୨୭ ପଇସା ନେଇ ବମ୍ବେ ଆସିଥିଲେ ଏହି ଖ୍ୟାତନାମା ଗୀତିକାର: ସଲମାନଙ୍କ ବାପାଙ୍କ ଯୋଗୁ ବଦଳିଯାଇଥିଲା ଭାଗ୍ୟ

ବମ୍ବେ: ଆଜି ନିଜର ଜନ୍ମଦିନ ପାଳୁଛନ୍ତି ଖ୍ୟାତନାମା ଗୀତିକାର ତଥା ପୂର୍ବ ରାଜ୍ୟ ସଭା ସାଂସଦ ଜାଭେଦ ଅଖ୍‌ତର। ‘ଅନ୍ଦାଜ’ ଠାରୁ ଆରମ୍ଭ କରି ‘ଜଞ୍ଜିର’, ଦିବାର’, ‘ହାଥି ମେରେ ସାଥି’ ଭଳି ସୁପରହିଟ୍‌ ଫିଲ୍ମରେ ସେ କାମ କରି ବାହା ବାଃ ସାଉଟିଥିଲେ।

ଜାଭେଦଙ୍କ ପ୍ରକୃତ ନାମ ଜାଦୁ। ସେ ଭୋପାଳରେ ନିଜର ପାଠ ପଢ଼ା ସାରିଥିଲେ। ୧୯୬୪ରେ ସେ ବମ୍ବେ ଆସିଥିଲେ। ସେତେବେଳେ ତାଙ୍କ ପକେଟରେ ମାତ୍ର ୨୭ ପଇସା ଥିଲା। କେବଳ ଏତିକି ନୁହେଁ ବମ୍ବେରେ ରହିବା ପାଇଁ ଘର ନ ଥିଲା। ନା ଖାଇବାକୁ ପଇସା ଥିଲା। ଦୁଇ ବର୍ଷ ଯାଏ ତାଙ୍କୁ ଭଲ କାମ ମଧ୍ୟ ମିଳି ନ ଥିଲା। ଫିଲ୍ମରେ କ୍ଲେପର ବୟ ଭାବେ ସେ କାମ ଆରମ୍ଭ କରିଥିଲେ। ପରେ ସଲମାନଙ୍କ ବାପାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ସେମାନେ ଫିଲ୍ମର ସଂଳାପ ଲେଖିବା ଆରମ୍ଭ କରିଥିଲେ। ପରେ ତାଙ୍କ ଜୀବନ ବଦଳିଯାଇଥିଲା।

ପ୍ରଥମେ ହନି ଇରାନୀଙ୍କୁ ଜାଭେଦ ବିବାହ କରିଥିଲେ। ଉଭୟଙ୍କ ଜନ୍ମଦିନ ଗୋଟିଏ ଦିନ ପଡେ। ୧୯୭୨ରେ ପରସ୍ପରକୁ ଭେଟିଥିଲେ ସେମାନେ। ପ୍ରଥମ ଭେଟର କାହାଣୀ କିଛି ଏପରି ଥିଲା। ଏକଦା ଜାଭେଦ ତାସ ଖେଳରେ ହାରୁଥିଲେ। ଏହାଦେଖି ହନି ତାଙ୍କୁ କାର୍ଡ ଦିଅନ୍ତୁ ବୋଲି ଜାଭେଦଙ୍କୁ କହିଥିଲେ। ଯଦି ତାସ୍‌ ଭଲ ଆସେ ତେବେ ତୁମକୁ ବିବାହ କରିବି ବୋଲି ସେ କହିଥିଲେ। ମଜାରେ କଥା କୁହାଯାଇଥିଲେ ହେଁ ତାସ୍‌ ଭଲ ହିଁ ଆସିଥିଲା। ଏହାଦେଖି ଚାଲ ବିବାହ କରିବା ବୋଲି ଜାଭେଦ କହିଥିଲେ। ତେବେ ହନିଙ୍କ ପରେ ସେ ଶବାନା ଆଜମୀଙ୍କୁ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଦୀପିକା

ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଦୀପିକା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ...

ବିଜୟଙ୍କ ସହ ବିବାହକୁ ନେଇ ନିଜେ କନଫର୍ମ କଲେ ରଶ୍ମିକା, ଭାଇରାଲ ହେଉଛି ଟ୍ବିଟ୍‌

ମୁମ୍ବାଇ: ସାଉଥ ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ନିକଟରେ ହିଟ୍‌ ହୋଇଥିବା ଆନିମଲରେ ତାଙ୍କର ଦମଦାର ଅଭିନୟ ହେଉ...

ପୁରୁଣା ଲୁକ୍‌କୁ ‘ରି-କ୍ରିଏଟ୍‌’ କଲେ ମାଧୁରୀ

ମୁମ୍ବାଇ: ଏବେ ମଧ୍ୟ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଅନେକ ପ୍ରଶଂସକ ରହିଛନ୍ତି, ଯେଉଁମାନେ ତାଙ୍କର ଗୋଟିଏ ଝଲକ୍‌ ପାଇବା ପାଇଁ ଅନାଇ ବସିଥାନ୍ତି। ନିକଟରେ...

ଜୟପ୍ରଦା ଫେରାର ଘୋଷିତ

ନୂଆଦିଲ୍ଲୀ,୨୭।୨: ଅଭିନେତ୍ରୀ ତଥା ପୂର୍ବତନ ଏମ୍‌ପି ଜୟପ୍ରଦା ଦୁଇଟି ମାମଲାରେ ଶୁଣାଣି ପାଇଁ ହାଜର ନ ହେବାରୁ ଏକ ସ୍ବତନ୍ତ୍ର ଅଦାଲତ ତାଙ୍କୁ ଫେରାର ଘୋଷଣା...

ସଡ଼କ ଦୁର୍ଘଟଣାରେ ‘ପଞ୍ଚାୟତ-୨’ ଅଭିନେତ୍ରୀଙ୍କ ମୃତ୍ୟୁ, ୪ ଭୋଜପୁରି ଷ୍ଟାର ସମେତ ୯ ମୃତ

ମୁମ୍ବାଇ: ୱେବ ସିରିଜ ‘ପଞ୍ଚାୟତ ୨’ରେ କାମ କରୁଥିବା ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଞ୍ଚଲ ଭୋଜୁପାରି ଇଣ୍ଡଷ୍ଟ୍ରିରେ ବହୁତ...

ମାଆ ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ

ଚଣ୍ଡିଗଡ଼,୨୭।୨: ଖୁବଶୀଘ୍ର ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ମାର୍ଚ୍ଚରେ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣକୌର ସିଂ ଏକ ସନ୍ତାନ...

ବିମାନବନ୍ଦରରେ ସଲମାନଙ୍କ ସ୍ବାଗ୍‌, ପିଲାଙ୍କ ସହ ମିଳାଇଲେ ହାତ

ମୁମ୍ବାଇ: ଭାଇଜାନ ସଲମାନ ଖାନ ଯୁଆଡେ ଯାଆନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କୁ ଭେଟିବା ପାଇଁ ଏକାଠି ହୋଇଯାନ୍ତି। ସଲମାନ ତାଙ୍କ ପ୍ରଶଂସକଙ୍କୁ କେବେ ବି ନିରାଶ...

ଝିଅକୁ ନେଇ ଲଞ୍ଚ ଡେଟ୍‌ରେ ଗଲେ ବିରାଟ, ଲଣ୍ଡନରେ ବାପା-ଝିଅଙ୍କ ଫଟୋ ଭାଇରାଲ

ଲଣ୍ଡନ, ୨୭।୨: କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରେ ଖୁସିର ପରିବେଶ ଅଛି। ନିକଟରେ ଏହି ଅଭିନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri