ପରେଡ ଅଭ୍ୟାସ କରିପାରୁନାହାନ୍ତି ଯବାନ

ଭଞ୍ଜନଗର,୨୯।୬(ଡି.ଏନ୍‌.ଏ.)- ଆଇଆର୍‌ବି ୮ମ ବାଟାଲିୟନ (ସ୍ବତନ୍ତ୍ର)ର ସ୍ଥାୟୀ କାର୍ଯ୍ୟାଳୟ ନାହିଁ। ବର୍ତ୍ତମାନ ଭଞ୍ଜନଗର ନିକଟସ୍ଥ ତନରଡ଼ାରେ ଅସ୍ଥାୟୀ ଭାବେ ଏହା ଚାଲିଛି। ଯବାନମାନେ ପରେଡ଼ ଅଭ୍ୟାସ କରୁଥିବା ଗୋଚର ଜମିରେ ଜଙ୍ଗଲ ବିଭାଗ ଗଛ ଲଗାଇବା ପାଇଁ ଶୁକ୍ରବାରଠାରୁ ଗାତ ଖୋଳିଛି। ଫଳରେ ୨ଦିନ ହେଲା ଯବାନ ମାନେ ପରେଡ଼ ଓ ପିଟି ଅଭ୍ୟାସ କରିପାରୁନାହାନ୍ତି।
ପ୍ରକାଶ ଯେ, ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ୨୦୧୩ରେ ସ୍ବତନ୍ତ୍ର ଭାବେ ଆଇଆର୍‌ବି ୮ମ ବାଟାଲିୟନ ଗଠନ କରିଥିଲେ। ଫୁଲବାଣୀରେ ପ୍ରଥମେ ଏହାର ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିଥିଲା। ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଚିହ୍ନଟ ଜମିକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଏହା ହୋଇପାରିନଥିଲା। ଏହି ସମୟରେ ଭଞ୍ଜନଗରରେ ଥିବା ସିଆରପିଏଫ୍‌ କ୍ୟାମ୍ପ କନ୍ଧମାଳକୁ ଉଠିଯିବା ପରେ ଆଇଆର୍‌ବି କ୍ୟାମ୍ପ ୨୦୧୭ରେ ଫୁଲବାଣୀରୁ ଭଞ୍ଜନଗର ଉଠି ଆସିଥିଲା। ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତା ତନରଡ଼ାରେ ଗୃହ ବିଭାଗ ପକ୍ଷରୁ ହୋଇଥିବା କ୍ୟାମ୍ପ ଘରେ ଯବାନ ରହିଥିଲେ। କ୍ୟାମ୍ପକୁ ଲାଗିଥିବା ଗୋଚର ଜମିରେ ପିଟି ଓ ପରେଡ଼ ଅଭ୍ୟାସ ହେଉଥିଲା। ଇତିମଧ୍ୟରେ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲ ବିଭାଗକୁ ବନୀକରଣ ପାଇଁ କିଛି ଏକର ଜମି ଦିଆଯାଇଥିଲା। ସେଥିରେ ପରେଡ ହେଉଥିବା ଗୋଚର ଜମି ମଧ୍ୟ ଥିଲା। ଜଙ୍ଗଲ ବିଭାଗ ଚାରାରୋପଣ ପାଇଁ ଶୁକ୍ରବାର ସେଠାରେ ଗାତ ଖୋଳିଥିଲା। ଆଇଆର୍‌ବି ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ପରେଡ଼ ଅଞ୍ଚଳ ଛାଡ଼ି ଗଛ ଲଗାଇବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। କଥା ରାଜସ୍ବ ବିଭାଗ ଅଧିକାରୀଙ୍କ ପାଖରେ ପହଞ୍ଚତ୍ଥିଲା। ରାଜସ୍ବ ବିଭାଗର ଜଣେ ଅଧିକାରୀ ପହଞ୍ଚତ୍ ବିବାଦର ସମାଧାନ କରିନପାରି ଫେରି ଯାଇଥିଲେ। ଶନିବାର ଓ ରବିବାର ଯବାନମାନେ ପରେଡ଼ ଓ ପିଟି କରିନାହାନ୍ତି। ସମସ୍ୟା ସମାଧାନ ପାଇଁ ଆଇଆରବି ପକ୍ଷରୁ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ନିବେଦନ କରାଯାଇଛି। ଏନେଇ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା କହିଛନ୍ତି, ଆଇଆର୍‌ବି ସହ କୌଣସି ବିବାଦ ନାହିଁ। ଯେଉଁଠି ଯବାନମାନେ ପରେଡ଼ କରୁଛନ୍ତି ସେଠି ଗଛ ଲଗାଯାଉନାହିଁ। ଜମିଟି ପଡ଼ିଆ ପଡ଼ିଥିଲା, ତେଣୁ ଚାରାରୋପଣ ପାଇଁ ଯୋଜନା କରାଯାଇଛି। ଡ଼ିଏଫ୍‌ଓ ଅଭୟ କୁମାର ଦଳେଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏନେଇ ମୋ ପାଖରେ ଖବର ଅଛି, ସୋମବାର ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି: ବଡ଼ ବଡ଼ ବ୍ୟାରେଲରେ ବୋହି ନେଉଛନ୍ତି, ବିରୋଧ କରୁଛନ୍ତି…

ମୋହନା,୨୩।୬(ମନ୍ମଥ ମିଶ୍ର): ବଡ଼ବଡ଼ ବ୍ୟାରେଲରେ ପେଟ୍ରୋଲ ଡିଜେଲ ଦିଆଯିବା ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖୁବାକୁ ମିଳିଛି। ଗଜପତି ଜିଲା ମୋହନା ବ୍ଲକ ଲୁହାଗୁଡ଼ି ୩୨୬ ଜାତୀୟ…

ହରିଣ ଶିକାର କଲାବେଳେ ମାଡ଼ିବସିଲା ବନ ବିଭାଗ, ଶିକାରୀଙ୍କଠାରୁ ଫାଶ ସହ ଜବତ କଲା…

ମହାକାଳପଡ଼ା,୨୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଶାସନପେଟା ଗ୍ରାମ ପାର୍ଶ୍ୱ ଜଙ୍ଗଲରୁ ଦୁଇ ଶିକାରୀ ହରିଣ ଶିକାର କରିଥିବାବେଳେ…

୭୦୧୫ ଚାଷୀଙ୍କ ଧାନବିକ୍ରି ଟୋକନ BLOCKED: ସମାଧାନ ନ ହେଲେ ବିଧାୟକ, ଏମ୍‌ପିଙ୍କ ଅଫିସ ଆଗରେ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ଦିନରେ ପହଞ୍ଚିଛି । ତେବେ ଧାନ ବିକ୍ରି ପାଇଁ ଆବେଦନ କରିଥିବା…

ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ଅଧରାତିରେ ଚାଲାଣ ହେଉଥିଲା ଗୋରୁ, ମାଡ଼ିବସିଲେ ଗ୍ରାମବାସୀ: ଆଉ ତା’ପରେ…

ମହାକାଳପଡ଼ା,୨୩।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପିତାପାଟ ଗ୍ରାମ ପାଇଟାଳ କନ୍ଧା ବାଲି ମାଉଣ୍ଟଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri