଲେ। ଦୀପା ଓ ଦୀପକ ସେମାନଙ୍କ ଆବେଦନରେ ଦର୍ଶାଇଥିଲେ, ପିଉସୀ ଜୟଲଲିଥାଙ୍କ ପୋଏସ୍‌ ଗାର୍ଡେନ ବାସଭବନ ସହ ସେମାନେ ଭାବଗତ ଭାବେ ଜଡ଼ିତ। ତାଙ୍କ ନାମରେ ଏକ ଚ୍ୟାରିଟି ନିର୍ମାଣ ଲାଗି ସେମାନେ ଯୋଜନା କରିଥିବା ଅଦାଲତଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୯ ବର୍ଷ ପରେ ଭଡ଼ା ବିଧାନସଭାରୁ ମୁକ୍ତି ପାଇଲା ଝାଡ଼ଖଣ୍ଡ: ଶୁକ୍ରବାର ସ୍ବତନ୍ତ୍ର ଅଧିବେଶନ

ରାଞ୍ଚି,୧୨।୯: ଝାଡ଼ଖଣ୍ଡ ୧୯ ବର୍ଷ ପରେ ଭଡ଼ା ବିଧାନସଭାରୁ ମୁକ୍ତି ପାଇଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନୂଆ ବିଧାନସଭା ଭବନକୁ ଉଦ୍‌ଘାଟନ କରିଛନ୍ତି।...

‘ସୁଲ୍ଲି ଡିଲ୍ସ’ ଆପ୍‌ ନିର୍ମାତା ଗିରଫ

ନୂଆଦିଲ୍ଲୀ, ୧୦ା୧: ସୁଲି ଡିଲ୍ସ ଆପ୍‌ରେ ମୁସଲମାନ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି ସେଗୁଡ଼ିକୁ ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ଦିଲ୍ଲୀ ପୋଲିସ ରବିବାର...

କୁଲଗାମ୍‌ ଏନ୍‌କାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ୨ଆତଙ୍କବାଦୀ ନିହତ

କୁଲଗାମ,୧୧।୪:ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। କୁଲଗାମର ଖୁର୍ବତପୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ପାକିସ୍ତାନୀ ସମେତ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ୨ଜଣ...

କୁଲଗାମ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର ୨୨।୫: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଗୋପାଲପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ...

ଛେପ ପକାଇଲେ ବଢ଼ିବ ସଂକ୍ରମଣ

ନୂଆଦିଲ୍ଲୀ,୬ା୪: ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ କରିବା ବା ଛେପ ପକାଇବା ଦ୍ୱାରା କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବ ବୋଲି କେନ୍ଦ୍ର ସରକାର ରବିବାର ଚେତାବନୀ...

ଏମ୍‌ପିଙ୍କୁ ୧୫୦ କିଲୋମିଟର ଚାଲିବାକୁ କହିଲେ ମୋଦି

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାଜପା ଏମ୍‌ପିମାନଙ୍କୁ ନୂଆ ନୂଆ କାମ ଦେଉଛନ୍ତି। ମୋଦି କହିଛନ୍ତି ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ରୁ ପଟେଲ...

‘ଓମିକ୍ରନ ଭାରିଆଣ୍ଟ ବିପଦଜନକ ନୁହେଁ’

ବେଙ୍ଗାଲୁରୁ,୨୯।୧୧: ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ସହ ମୁଁ କଥା ହୋଇଛି। ଏହି ନୂଆ ଭାରିଆଣ୍ଟା ଓମିକ୍ରନ କୋଭିଡ୍‌ର ଡେଲ୍ଟା ଭାରିଆଣ୍ଟ ଭଳି ବିପଦଜନକ...

ବଜେଟ୍‌କୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ଦେଶର ମୁଖ୍ୟ ବିରୋଧୀ ଦଳ...

Advertisement
Archives

Model This Week