Posted inଜାତୀୟ

ଉପରାଷ୍ଟ୍ରପତିଙ୍କୁ ଆଙ୍ଗୁଠି ଦେଖାଇ ଚର୍ଚ୍ଚାରେ ଜୟା

ନୂଆଦିଲ୍ଲୀ,୧୨।୨: ବଲିଉଡର ଭେଟେରାନ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ସୋସିଆଲ ମିଡିଆରେ ନିଜ ରାଗ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। କେତେବେଳେ ଫଟୋଗ୍ରାଫରଙ୍କ ଉପରେ ତ ଆଉ କେତେବେଳେ ତାଙ୍କ ପ୍ରଶଂସକଙ୍କ ଉପରେ ରାଗିଥାନ୍ତି ଜୟା। ଏବେ ସେ ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଆଙ୍ଗୁଠି ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।
ଟୁଇଟର୍‌ରେ ଲୋକମାନେ ସମାଜବାଦୀ ପାର୍ଟି ଏମ୍‌ପି ଜୟାଙ୍କ ଏହି ଆଚରଣକୁ ସମାଲୋଚନା କରୁଛନ୍ତି। ଏହି ଭାଇରାଲ ଭିଡିଓ ଫେବୃଆରୀ ୯ରେ ରାଜ୍ୟ ସଭା ପ୍ରକ୍ରିୟାର ବୋଲି ଜଣାପଡିଛି। ଆଦାନୀ ପ୍ରସଙ୍ଗକୁ ନେଇ ସଂସଦରେ ଉତ୍ତେଜନା ମଧ୍ୟରେ କଂଗ୍ରେସ ରାଜ୍ୟ ସଭା ଏମ୍‌ପି ରଜନୀ ପାଟିଲ ବାଚସ୍ପତିଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ନିଲମ୍ବିତ ହୋଇଥିଲେ। ଜୟା ବଚ୍ଚନ କଂଗ୍ରେସ ଏମ୍‌ପିଙ୍କୁ ସମର୍ଥନ ଜଣାଇ କହିଛନ୍ତି. ତାଙ୍କୁ ତାଙ୍କ ସ୍ପଷ୍ଟୀକରଣ ଉପସ୍ଥାପନ କରିବାର ସୁଯୋଗ ମଧ୍ୟ ଦିଆଯାଇ ନାହିଁ। ଏହି ସମୟରେ ଜୟା ବଚ୍ଚନ ମଧ୍ୟ ଅଧ୍ୟକ୍ଷଙ୍କୁ ଆଙ୍ଗୁଠି ଦେଖାଇଥିଲେ।
ଗୃହର କ୍ଲିପ ଭାଇରାଲ ହେବା ପରେ ୟୁଜର୍ସ ଜୟାଙ୍କୁ ସମାଲୋଚନା କରିଛନ୍ତି। ଜଣେ ୟୁଜର୍ସ ତାଙ୍କୂ ଅହଂକାରୀ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

”ନେହେରୁଙ୍କ ଭୁଲ୍ ପାଇଁ ସୃଷ୍ଟି ହୋଇଛି ପିଓକେ, ଅନ୍ୟଥା ଆଜି ଭାରତରେ ରହିଥାନ୍ତା: ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୬।୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କଂଗ୍ରେସ ଉପରେ ବଡ଼ ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ ନେହେରୁଙ୍କ ଭୁଲ ଯୋଗୁଁ ପିଓକେ ସୃଷ୍ଟି...

ଜମ୍ମୁ କଶ୍ମୀର ସଂରକ୍ଷଣ ଏବଂ ପୁନର୍ଗଠନ ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ,୬।୧୨: ଜମ୍ମୁ କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୩ ଲୋକସଭାରେ ପାରିତ ହୋଇଛି। ଜୁଲାଇ ୨୬, ୨୦୨୩ ରେ...

ମାନସିକ ଚାପରେ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ନିର୍ମମ ହତ୍ୟା ପରେ ଆତ୍ମହତ୍ୟା କଲେ ଡାକ୍ତର

ନୂଆଦିଲ୍ଲୀ, ୬।୧୨: ଉତ୍ତରପ୍ରଦେଶର ରାଏ ବରେଲିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଡାକ୍ତର ମାନସିକ ଚାପରେ ଆସି ନିଜର ସ୍ତ୍ରୀ ଏବଂ ଦୁଇ...

ହାଇକୋର୍ଟରେ ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ, ଅଧାରେ ବନ୍ଦ ହେଲା ବିଚାର…

ବେଙ୍ଗାଲୁରୁ,୬।୧୨ : ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ ଚାଲିବା ଖେଳାଯିବା କାରଣରୁ କର୍ନାଟକ ହାଇକୋର୍ଟ ଏହି ସୁବିଧାକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି।...

କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀଙ୍କ ସମେତ ଅନ୍ୟ ୩ ଭାରତୀୟ…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ଫୋର୍ବସ ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି। ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି...

ପ୍ରଣବ ମୁଖାର୍ଜୀ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ, ମନା କରିଥିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଉଦାହରଣ। ତାଙ୍କ ରାଜନୈତିକ ଜୀବନ କାହାଣୀ ସହ ବଳିଷ୍ଠ ବ୍ୟକ୍ତିତ୍ୱ ଉପରେ ଏକ ବହି...

୧୦ ଭାଜପା ଏମପି ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୬।୧୨ : ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ତିନୋଟି ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପରେ ବର୍ତ୍ତମାନ ୧୦ ଜଣ...

ଦେଶରେ ବଢୁଛି ପ୍ରତିଶୋଧ ହତ୍ୟା: ଏନସିଆରବି ରିପୋର୍ଟ…

ନୂଆଦିଲ୍ଲୀ,୬।୧୨ : ଏନସିଆରବି (ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ଭାରତରେ ହୋଇଥିବା ଅପରାଧ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri