Posted inଖେଳ

ଜାଭେଲିନ୍‌ ଥ୍ରୋୟର ମନୁ ସସ୍‌ପେଣ୍ଡ

ପଞ୍ଚକୁଲା(ହରିୟାଣା),୨୯ା୬(ପି.ଟି.): ଡୋପ୍‌ ଟେଷ୍ଟରେ ଆନାବୋଲିକ୍‌ ଷ୍ଟେରଏଡ୍‌ ପାଇଁ ପଜିଟିଭ ଆସିବାରୁ ଅଲିମ୍ପିକ ଆଶାୟୀ ଭାରତୀୟ ଜାଭେଲିନ ଥ୍ରୋୟର ଡି.ପି. ମନୁଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ନାଡା) ପକ୍ଷରୁ ସସ୍‌ପେଣ୍ଡ କରାଯାଇଛି। ଚଳିତ ବର୍ଷ ଏପ୍ରିଲରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ସମୟରେ ମନୁଙ୍କର ଡୋପ୍‌ ଟେଷ୍ଟ ହୋଇଥିବା କୁହାଯାଉଛି। ପୂର୍ବରୁ ମନୁଙ୍କୁ ପ୍ରତିଯୋଗିତାରୁ ଦୂରେଇ ରଖିବା ଲାଗି ନାଡା ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ)କୁ ନିର୍ଦ୍ଦେଶ ପ୍ରଦାନ କରିଥିବା ବେଳେ ସେ ଡୋପ୍‌ ଜାଲରେ ପଡ଼ିଥିବା ସନ୍ଦେହ କରାଯାଉଥିଲା। ୨୦୨୩ ଏସିଆନ ଚାମ୍ପିୟନଶିପ୍‌ରେ ଏକ ରୌପ୍ୟ ଜିତିଥିବା ୨୪ ବର୍ଷୀୟ ମନୁ ବିଶ୍ୱ ର଼୍ୟାଙ୍କିଙ୍ଗ ଭିତ୍ତିରେ ଅଲିମ୍ପିକ କ୍ୱାଲିଫାଏ କରିବା ନିଶ୍ଚିତ ଥିଲା। ମାତ୍ର ସଦ୍ୟତମ ପରିସ୍ଥିତିକୁ ନେଇ ସେ ପ୍ୟାରିସ ଗେମ୍ସରୁ ବଞ୍ଚତ୍ତ ହେବାକୁ ଯାଉଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଜାତୀୟ ଆନ୍ତଃରାଜ୍ୟ ଚାମ୍ପିୟନଶିପ୍‌ରେ ଭାଗ ନେଉଥିବା ଆଥ୍‌ଲେଟମାନଙ୍କ ପ୍ରଥମ ତାଲିକା ମଧ୍ୟରେ ଡି.ପି. ମନୁଙ୍କ ନାମ ରହିଥିଲା। ମାତ୍ର ପରେ ତାଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିଲା। ଏଏଫ୍‌ଆଇ ସଭାପତି ଆଡିଲ ସୁମାରିଓ୍ବାଲାଙ୍କୁ ଏ ବିଷୟରେ ପଚରାଯିବାରେ ପ୍ରତିଯୋଗିତାରୁ ମନୁଙ୍କୁ ବାଦ୍‌ ଦେବାଲାଗି ଫେଡେରେଶନକୁ ନାଡା କହିଥିବା ସେ କହିଥିଲେ। ମାତ୍ର ଆଥ୍‌ଲେଟ ଜଣକ କୌଣସି ଡୋପିଙ୍ଗ ଅପରାଧ କରିଛନ୍ତି କି ନା ସେ ବିଷୟରେ କିଛି ସ୍ପଷ୍ଟ କରି ନ ଥିଲା। ଏଏଫ୍‌ଆଇ କାର୍ଯ୍ୟାଳୟକୁ ନାଡାରୁ ଏକ ଫୋନ୍‌ କଲ୍‌ ଆସିଥିଲା। ମନୁଙ୍କୁ ଏଣିକି ପ୍ରତିଯୋଗିତାରୁ ବାରଣ କରିବା ଲାଗି ନିର୍ଦ୍ଦେଶ ଆସିଥିଲା। ସମ୍ଭବତଃ ଏହି ଆଥ୍‌ଲେଟଙ୍କ ସମ୍ପର୍କରେ ନାଡା କୌଣସି ସୂଚନା ପାଇ ଥିଲା। ସୂଚନାଯୋଗ୍ୟ, ଗତ ମେ’ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ଫେଡେରେଶନ କପ୍‌ରେ ମନୁ ୮୨.୦୬ ମିଟର ଥ୍ରୋ କରି ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପରେ ସେ ଜୁନ୍‌ ୧ରେ ତାଇପେ ସିଟିରେ ଅନୁଷ୍ଠିତ ତାଇଓ୍ବାନ ଆଥ୍‌ଲେଟିକ୍ସ ଓପନରେ ୮୧.୫୮ମିଟର ଥ୍ରୋ କରି ସ୍ବର୍ଣ୍ଣ ଜିତିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ଜାଭେଲିନ୍‌ ଥ୍ରୋରେ ୩୨ ଜଣ ଆଥ୍‌ଲେଟ ଭାଗ ନେବେ। ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ରୋଡ୍‌ ଟୁ ପ୍ୟାରିସ ତାଲିକାରେ ମନୁ ୧୫ତମ ସ୍ଥାନରେ ଅଛନ୍ତି। ଯୋଗ୍ୟତା ହାସଲ ସମୟସୀମା ଜୁନ୍‌ ୩୦ ତାରିଖ ରହିଛି। ଚୋପ୍ରା ଓ କିଶୋର ଜେନା ଅଲିମ୍ପିକ ମାନଦଣ୍ଡ ୮୫.୫୦ ମିଟର ଅଙ୍କ ହାସଲ କରି ଆପେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଛନ୍ତି। ଏକ ଅଲିମ୍ପିକ୍ସ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଇଭେଣ୍ଟରେ ଗୋଟିଏ ଦେଶର ସର୍ବାଧିକ ୩ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri